Posted inଜାତୀୟ

ମାଗଣାରେ ମିଳିବ ରାଶନ, ୫ ବର୍ଷ ଚାଲିବ ଗରିବ କଲ୍ୟାଣ ଅନ୍ନ ଯୋଜନା, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ…

ନୂଆଦିଲ୍ଲୀ,୨୯।୧୧ : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ସରକାର ନେଇଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଗରିବ କଲ୍ୟାଣ ଅନ୍ନ ଯୋଜନା ଆସନ୍ତା ଜାନୁୟାରୀ ୨୦୨୪ରୁ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। କୋଭିଡ ୧୯ ମହାମାରୀ ସମୟରେ ଏହି ଯୋଜନା ଆରମ୍ଭ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୩.୫୦ କୋଟି ଭାରତୀୟ ଦାରିଦ୍ର ସ୍ତରରୁ ଉପରକୁ ଉଠିଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏକ ବଡ ସଫଳତା।

ଅନୁରାଗ ଠାକୁର ସୂଚନା ଦେଇଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ କରିଛନ୍ତି। କୃଷକମାନଙ୍କୁ କୃଷି ବ୍ୟବହାର ପାଇଁ ଭଡା ସେବା ଯୋଗାଇବା ପାଇଁ ୨୦୨୩-୨୪ ରୁ ୨୦୨୫-୨୬ ମଧ୍ୟରେ ୧୫,୦୦୦ ମନୋନୀତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ ଯୋଗାଇ ଦିଆଯିବ। ସରକାରଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ଡ୍ରୋନ ଯୋଗାଇବା ପାଇଁ କେନ୍ଦ୍ର କ୍ୟାବିନେଟ ଏକ କେନ୍ଦ୍ରୀୟ ଯୋଜନା ଅନୁମୋଦନ କରିଛି। ଏହି ପ୍ରକଳ୍ପ ପାଇଁ ସରକାର ୧,୨୬୧ କୋଟି ଟଙ୍କା ଖର୍ଚ୍ଚ କରିବେ ।

ସରକାରୀ ପ୍ରକାଶନ ଅନୁଯାୟୀ, ଏହି ଯୋଜନା ଅଧୀନରେ ଅନୁମୋଦିତ ପଦକ୍ଷେପ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସ୍ଥାୟୀ ବ୍ୟବସାୟ ଏବଂ ଜୀବିକା ସହାୟତା ଯୋଗାଇବ । ଏହା ସହିତ ସେମାନେ ବର୍ଷକୁ ଅତି କମରେ ୧ ଲକ୍ଷ ଟଙ୍କା ଅତିରିକ୍ତ ଆୟ କରିବାକୁ ସକ୍ଷମ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ଅଞ୍ଚଳରେ ବଢୁଛି ଗୋ’ ଚାଲାଣ, ପାଟ୍ରୋଲିଂ ସମୟରେ ୪ ଜଣଙ୍କୁ ଧରିଲେ ଏଏସ୍‌ଆଇ

ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବେନିୟମ ଭାବେ ଗୋ’ ଚାଲାଣ ଦିନକୁ ଦିନ  ବଢୁଛି। ବିଭିନ୍ନ ସମୟରେ ଜିଲାର ବିଭିନ୍ନ ଗାଈହାଟ ଦେଇ ଜିଲା…

ନେପାଳରେ ଭୂକମ୍ପ, ମୋଦି କହିଲେ ସବୁ ସହାୟତା ଯୋଗାଇବାକୁ ଆମେ ପ୍ରସ୍ତୁତ

କାଠମାଣ୍ଡୁ,୨୫ା୬: ଗୁରୁବାର ସକାଳେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ନେପାଳରେ ୨୫ କିଲୋମିଟର ଗଭୀରତାରେ ଆଜି ସକାଳ…

କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବାକୁ ଜୋର୍‌ ଧରିଲା ଦାବି, ସହରରେ ଲାଗିଲା ପୋଷ୍ଟର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ପରିଚିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଜିଲାର ଏକ ମାତ୍ର ମୁଖ୍ୟ ନିର୍ବାଚନ ମଣ୍ଡଳୀ ଥିଲା। ଗତ…

ଦୁର୍ଘଟଣା ଘଟାଇ ଫେରାର ହୋଇଯିବାବେଳେ ଡ୍ରାଇଭର ହେଲେ ଦୁର୍ଘଟଣାର ଶିକାର

କେସିଙ୍ଗା,୨୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ଖଜୁରପଡ଼ା ଛକ ନିକଟରେ ବୁଧବାର ରାତିରେ ଏକ ଦୁର୍ଘଟଣା ଘଟିଛି। ସୂଚନାନୁଯାୟୀ, ଖଜୁରୀପଡ଼ା ଛକରେ ଅବସ୍ଥିତ ଅରିହନ୍ତ୍‌…

ଶାଳୀ ବାହାଘରକୁ ଆସି ଚାଲିଗଲା ଭିଣୋଇଙ୍କ ଜୀବନ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କୋଡ଼ଖମଣ ଗ୍ରାମରେ ଏକ ବିବାହ ଉତ୍ସବ ଚାଲିଥିବା ବେଳେ ବୁଧବାର ରାତିରେ ଘଟିଛି ଦୁଃଖଦ ଘଟଣା। ପରମ୍ପରା…

LED ଲାଇଟ୍‌ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଆରମ୍ଭ

ପାଟଣା,୨୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଲାଗିଥିବା ଏଲ୍‌ଇଡି ଲାଇଟ୍‌ର ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଆସିଥିବା ୨ଟି ଭିଜିଲାନ୍ସ ଟିମ୍‌ ପହଞ୍ଚି ପାଟଣା ବ୍ଲକର…

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

ବଡ଼ ଭୂକମ୍ପରେ ଶ୍ମଶାନ ପାଲଟିଲା ଭେନେଜୁଏଲା! ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri