Posted inଖେଳ

ଫ୍ରେଞ୍ଚ୍‌ ଓପନ୍‌: ଫାଇନାଲରେ ନାଡାଲ

ପ୍ୟାରିସ୍‌,୧୦।୧୦(ଏପି): କ୍ଲେ କୋର୍ଟର ରାଜା ବିବେଚିତ ହେଉଥିବା ସ୍ପେନର ରାଫାଲ ନାଡାଲ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ପ୍ରଥମ ସେମିଫାଇନାଲ୍‌ରେ ଦ୍ୱିତୀୟ ସିଡ୍‌ ନାଡାଲ ଦ୍ୱାଦଶ ସିଡ୍‌ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ୬-୩, ୬-୩, ୭-୬ ସେଟ୍‌ରେ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ଗତ ମାସ ଇଟାଲ୍‌ିଆନ ଓପନ୍‌ ଫାଇନାଲରେ ନାଡାଲଙ୍କୁ ପରାସ୍ତ କରି ସ୍କ୍ବାର୍ଜମ୍ୟାନ ଟାଇଟଲ ଜିତିଥିଲେ ମଧ୍ୟ ସେହି ସଫଳତାକୁ ଏଠାରେ ଦୋହରାଇ ପାରି ନ ଥିଲେ। ଏଥିସହ ନାଡାଲ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲରୁ ଆଉ ମାତ୍ର ଗୋଟିଏ ପାଦ ଦୁରରେ ରହିଛନ୍ତି।
ପ୍ରଥମ ଦୁଇଟି ସେଟ୍‌କୁ ୩୪ ବର୍ଷୀୟ ନାଡାଲ ଅତି ସହଜରେ ଜିତି ନେଇଥିଲେ। ତେବେ ତୃତୀୟ ସେଟ୍‌ରେ ସ୍କ୍ବାର୍ଜମ୍ୟାନ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ବିଜୟୀ ହେବାକୁ ନାଡାଲଙ୍କୁ ୩ ଘଣ୍ଟା ୯ ମିନିଟ୍‌ ସମୟ ଆବଶ୍ୟକ ହୋଇଥିଲା। ରୋଲାଣ୍ଡ ଗାରୋସ୍‌ରେ ନାଡାଲ ମାତ୍ର ୨ଥର ପରାସ୍ତ ହୋଇଛନ୍ତି। ସେ ୧୩ଥର ଫ୍ରେଞ୍ଚ୍‌ ଓପନ ସେମିରେ ପ୍ରବେଶ କରି ସବୁଥିରେ ବିଜୟ ହାସଲ କରିଛନ୍ତି। ଫାଇନାଲରେ ନାଡାଲ ଟପ୍‌ ସିଡ ସର୍ବିୟାର ନୋଭାକ ଜୋକୋଭିଚ୍‌ କିମ୍ବା ଗ୍ରୀସ୍‌ର ପଞ୍ଚମ ସିଡ୍‌ ଖେଳାଳି ଷ୍ଟିଫାନୋଜ ସିତିସପାସ୍‌ଙ୍କୁ ଭେଟିବେ। ୧୩ଥର ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିବା ନାଡାଲ ବିଜୟୀ ହେଲେ ସୁଇଜରଲାଣ୍ଡର ରୋଜର ଫେଡେରରଙ୍କ ୨୦ତମ ଗ୍ରାଣ୍ଡସ୍ଲାମ ବିଜୟ ରେକର୍ଡର ସମକକ୍ଷ ହେବେ। ନାଡାଲ ଏହାକୁ ମିଶାଇ ୨୮ଥର ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ଫ୍ରେଞ୍ଚ୍‌ ଓପନରେ ନାଡାଲ ଏପର୍ଯ୍ୟନ୍ତ ୧୦୧ଟି ମ୍ୟାଚ୍‌ ଖେଳିଛନ୍ତି। ସେଥିରୁ ସେ ୯୮ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛନ୍ତି। ଅପରପକ୍ଷରେ ପ୍ରଥମଥର ପାଇଁ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ଖେଳିବାକୁ ଲକ୍ଷ୍ୟ ରଖିଥିବା ସ୍କ୍ବାର୍ଜମ୍ୟାନଙ୍କ ଆଶା ଧୂଳିସାତ ହୋଇଛି। ବିଜୟ ନିଶ୍ଚିତ ଭାବେ କଷ୍ଟସାଧ୍ୟ ଥିଲା ବୋଲି ନାଡାଲ କହିଛନ୍ତି। ସ୍କ୍ବାର୍ଜମ୍ୟାନଙ୍କ ପ୍ରଦର୍ଶନକୁ ସେ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri