Posted inଜାତୀୟ

ଏବେ ବିମାନରେ ମିଳିବ ମାଗଣା ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୧୦।୧୧: ବିମାନ ଯାତ୍ରା ସମୟରେ, ଉପରେ କୌଣସି କମ୍ପାନୀ କିମ୍ବା ଇଣ୍ଟରନେଟ ସେବାର ସଙ୍କେତ ନଥାଏ। ଏପରି ପରିସ୍ଥିତିରେ, ବିମାନରେ ଯେତିକି ସମୟ ଯାତ୍ରା କରିବାକୁ ଥାଏ ସେହି ସମୟ ପାଇଁ ଯାତ୍ରୀମାନେ ଦୁନିଆରୁ ବିଚ୍ଛିନ୍ନ ଅନୁଭବ କରନ୍ତି। କିନ୍ତୁ ବର୍ତ୍ତମାନ ଏହି ଚିନ୍ତା ଦୂର ହେବାକୁ ଯାଉଛି। କାରଣ ଟାଟା ଗ୍ରୁପର ଭିଷ୍ଟାରା କମ୍ପାନୀ ଏହାର ସମସ୍ତ ବିମାନରେ ମାଗଣା ଇଣ୍ଟରନେଟ ସେବା ଆରମ୍ଭ କରୁଛି। ସୂଚନାଯୋଗ୍ୟ, ଟାଟା ଭିଷ୍ଟାରା ଦେଶର ପ୍ରଥମ କମ୍ପାନୀ ହୋଇପାରିଛି। ଯାହା ଏହାର ବିମାନରେ ମାଗଣା ଇଣ୍ଟରନେଟ ସେବା ଆରମ୍ଭ କରିଛି। ଯେଉଁଥିପାଇଁ କାର୍ଯ୍ୟରତ ପ୍ରଫେସନାଲ ଏବଂ ବ୍ୟବସାୟୀ ଯାତ୍ରୀମାନଙ୍କ ମଧ୍ୟରେ ବହୁତ ଖୁସି ଦେଖାଦେଇଛି। କାରଣ ଆଜିକାଲି ଇଣ୍ଟରନେଟ ସର୍ଫିଂ ବିନା ଜୀବନ ଅସମ୍ପୂର୍ଣ୍ଣ ହୋଇଯାଇଛି।

ସୂଚନାଯୋଗ୍ୟ, ଟାଟା ସନ୍ସ ଏବଂ ଏସଆଇଏର ମାଲିକାନା ଥିବା ଭିଷ୍ଟାରା ଏୟାରଲାଇନ୍ସ ବୋଇଙ୍ଗ ୭୮୭-୯ ଡ୍ରିମଲାଇନର୍‌ ବିମାନରେ ମାଗଣା ଇଣ୍ଟରନେଟ ସେବା ଯୋଗାଇବାକୁ ଘୋଷଣା କରିଛି। ଏହା ପରେ ଦିଲ୍ଲୀରୁ ମୁମ୍ବାଇ ବିମାନରେ ସେବା ଆରମ୍ଭ ହୋଇଛି। ଏହା କୁହାଯାଉଛି ଯେ ଖୁବ ଶୀଘ୍ର ଟାଟା ସନ୍ସ ଅନ୍ୟ ବିମାନରେ ମଧ୍ୟ ମାଗଣା ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ଯାଉଛି। ବର୍ତ୍ତମାନ କମ୍ପାନୀ ଏୟାରବସ ୩୨୧ ନିଓରେ ମଧ୍ୟ ଏହି ସେବାକୁ ବିସ୍ତାର କରିବାକୁ ଯାଉଛି। ସମସ୍ତ ଯାତ୍ରୀ ବିମାନ ସମୟରେ ସୀମିତ ସମୟ ପାଇଁ ଏହି ସେବା ପାଇପାରିବେ। ଯାହାଫଳରେ ଇଣ୍ଟରନେଟ ବିନା କାହାକୁ ଏକ ବିରକ୍ତିକର ଯାତ୍ରା ସହିବାକୁ ପଡିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?