Posted inଜାତୀୟ

ବିଦେଶୀ ବିଶ୍ୱବିଦ୍ୟାଳୟକୁ ସ୍ବାଧୀନତା

ନୂଆଦିଲ୍ଲୀ,୭ା୧: ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ଏଣିକି ଭାରତରେ ନିଜସ୍ବ କ୍ୟାମ୍ପସ ପ୍ରତିଷ୍ଠା କରିବା ସହ ନାମଲେଖା ପ୍ରକ୍ରିୟା ଏବଂ ଫି’ ଧାର୍ଯ୍ୟ କ୍ଷେତ୍ରରେ ନିଷ୍ପତ୍ତି ନେଇପାରିବେ। ଏପରି କି ଭାରତରୁ ସଂଗୃହୀତ ପାଣ୍ଠିକୁ ମଧ୍ୟ ନିଜ ଦେଶକୁ ସ୍ଥାନାନ୍ତର କରିପାରିବେ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ଚିଠା ନିୟମାବଳୀରେ ଏନେଇ ଉଲ୍ଲେଖ କରାଯାଇଛି। ଛାତ୍ରୀଛାତ୍ରଙ୍କ ଗୋଟିଏ ଗୋଷ୍ଠୀ ଏହାକୁ ସ୍ବାଗତ କରିଥିବାବେଳେ ଏହାର ନକାରାମତ୍କ ଦିଗ ପ୍ରତି ମଧ୍ୟ ଆଖି ବୁଜି ଦିଆଯାଇ ନ ପାରେ। ଗୋଟିଏ ଦୃଷ୍ଟିରୁ ଦେଖିଲେ ଭାରତୀୟ ବିଦ୍ୟାର୍ଥୀ ବିଦେଶକୁ ନ ଯାଇ ଦେଶ ଭିତରେ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ଲାଭ କରିପାରିବେ। ଅନ୍ୟପକ୍ଷେ ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅଧିକ ସ୍ବାଧୀନତା ପ୍ରଦାନ କରାଯାଇଥିବାରୁ ସେଗୁଡ଼ିକ ଉପରେ ସରକାରଙ୍କ କର୍ତ୍ତୃତ୍ୱ ରହିବ ନାହିଁ। ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ ୟୁଜିସି ନିୟମ ମାନି କ୍ୟାମ୍ପସ ପରିଚାଳନା କରିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଶିକ୍ଷାଦାନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିଲେ ଅନ୍ତର୍ଜାତୀୟ ର୍ୟଙ୍କିଙ୍ଗ୍‌ରେ ସ୍ଥାନ ପାଉ ନ ଥିବା ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ନୂ୍ୟନ ହୋଇଯିବେ। ତେଣୁ ଶିକ୍ଷାରେ ସଂସ୍କାର ନାମରେ ସରକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଉଥିବା କେତେଜଣ ବିଶେଷଜ୍ଞ ମତ ଦେଇଛନ୍ତି।
ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ୨୦୨୦ ଅନୁସାରେ ବିଶ୍ୱର ସର୍ବୋଚ୍ଚ ୟୁନିଭର୍ସିଟିଗୁଡ଼ିକ ଭାରତରେ ନିଜ କ୍ୟାମ୍ପସ ପ୍ରତିଷ୍ଠା ଓ ପରିଚାଳନା କରିପାରିବେ। କେନ୍ଦ୍ର ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ୟୁଜିସି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍‌. ଜଗଦୀଶ କୁମାର ଏ ସମ୍ପର୍କରେ ଘୋଷଣା କରି କହିଛନ୍ତି, ବିଦେଶୀ ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଫୁଲ୍‌ଟାଇମ୍‌ ପ୍ରୋଗ୍ରାମ ପାଠ୍ୟକ୍ରମରେ ଶିକ୍ଷା