Posted inଖେଳ

ଫ୍ରେଞ୍ଜ୍‌ ଓପନ୍‌: ସେମିରେ କ୍ୱିଟୋଭା, କେନିନ୍‌

ପ୍ୟାରିସ୍‌,୮।୧୦(ଏପି): ଦୁଇଥର ଓ୍ବିମ୍ବେଲଡନ ଟାଇଟଲ ହାସଲ କରିଥିବା ଚେକ୍‌ ଗଣରାଜ୍ୟର ଅଭିଜ୍ଞ ଖେଳାଳି ପେଟ୍ରା କ୍ୱିଟୋଭା ଫ୍ରେଞ୍ଚ୍‌ ଓପନ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସପ୍ତମ ସିଡ୍‌ ମାନ୍ୟତା ପାଇଥିବା କ୍ୱିଟୋଭା ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଜର୍ମାନୀ ଲାଉରା ସିଗେମଣ୍ଡଙ୍କୁ ୬-୩, ୬-୩ ସିଧାସଳଖ ସେଟ୍‌ରେ ହରାଇ ସେମିକୁ ଉଠିଛନ୍ତି। କ୍ୱିଟୋଭା ଏଥିସହିତ ଦ୍ୱିତୀୟଥର ପାଇଁ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସପ୍ତମ ସିଡ କ୍ୱିଟୋଭା ସେମିରେ ଅଷ୍ଟ୍ରେଲିଆ ଓପନ୍‌ ଚାମ୍ପିୟନ ଆମେରିକାର ସେଫିଆ କେନିନଙ୍କୁ ଭେଟିବେ। ଚତୁର୍ଥ ସିଡ୍‌ କେନିନ୍‌ ବୁଧବାର ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ନିଜ ଦେଶର ଡାନିଏଲେ କଲିନ୍ସଙ୍କୁ ୬-୪, ୪-୬, ୬-୦ ସେଟ୍‌ରେ ପରାସ୍ତ କରି ପ୍ରଥମଥର ପାଇଁ ଫ୍ରେଞ୍ଚ୍‌ ଓପନ୍‌ ସେମିରେ ପ୍ରବେଶ କରିଛନ୍ତି।
ଅନ୍ୟପଟେ ଅନ୍ୟଏକ ସେମିଫାଇନାଲରେ ଆର୍ଜେଣ୍ଟିନାର ନାଡିଆ ପୋଡୋରୋସ୍କା ଓ ପୋଲାଣ୍ଡର ଇଗା ସ୍ବିଟେକ ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। ପୋଡୋରୋସ୍କା ମଙ୍ଗଳବାର କ୍ୱାର୍ଟର ଫାଇନାଲରେ ତୃତୀୟ ସିଡ୍‌ ୟୁକ୍ରେନର ଏଲିନା ଭିଟୋଲିନାଙ୍କୁ ୬-୨, ୬-୪ ସେଟ୍‌ରେ ହରାଇ ସେମିଫାଇନାଲକୁ ଉଠିଥିଲେ। ସେହିପରି ସ୍ବିଟେକ କ୍ୱାର୍ଟର ଫାଇନାଲରେ ଇଟାଲୀର ମାର୍ଟିନା ଟ୍ରେଭିସିଆନଙ୍କୁ ୬-୩, ୬-୧ ସେଟ୍‌ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟିଂ କରୁଥିବା ସମୟରେ ଏହି କଥାକୁ ନେଇ ଏବି.ଡି ଭିଲିୟର୍ସଙ୍କୁ ଲାଗେ ଭୟ

ଚେନ୍ନାଇ,୧୫।୪: ବିସ୍ଫୋରକ ବ୍ୟାଟସମ୍ୟାନ୍‌ ଏବି ଡି ଭିଲିୟର୍ସ ପଡିଆକୁ ଓହ୍ଲାଇବା ମାତ୍ରେ ବୋଲରଙ୍କ ଚିନ୍ତା ବଢିଯାଏ। କିନ୍ତୁ ଜାଣିଛନ୍ତି ବ୍ୟାଟିଂ କରୁଥିବାବେଳେ ଡି ଭିଲିୟର୍ସଙ୍କୁ ଡର...

ଶତକ ସହ ବଟ୍‌ଲରଙ୍କ ରେକର୍ଡ ଭାଙ୍ଗିଲେ ଗ୍ଲେନ ମ୍ୟାକ୍ସଓ୍ବେଲ

ମାଞ୍ଚେଷ୍ଟର୍‌, ୧୭।୯: ଘରୋଇ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୩ ଉଇକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଜନ୍ନୀ...

ରୋହିତଙ୍କ ଶତକ ପୂରଣ ଦେଖି ସ୍ତ୍ରୀ କଲେ ଏମିତି କାମ

ଓଭାଲ,୬।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଓପନର୍‌ ରୋହିତ ଶର୍ମା ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ବିଦେଶୀ ମାଟିରେ...

ଚିନ୍ତିତ ହେବାର ଆବଶ୍ୟକତା ନାହିଁ

ଦୁବାଇ,୨୨।୯: ସନରାଇଜର୍ସ ହାଇଦ୍ରାବଦ୍‌ (ଏସ୍‌ଆର୍‌ଏଚ୍‌) ଦଳର ପେସର ଟି ନଟରାଜନ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ଯୋଗୁ ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟ...

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ...

ସ୍ବର୍ଣ୍ଣ ଜିତି ପାରନ୍ତି ଆଦିତି

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ଆଶା ଦେଇଛନ୍ତି ଗଲ୍ଫ ଖେଳାଳି ଆଦିତି ଅଶୋକ। ମହିଳା ବର୍ଗରେ ଆଦିତି ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେର...

ଭାରତରେ ଆୟୋଜନ ହେବ ୨୦୨୩ ହକି ବିଶ୍ୱକପ୍‌

ଲାଓସେନ,୯।୧୧(ପି.ଟି.)- କ୍ରମାଗତ ଦ୍ୱିତୀୟଥର ପାଇଁ ଭାରତ ହକି ବିଶ୍ୱକପ୍‌ ଆୟୋଜନ କରିବା ନିଶ୍ଚିତ ହୋଇଛି। ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର ଆଗାମୀ ୨୦୨୩ ସଂସ୍କରଣକୁ...

ଜାତୀୟ ଜୁନିୟର ଖୋଖୋ ପାଇଁ ଓଡ଼ିଶା ଦଳ ମନୋନୀତ

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଗୁଜରାଟର ସୁରଟଠାରେ ଜାତୀୟ ଜୁନିୟର ଖୋଖୋର ୩୯ତମ ସଂସ୍କରଣଚଳିତମାସ ୧୯ରୁ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ମନୋନୀତ...

Advertisement


Archives

Model This Week