Posted inଫୁରସତ

ବିଶ୍ୱକୁ ଏକାଠି ରଖିପାରିବ ବନ୍ଧୁତା

ବର୍ଣ୍ଣନା କରି ହୁଏନା ବନ୍ଧୁତ୍ୱର ପରିଭାଷା। ଏହି ସମ୍ପର୍କ ଶାଶ୍ୱତ। ପ୍ରକୃତ ବନ୍ଧୁତ୍ୱରେ ଖୋଜା ପଡ଼େନା ଧନ ସମ୍ପତ୍ତି। ବନ୍ଧୁର ସୁଖଦୁଃଖ ହାନିଲାଭରେ ସହଯୋଗର ହାତ ବଢ଼ାଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ। ବିଶ୍ୱ ଇତିହାସରେ ବନ୍ଧୁତାକୁ ନେଇ ବହୁ ସତ୍ୟ କଥା, କାହାଣୀ ଆଦି ରହିଛି। ଭାରତୀୟ ସଂସ୍କୃତିରେ ଶ୍ରୀକୃଷ୍ଣ ସଖା ସୁଦାମାଙ୍କ ପ୍ରତି ପ୍ରଦର୍ଶନ କରିଥିବା ମହାନ ଆଦର୍ଶ ବନ୍ଧୁତାର ପରିଭାଷାକୁ ଶ୍ରେଷ୍ଠ କରି ଗଢ଼ି ତୋଳିଛି। ଏହାର ପ୍ରଭାବ ଭାରତୀୟ ସଂସ୍କୃତିରେ ସର୍ବଦା ପ୍ରତିଫଳିତ ହୋଇଥାଏ।
ଏହି ସମ୍ପର୍କର ପରିଭାଷାର ପ୍ରସାର ବିଶ୍ୱସ୍ତରରେ କରାଯିବା ଲାଗି ପ୍ରତିବର୍ଷ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯାଇଥାଏ। ମଣିଷଙ୍କ ମଧ୍ୟରେ ନିବିଡ଼ ବନ୍ଧୁତା ଭଳି ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ଏଭଳି ସମ୍ପର୍କ ସୃଷ୍ଟି କରାଯାଇପାରିଲେ ବସୁଧୈବ କୁଟୁମ୍ବକମ୍‌ ଲକ୍ଷ୍ୟ ସଫଳ ହୋଇପାରିବ। ଏହି ଉଦ୍ଦେଶ୍ୟରେ ବନ୍ଧୁତ୍ୱ ଦିବସରେ ସଚେତନା ସୃଷ୍ଟି କରାଯାଇଥାଏ। ୨୦୧୧ ଏପ୍ରିଲ୍‌ ୨୭ରେ ଜାତିସଂଘର ଅନୁମୋଦନ କ୍ରମେ ଜୁଲାଇ ୩୦ରେ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ ପାଇଁ ସହମତି ପ୍ରକାଶ ପାଇଥିଲା। ଏହି ବିଶେଷ ଦିନରେ ଭିନ୍ନ ଭିନ୍ନ ସଂସ୍କୃତି, ଦେଶ, ଏବଂ ଆଦର୍ଶ ମଧ୍ୟରେ ବନ୍ଧତ୍ୱ ସେତୁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥାଏ। ଏହି ଦିବସ ଶାନ୍ତି, ସୁଖ ଏବଂ ଏକତାକୁ ପ୍ରୋତ୍ସାହିତ କରିଥାଏ। ଶାରୀରିକ ଗଠନ, ବିଚାରଧାରା, ପରମ୍ପରା, ରାଜନୈତିକ ସ୍ଥିତି ଆଦିରେ ଭିନ୍ନତା ରହିଥିବା ପୃଥିବୀର ବିଭିନ୍ନ ଅଞ୍ଚଳର ଲୋକଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇପାରିଲେ ଆଉ ଯୁଦ୍ଧର ବିଭୀଷିକା ଆତଙ୍କ ସୃଷ୍ଟି କରିପାରିବ ନାହିଁ। ଏହାର ମହତ୍ୱକୁ ଉପଲବ୍ଧି କରି ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରାଯିବା ନେଇ ଗୁରୁତ୍ୱାରୋପ କରାଯାଇଥାଏ।
ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସର ନାମକରଣ ପୂର୍ବରୁ, ପ୍ରଥମେ ୧୯୫୮ରେ ବନ୍ଧୁତା ମାଧ୍ୟମରେ ଶାନ୍ତିପୂର୍ଣ୍ଣ ସଂସ୍କୃତିର ପ୍ରଚାର ପାଇଁ ଅଭିଯାନକୁ ପ୍ରୋତ୍ସାହିତ କରୁଥିବା ୱାଲର୍‌ଡ ଫ୍ରେଣ୍ଡସିପ କ୍ରୁସେଡ ନାମକ ଏକ ଅନ୍ତର୍ଜାତୀୟ ନାଗରିକ ସଂଗଠନ ଦ୍ୱାରା ଏକ ପ୍ରସ୍ତାବ ଦିଆଯାଇଥିଲା। ୧୯୩୦ରେ ଜୋଏସ୍‌ ହଲ୍‌ଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ହଲ୍‌ ମାର୍କ କାର୍ଡରୁ ଏଭଳି ଦିବସ ପାଳନ ପାଇଁ ପ୍ରେରଣା ମିଳିଥିଲା। ତେବେ ଭାରତରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତା ଦିବସ ଭାବେ ପାଳନ କରାଯାଇଥାଏ। ୨୦୨୧ରେ ଏହି ଦିନଟି ଅଗଷ୍ଟ ୧ରେ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?