ଦେଇପାରିବେ। ଅଫ୍‌ଲାଇନ୍‌ ମୋଡ୍‌ରେ ପାଠ ପଢ଼ାଇବାକୁ ବାଧ୍ୟତାମୂଳକ କରାଯାଇଛି। ଅନ୍‌ଲାଇନ୍‌ କ୍ଲାସ୍‌ ଏବଂ ଦୂର ଶିକ୍ଷାକୁ ଅନୁମତି ଦିଆଯିବ ନାହିଁ। ତେବେ ୟୁଜିସିର ବିନା ଅନୁମୋଦନରେ କୌଣସି ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନ ଭାରତରେ ନିଜ କ୍ୟାମ୍ପସ ପ୍ରତିଷ୍ଠା କରିପାରିବେ ନାହିଁ। ନିଜ ଦେଶରେ ଥିବା ମୁଖ୍ୟ କ୍ୟାମ୍ପସ ଭଳି ଭାରତୀୟ କ୍ୟାମ୍ପସରେ ମଧ୍ୟ ଶିକ୍ଷାର ମାନ ବଜାୟ ରଖିବେ। ବିଶ୍ୱର ଶୀର୍ଷ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଭଲ ର଼୍ୟାଙ୍କରେ ରହୁଥିବା ୟୁନିଭର୍ସିଟିଗୁଡ଼ିକ ଭାରତରେ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଆବେଦନ କରିପାରିବେ। ଏହି ର଼୍ୟାଙ୍କରେ ଆସୁ ନ ଥିବା ବିଶ୍ୱବିଦ୍ୟାଳୟ ଭାରତରେ ପ୍ରବେଶ କରିବାକୁ ହେଲେ ‘ଉଚ୍ଚ ପ୍ରତିଷ୍ଠିତ’ ହେବାକୁ ପଡ଼ିବ ବୋଲି ଜଗଦୀଶ କୁମାର ସ୍ପଷ୍ଟ କରିଛନ୍ତି।
ଭାରତୀୟ ଛାତ୍ରୀଛାତ୍ରଙ୍କୁ ନିଜ ଦେଶରେ ଉଚ୍ଚମାନର ଅନ୍ତର୍ଜାତୀୟ ଶିକ୍ଷାଲାଭ ପାଇଁ ଅଧିକ ସୁଯୋଗ ପ୍ରଦାନ ଲକ୍ଷ୍ୟରେ ‘ସେଟିଂ ଅପ୍‌ ଆଣ୍ଡ ଅପରେଶନ ଅଫ୍‌ କ୍ୟାମ୍ପସେସ୍‌ ଅଫ୍‌ ଫରେନ୍‌ ହାଇୟର ଏଜୁକେଶନାଲ ଇନ୍‌ଷ୍ଟିଚ୍ୟୁଶନ୍ସ ଇନ୍‌ ଇଣ୍ଡିଆ’ ଶୀର୍ଷକ ଡ୍ରାଫ୍ଟ ରେଗୁଲେଶନ୍ସ ପ୍ରଣୟନ କରାଯାଇଥିବା କୁହାଯାଇଛି। ଏହା ଉପରେ ଆସନ୍ତା ୧୮ ତାରିଖ ସୁଦ୍ଧା ସମସ୍ତ ପକ୍ଷଙ୍କ ମତାମତ ଲୋଡ଼ାଯାଇଛି। ମତାମତକୁ ଅନୁଧ୍ୟାନ କରିବା ପରେ ଚଳିତ ଜାନୁୟାରୀ ଶେଷ ସୁଦ୍ଧା ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ। ଏହାଦ୍ୱାରା ଭାରତରେ ଉଚ୍ଚଶିକ୍ଷାକୁ ଏକ ନୂଆ ଦିଗ ମିଳିବା ସହ ଛାତ୍ରୀଛାତ୍ର ଉଚିତ ଖର୍ଚ୍ଚରେ ବିଦେଶୀ ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିବେ। ଫଳରେ ବୈଶ୍ୱିକ ଅଧ୍ୟୟନ ମାନଚିତ୍ରରେ ଭାରତ ଏକ ଆକର୍ଷଣୀୟ ଦେଶର ମାନ୍ୟତା ପାଇବାରେ ସକ୍ଷମ ହେବା ନେଇ ୟୁଜିସି ଚେୟାରମ୍ୟାନ୍‌ ଆଶାବାଦୀ। ବିଦେଶୀ ଉଚ୍ଚ ଶିକ୍ଷା ଅନୁଷ୍ଠାନ(ଏଫ୍‌ଏଚ୍‌ଇଆଇ)ଗୁଡ଼ିକୁ ନିଜ କ୍ୟାମ୍ପସରେ ନାମଲେଖା ପାଇଁ ସର୍ତ୍ତାବଳୀ ଏବଂ ଫିଜ୍‌ ଷ୍ଟ୍ରକ୍ଚର ସ୍ଥିର କରିବା ସମୟରେ ସ୍ବଚ୍ଛତା ଆପଣାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଆସନ୍ତା ୨ ବର୍ଷ ଭିତରେ ଭାରତରେ ପ୍ରଥମ ବିଦେଶୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ନୂଆ ନିୟମାବଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନୂଆଦିଲ୍ଲୀରେ ଅବସ୍ଥାପିତ ବିଭିନ୍ନ ଦେଶର ୫୫ ରାଷ୍ଟ୍ରଦୂତଙ୍କୁ ପତ୍ର ଲେଖାଯାଇଛି। ଏଫ୍‌ଏଚ୍‌ଇଆଇଗୁଡ଼ିକୁ ପ୍ରାରମ୍ଭିକ ଭାବେ ୧୦ ବର୍ଷ ପାଇଁ ଅନୁମତି ଦିଆଯିବ। ନବମ ବର୍ଷରେ ସେମାନେ କ୍ୟାମ୍ପସ ପରିଚାଳନା ଲାଗି ତାହାକୁ ନବୀକରଣ କରାଇବେ। ତେବେ ପାଠ୍ୟକ୍ରମରେ ଭାରତର ଜାତୀୟ ସ୍ବାର୍ଥ କିମ୍ବା ଶିକ୍ଷାନୁଷ୍ଠାନଗୁଡ଼ିକର ମାନ ହ୍ରାସ ହେବା ଭଳି ବିଷୟ ନ ରଖିବାକୁ ଜଗଦୀଶ କୁମାର ପରାମର୍ଶ ଦେଇଛନ୍ତି। ଏଠାରୁ ସଂଗୃହୀତ ଅର୍ଥକୁ ନିଜ ଦେଶକୁ ନେବା ପାଇଁ ୧୯୯୯ରେ ପ୍ରଣୀତ ଫରେନ୍‌ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ (ବିଦେଶୀ ବିନିମୟ ପରିଚାଳନା ଆଇନ)କୁ ମାନି ଚଳିବାକୁ ପଡ଼ିବ। ଏଭଳି ଶିକ୍ଷାନୁଷ୍ଠାନରେ ଭାରତର ଆଣ୍ଟାଇ-ରାଗିଂ ଲ ଭଳି ସମସ୍ତ ଆଇନ ପ୍ରଯୁଜ୍ୟ ହେବ। ଭାରତ ଓ ବିଦେଶରୁ ମଧ୍ୟ ସେମାନେ ଫାକଲ୍ଟି ଓ ଅନ୍ୟ ଷ୍ଟାଫ୍‌ ଆଣିପାରିବେ। ଏସବୁର ଉଚିତ ଅନୁପାଳନ ହେଉଛି କି ନାହିଁ ତାହା ଜାଣିବା ପାଇଁ ୟୁଜିସି ଯେତେବେଳେ ଚାହିଁବ ନିଜ ପ୍ରତିନିଧିଙ୍କୁ କ୍ୟାମ୍ପସ୍‌ ପରିଦର୍ଶନ କରିବାକୁ ପଠାଇବ। ଏଥିସକାଶେ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯିବ।
ଅନ୍ୟପକ୍ଷେ ଏହାକୁ ଶିକ୍ଷାବିତ୍‌ ମହଲରେ ବିରୋଧ କରାଯାଇଛି। କେନ୍ଦ୍ର ସରକାର ଶିକ୍ଷାରେ ସଂସ୍କାର ଆଣିବା ଆଳରେ ନେଉଥିବା ପଦକ୍ଷେପ ଦୁର୍ଭାଗ୍ୟଜନକ। ପାର୍ଲାମେଣ୍ଟରେ ବିଲ୍‌ ଆଣି ବିତର୍କ ପରେ ଏସବୁ କରାଯିବା କଥା। କିନ୍ତୁ ୟୁଜିସି ଜରିଆରେ ବିଦେଶୀ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭାରତରେ ପ୍ରବେଶ କରାଇବାର ଯଥାର୍ଥତା ନାହିଁ ବୋଲି ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ) ପ୍ରଫେସର ସୁରଜିତ ମଜୁମଦାର କହିଛନ୍ତି। ୨୦୧୨-୧୩ରେ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ଉପା) ସରକାର ଫରେନ୍‌ ୟୁନିଭର୍ସିଟିଜ୍‌ ବିଲ୍‌ ଆଣିଥିଲେ। ସେତେବେଳେ ଭାଜପା ଏହାକୁ ବିରୋଧ କରିବାରୁ ବିଧେୟକକୁ ରାଜ୍ୟ ସଭା ଷ୍ଟାଣ୍ଡିଂ କମିଟିକୁ ପଠାଇଦିଆଯାଇଥିଲା। ଏବେ ଭାଜପା ନେତୃତ୍ୱାଧୀନ ସରକାର ନିଜେ ସେହି ପନ୍ଥା ଆପଣାଇବା ଠିକ୍‌ ନୁହେଁ ବୋଲି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପ୍ରଫେସର ଆଭା ଦେବ ହବିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri