Posted inଜାତୀୟ

ବିଦେଶୀ ବିଶ୍ୱବିଦ୍ୟାଳୟକୁ ସ୍ବାଧୀନତା

ନୂଆଦିଲ୍ଲୀ,୭ା୧: ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଣିକି ଭାରତରେ ନିଜସ୍ବ କ୍ୟାମ୍ପସ ପ୍ରତିଷ୍ଠା କରିବା ସହ ନାମଲେଖା ପ୍ରକ୍ରିୟା ଏବଂ ଫି’ ଧାର୍ଯ୍ୟ କ୍ଷେତ୍ରରେ ନିଷ୍ପତ୍ତି ନେଇପାରିବେ। ଏପରି କି ଭାରତରୁ ସଂଗୃହୀତ ପାଣ୍ଠିକୁ ମଧ୍ୟ ନିଜ ଦେଶକୁ ସ୍ଥାନାନ୍ତର କରିପାରିବେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ଚିଠା ନିୟମାବଳୀରେ ଏନେଇ ଉଲ୍ଲେଖ କରାଯାଇଛି। ଛାତ୍ରୀଛାତ୍ରଙ୍କ ଗୋଟିଏ ଗୋଷ୍ଠୀ ଏହାକୁ ସ୍ବାଗତ କରିଥିବାବେଳେ ଏହାର ନକାରାମତ୍କ ଦିଗ ପ୍ରତି ମଧ୍ୟ ଆଖି ବୁଜି ଦିଆଯାଇ ନ ପାରେ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଭାରତୀୟ ବିଦ୍ୟାର୍ଥୀ ବିଦେଶକୁ ନ ଯାଇ ଦେଶ ଭିତରେ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ଲାଭ କରିପାରିବେ। ଅନ୍ୟପକ୍ଷେ ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧିକ ସ୍ବାଧୀନତା ପ୍ରଦାନ କରାଯାଇଥିବାରୁ ସେଗୁଡ଼ିକ ଉପରେ ସରକାରଙ୍କ କର୍ତ୍ତୃତ୍ୱ ରହିବ ନାହିଁ। ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ୟୁଜିସି ନିୟମ ମାନି କ୍ୟାମ୍ପସ ପରିଚାଳନା କରିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଶିକ୍ଷାଦାନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଲେ ଅନ୍ତର୍ଜାତୀୟ ର୍ୟଙ୍କିଙ୍ଗ୍‌ରେ ସ୍ଥାନ ପାଉ ନ ଥିବା ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୂ୍ୟନ ହୋଇଯିବେ। ତେଣୁ ଶିକ୍ଷାରେ ସଂସ୍କାର ନାମରେ ସରକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଉଥିବା କେତେଜଣ ବିଶେଷଜ୍ଞ ମତ ଦେଇଛନ୍ତି।
ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ ଅନୁସାରେ ବିଶ୍ୱର ସର୍ବୋଚ୍ଚ ୟୁନିଭର୍ସିଟିଗୁଡ଼ିକ ଭାରତରେ ନିଜ କ୍ୟାମ୍ପସ ପ୍ରତିଷ୍ଠା ଓ ପରିଚାଳନା କରିପାରିବେ। କେନ୍ଦ୍ର ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ୟୁଜିସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍‌. ଜଗଦୀଶ କୁମାର ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଫୁଲ୍‌ଟାଇମ୍‌ ପ୍ରୋଗ୍ରାମ ପାଠ୍ୟକ୍ରମରେ ଶିକ୍ଷା