Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌: ସ୍ବିଟେକଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ୍‌

ପ୍ୟାରିସ୍‌,୧୧।୧୦(ଏପି): ପୋଲାଣ୍ଡ ଟିନ୍‌ଏଜର ଇଗା ସ୍ବିଟେକ ଏଥର ଫ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଛନ୍ତି। ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଅଣସିଡ୍‌ ସ୍ବିଟେକ ଆମେରିକାର ଚତୁର୍ଥ ସିଡ୍‌ ଖେଳାଳି ସୋଫିଆ କେନିନଙ୍କୁ ପରାସ୍ତ କରି ପ୍ରଥମ ପୋଲାଣ୍ଡ ଖେଳାଳିଭାବେ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରେକର୍ଡ କରିଛନ୍ତି। ଶନିବାର ଫିଲିପ୍‌ ଚାଟ୍ରିଏର କୋର୍ଟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ୧୯ ବର୍ଷୀୟ ସ୍ବିଟେକ ୬-୪, ୬-୧ ସେଟ୍‌ରେ ବିଜୟୀ ହୋଇ ବାଜି ମାରିଛନ୍ତି। କ୍ଲେ କୋର୍ଟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ସେ ଗୋଟିଏ ହେଲେ ବି ସେଟ୍‌ ଡ୍ରପ୍‌ କରି ନ ଥିଲେ। ମନିକା ସେଲେସଙ୍କ ପରେ ସେ ସର୍ବକନିଷ୍ଠ ବିଜେତା ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ସେଲେସ ୧୯୯୨ରେ ସର୍ବକନିଷ୍ଠ ଖେଳାଳି ଭାବେ ଫ୍ରେଞ୍ଚ୍‌ ଓପନ୍‌ ଚାମ୍ପିୟନ ହୋଇଥିଲେ। ଲୋଏଷ୍ଟ ର଼୍ୟାଙ୍କ (୫୪ ନମ୍ବର) ଖେଳାଳିଭାବେ ବିଜୟୀ ହୋଇ ସେ ରେକର୍ଡ କରିଛନ୍ତି।
ଦୁଇବର୍ଷ ତଳେ ସ୍ବିଟେକ ଓ୍ବିମ୍ବେଲଡନ ଜୁନିୟର ଟାଇଟଲ ହାସଲ କରିଥିଲେ। ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫୪ତମ ସ୍ଥାନରେ ରହି ଗ୍ରାଣ୍ଡସ୍ଲାମ ଜିତି ସେ ରେକର୍ଡ କରିଛନ୍ତି। ନିଜ ପ୍ରଦର୍ଶନରେ ସେ ଖୁସି ଜାହିର କରିଛନ୍ତି। ଅପରପକ୍ଷରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟାଇଟଲ ଜିତିଥିବା ୨୧ ବର୍ଷୀୟ ସୋଫିଆ କେନିନ୍‌ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ ଲକ୍ଷ୍ୟରେ ଥିଲେ ମଧ୍ୟ ତାଙ୍କୁ ଶେଷରେ ନିରାଶ ହେବାକୁ ପଡିଛି। ପୂର୍ବରୁ ସ୍ବିଟେକ୍‌ ସେମିଫାଇନାଲରେ ଆର୍ଜେଣ୍ଟିନାର ନାଡିଆ ପୋଡୋରୋସ୍କାଙ୍କୁ ୬-୨, ୬-୧ ସେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ। ସେହିପରି କେନିନ ସେମିରେ ୬-୪, ୭-୫ ସେଟ୍‌ରେ ଚେକ ଗଣରାଜ୍ୟର ପେଟ୍ରା ଭିଟୋଭାଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri