ପୁଣି ଲାଭା ଓକାଳିଲା କିଲାଉଆ

ଓ୍ବାଶିଂଟନ,୭ା୧: ଆମେରିକାର ହାଓ୍ବାଇସ୍ଥିତ କିଲାଉଆ ଆଗ୍ନେୟଗିରିରୁ ପୁଣି ଲାଭା ଉଦ୍‌ଗିରଣ ହୋଇଛି। ମାସକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଉଦ୍‌ଗିରଣ। ଏହି ଆଗ୍ନେୟଗିରିର ଶିଖରରେ ଥିବା ହାଲେମାଉମାଉ ମୁଖରୁ ଲାଭା ନିର୍ଗତ ବେଳର ଦୃଶ୍ୟକୁ ଓ୍ବେବ୍‌କ୍ୟାମ୍‌ କଏଦ୍‌ କରିଥିବା ହାଓ୍ବାଇର ଭୋଲ୍‌କାନୋ ଅବ୍‌ଜର୍ଭେଟୋରି ପକ୍ଷରୁ କୁହାଯାଇଛି। ଲାଭା ନିମ୍ନଗାମୀ ହୋଇ ବହିବାରେ ଲାଗିଥିବାରୁ ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।
୨୭ରୁ ଦୁଇ ସପ୍ତାହ ଧରି ହାଓ୍ବାଇରେ ଦୁଇଟି ଆଗ୍ନେୟଗିରିରୁ ଲାଭା ଉଦ୍‌ଗିରଣ ହୋଇ ସମାନ ସମୟରେ ବନ୍ଦ ହୋଇଥିଲା। କିଲାଉଆ ହେଉଛି ବିଶ୍ୱର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି। ମଉନାଲୋଆକୁ ପୃଥିବୀର ବୃହତ୍ତମ ଆଗ୍ନେୟଗିରି କୁହାଯାଏ। ଏହା ୩୮ ବର୍ଷରେ ପ୍ରଥମ ଥର ପାଇଁ ଲାଭା ଓକାଳିଥିଲା। ଟୁଇନ୍‌ ଇରପ୍ସନ ବେଳେ ଏହାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ହାଓ୍ବାଇ ଭୋଲ୍‌କାନୋସ୍‌ ନ୍ୟାଶନାଲ ପାର୍କରେ ଭିଡ଼ ଜମାଇଥିଲେ। ୨୦୧୮ରେ ହୋଇଥିବା ଉଦ୍‌ଗିରଣରେ ହଓ୍ବାଇ ଦ୍ୱୀପରେ ଥିବା ୭୦୦ ଘର ଧ୍ୱଂସ ହୋଇଯାଇଥିଲା। ଦୁଇ ଆଗ୍ନେୟଗିରି ମଧ୍ୟରେ ଥିବା ସମ୍ପର୍କ ଅନୁଧ୍ୟାନ ପାଇଁ ବୈଜ୍ଞାନିକମାନେ ଡେଟା ଦେଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲେନସ୍କି ହିରୋ ନା ଅସଫଳ ରାଷ୍ଟ୍ରପତି ?…

କ୍ୱିଭ୍‌, ୫।୩ : ରୁଷିଆ ଆକ୍ରମଣ ପରେ ଧ୍ୱଂସସ୍ତୁପ ପାଲଟିଥିବା ୟୁକ୍ରେନ୍‌ ହାର୍‌ ମାନିବାକୁ ନାରାଜ। ଏପରିସ୍ଥଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ନେଇ ପ୍ରଶ୍ନ...

ଶାହିଦ ମହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ନେଇ ଚାଇନା ଦେଲା ବାଧା…

ଜେନେଭା,୧୯।୧୦ : ମିଳିତ ଜାତିସଂଘରେ ପାକିସ୍ତାନର ଲଶ୍କର-ଇ-ତୋଏବା ସଦସ୍ୟ ଶାହିଦ ମେହମୁଦଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ଏକ...

ରେକ୍ଟମରୁ ବାହାରିଲା ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା

ପ୍ୟାରିସ୍‌ ୨୨।୧୨: ଫ୍ରାନ୍ସର ଟୋଉଲନରେ ଥିବା ସେଣ୍ଟେ ମୁସେ ହସ୍ପିଟାଲରେ ଜଣେ ୮୮ବର୍ଷୀୟ ବୃଦ୍ଧଙ୍କ ରେକ୍ଟମ (ମଳଦ୍ୱାର)ରୁ ପ୍ରଥମ ବିଶ୍ୱଯୁଦ୍ଧ ବେଳର ବୋମା ସଫଳତାର ସହ...

୨୦ ବର୍ଷ ପରେ ଆଫଗାନିସ୍ତାନକୁ ପୁଣି ଫେରିବ ଅଲ୍‌-କାଏଦା: ଆମେରିକା

ଓ୍ବାଶିଂଟନ,୯ା୯: ଆଫଗାନିସ୍ତାନର ବର୍ତ୍ତମାନର ଅବସ୍ଥା ଅତ୍ୟନ୍ତ ସଙ୍ଗିନ। ଆଫଗାନିସ୍ତାନରେ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଆମେରିକା କହିଛି, ଆଫଗାନିସ୍ତାନର...

ନୂତନ ଆଦେଶ ଜାରି କଲା ତାଲିବାନ

କାବୁଲ,୧୨।୧: ଆଫଗାନିସ୍ତାନର କ୍ଷମତା ହାସଲ କରିବା ପରେ ତାଲିବାନ ଶାସକ ମହିଳାଙ୍କ ପାଇଁ ପ୍ରତିଦିନ ନୂଆ ନିୟମ ଜାରି କରୁଛନ୍ତି। ନିକଟରେ ତାଲିବାନ ସରକାର ଏକ...

ମାରିଆପୋଲରେ ହଜାରେରୁ ଊର୍ଦ୍ଧ୍ୱ ୟୁକ୍ରେନ ସୈନ୍ୟ କଲେ ଆତ୍ମସମର୍ପଣ: ଦାବି କଲା ରୁଷିଆ

କ୍ୱିଭ୍‌,୧୩।୪: ୟୁକ୍ରେନ-ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୫୦ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଯୁଦ୍ଧ ଥମି ନ ଥିବା ବେଳେ ବେଳକୁ ବେଳ ରୁଷିଆ ଆକ୍ରମଣାତ୍ମକ...

ଚୌକି ତଳେ ଭୂକମ୍ପ

ଇସ୍‌ଲାମାବାଦ,୪ା୪: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି ଉପବାଚସ୍ପତି କାସିମ ଶାହ ସୁରି ରବିବାର ବିରୋଧୀଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ସମ୍ବିଧାନ ଅନୁଚ୍ଛେଦ ୫ର ଉଲ୍ଲଂଘନ କହି...

୨୩ ବର୍ଷ ପରେ ପେଶାଓ୍ବର ମସଜିଦ୍‌ରେ ଇଦ୍‌ ନମାଜ ପଢ଼ିବେ ମହିଳା

ଇସଲାମାବାଦ୍‌,୭।୩: ପାକିସ୍ତାନର ପେଶାଓ୍ବରଠାରେ ଥିବା ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ନେଇ ଜାରି ହୋଇଥିବା କଟକଣା ହଟାଇ ନିଆଯାଇଛି। ଏହାଦ୍ୱାରା ୨୩ ବର୍ଷ ପରେ ମହିଳାମାନେ ଏଠାରେ...

Advertisement
Archives

Model This Week