ଦେଇପାରିବେ। ଅଫ୍‌ଲାଇନ୍‌ ମୋଡ୍‌ରେ ପାଠ ପଢ଼ାଇବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍‌ଲାଇନ୍‌ କ୍ଲାସ୍‌ ଏବଂ ଦୂର ଶିକ୍ଷାକୁ ଅନୁମତି ଦିଆଯିବ ନାହିଁ। ତେବେ ୟୁଜିସିର ବିନା ଅନୁମୋଦନରେ କୌଣସି ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନ ଭାରତରେ ନିଜ କ୍ୟାମ୍ପସ ପ୍ରତିଷ୍ଠା କରିପାରିବେ ନାହିଁ। ନିଜ ଦେଶରେ ଥିବା ମୁଖ୍ୟ କ୍ୟାମ୍ପସ ଭଳି ଭାରତୀୟ କ୍ୟାମ୍ପସରେ ମଧ୍ୟ ଶିକ୍ଷାର ମାନ ବଜାୟ ରଖିବେ। ବିଶ୍ୱର ଶୀର୍ଷ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଭଲ ର଼୍ୟାଙ୍କରେ ରହୁଥିବା ୟୁନିଭର୍ସିଟିଗୁଡ଼ିକ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଆବେଦନ କରିପାରିବେ। ଏହି ର଼୍ୟାଙ୍କରେ ଆସୁ ନ ଥିବା ବିଶ୍ୱବିଦ୍ୟାଳୟ ଭାରତରେ ପ୍ରବେଶ କରିବାକୁ ହେଲେ ‘ଉଚ୍ଚ ପ୍ରତିଷ୍ଠିତ’ ହେବାକୁ ପଡ଼ିବ ବୋଲି ଜଗଦୀଶ କୁମାର ସ୍ପଷ୍ଟ କରିଛନ୍ତି।
ଭାରତୀୟ ଛାତ୍ରୀଛାତ୍ରଙ୍କୁ ନିଜ ଦେଶରେ ଉଚ୍ଚମାନର ଅନ୍ତର୍ଜାତୀୟ ଶିକ୍ଷାଲାଭ ପାଇଁ ଅଧିକ ସୁଯୋଗ ପ୍ରଦାନ ଲକ୍ଷ୍ୟରେ ‘ସେଟିଂ ଅପ୍‌ ଆଣ୍ଡ ଅପରେଶନ ଅଫ୍‌ କ୍ୟାମ୍ପସେସ୍‌ ଅଫ୍‌ ଫରେନ୍‌ ହାଇୟର ଏଜୁକେଶନାଲ ଇନ୍‌ଷ୍ଟିଚ୍ୟୁଶନ୍ସ ଇନ୍‌ ଇଣ୍ଡିଆ’ ଶୀର୍ଷକ ଡ୍ରାଫ୍ଟ ରେଗୁଲେଶନ୍ସ ପ୍ରଣୟନ କରାଯାଇଥିବା କୁହାଯାଇଛି। ଏହା ଉପରେ ଆସନ୍ତା ୧୮ ତାରିଖ ସୁଦ୍ଧା ସମସ୍ତ ପକ୍ଷଙ୍କ ମତାମତ ଲୋଡ଼ାଯାଇଛି। ମତାମତକୁ ଅନୁଧ୍ୟାନ କରିବା ପରେ ଚଳିତ ଜାନୁୟାରୀ ଶେଷ ସୁଦ୍ଧା ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହାଦ୍ୱାରା ଭାରତରେ ଉଚ୍ଚଶିକ୍ଷାକୁ ଏକ ନୂଆ ଦିଗ ମିଳିବା ସହ ଛାତ୍ରୀଛାତ୍ର ଉଚିତ ଖର୍ଚ୍ଚରେ ବିଦେଶୀ ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିବେ। ଫଳରେ ବୈଶ୍ୱିକ ଅଧ୍ୟୟନ ମାନଚିତ୍ରରେ ଭାରତ ଏକ ଆକର୍ଷଣୀୟ ଦେଶର ମାନ୍ୟତା ପାଇବାରେ ସକ୍ଷମ ହେବା ନେଇ ୟୁଜିସି ଚେୟାରମ୍ୟାନ୍‌ ଆଶାବାଦୀ। ବିଦେଶୀ ଉଚ୍ଚ ଶିକ୍ଷା ଅନୁଷ୍ଠାନ(ଏଫ୍‌ଏଚ୍‌ଇଆଇ)ଗୁଡ଼ିକୁ ନିଜ କ୍ୟାମ୍ପସରେ ନାମଲେଖା ପାଇଁ ସର୍ତ୍ତାବଳୀ ଏବଂ ଫିଜ୍‌ ଷ୍ଟ୍ରକ୍ଚର ସ୍ଥିର କରିବା ସମୟରେ ସ୍ବଚ୍ଛତା ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଆସନ୍ତା ୨ ବର୍ଷ ଭିତରେ ଭାରତରେ ପ୍ରଥମ ବିଦେଶୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ନୂଆ ନିୟମାବଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଅବସ୍ଥାପିତ ବିଭିନ୍ନ ଦେଶର ୫୫ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖାଯାଇଛି। ଏଫ୍‌ଏଚ୍‌ଇଆଇଗୁଡ଼ିକୁ ପ୍ରାରମ୍ଭିକ ଭାବେ ୧୦ ବର୍ଷ ପାଇଁ ଅନୁମତି ଦିଆଯିବ। ନବମ ବର୍ଷରେ ସେମାନେ କ୍ୟାମ୍ପସ ପରିଚାଳନା ଲାଗି ତାହାକୁ ନବୀକରଣ କରାଇବେ। ତେବେ ପାଠ୍ୟକ୍ରମରେ ଭାରତର ଜାତୀୟ ସ୍ବାର୍ଥ କିମ୍ବା ଶିକ୍ଷାନୁଷ୍ଠାନଗୁଡ଼ିକର ମାନ ହ୍ରାସ ହେବା ଭଳି ବିଷୟ ନ ରଖିବାକୁ ଜଗଦୀଶ କୁମାର ପରାମର୍ଶ ଦେଇଛନ୍ତି। ଏଠାରୁ ସଂଗୃହୀତ ଅର୍ଥକୁ ନିଜ ଦେଶକୁ ନେବା ପାଇଁ ୧୯୯୯ରେ ପ୍ରଣୀତ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ବିଦେଶୀ ବିନିମୟ ପରିଚାଳନା ଆଇନ)କୁ ମାନି ଚଳିବାକୁ ପଡ଼ିବ। ଏଭଳି ଶିକ୍ଷାନୁଷ୍ଠାନରେ ଭାରତର ଆଣ୍ଟାଇ-ରାଗିଂ ଲ ଭଳି ସମସ୍ତ ଆଇନ ପ୍ରଯୁଜ୍ୟ ହେବ। ଭାରତ ଓ ବିଦେଶରୁ ମଧ୍ୟ ସେମାନେ ଫାକଲ୍ଟି ଓ ଅନ୍ୟ ଷ୍ଟାଫ୍‌ ଆଣିପାରିବେ। ଏସବୁର ଉଚିତ ଅନୁପାଳନ ହେଉଛି କି ନାହିଁ ତାହା ଜାଣିବା ପାଇଁ ୟୁଜିସି ଯେତେବେଳେ ଚାହିଁବ ନିଜ ପ୍ରତିନିଧିଙ୍କୁ କ୍ୟାମ୍ପସ୍‌ ପରିଦର୍ଶନ କରିବାକୁ ପଠାଇବ। ଏଥିସକାଶେ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ।
ଅନ୍ୟପକ୍ଷେ ଏହାକୁ ଶିକ୍ଷାବିତ୍‌ ମହଲରେ ବିରୋଧ କରାଯାଇଛି। କେନ୍ଦ୍ର ସରକାର ଶିକ୍ଷାରେ ସଂସ୍କାର ଆଣିବା ଆଳରେ ନେଉଥିବା ପଦକ୍ଷେପ ଦୁର୍ଭାଗ୍ୟଜନକ। ପାର୍ଲାମେଣ୍ଟରେ ବିଲ୍‌ ଆଣି ବିତର୍କ ପରେ ଏସବୁ କରାଯିବା କଥା। କିନ୍ତୁ ୟୁଜିସି ଜରିଆରେ ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାରତରେ ପ୍ରବେଶ କରାଇବାର ଯଥାର୍ଥତା ନାହିଁ ବୋଲି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ପ୍ରଫେସର ସୁରଜିତ ମଜୁମଦାର କହିଛନ୍ତି। ୨୦୧୨-୧୩ରେ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଫରେନ୍‌ ୟୁନିଭର୍ସିଟିଜ୍‌ ବିଲ୍‌ ଆଣିଥିଲେ। ସେତେବେଳେ ଭାଜପା ଏହାକୁ ବିରୋଧ କରିବାରୁ ବିଧେୟକକୁ ରାଜ୍ୟ ସଭା ଷ୍ଟାଣ୍ଡିଂ କମିଟିକୁ ପଠାଇଦିଆଯାଇଥିଲା। ଏବେ ଭାଜପା ନେତୃତ୍ୱାଧୀନ ସରକାର ନିଜେ ସେହି ପନ୍ଥା ଆପଣାଇବା ଠିକ୍‌ ନୁହେଁ ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଆଭା ଦେବ ହବିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?