ମାଗଣା ସିଭିଲ ସର୍ଭିସ କୋଚିଂ ଭେଳିକି

ଭୁବନେଶ୍ୱର,୧୮।୧୨(ଅସମାପିକା ସାହୁ): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌)ପରୀକ୍ଷାରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ହାର କମ୍‌ ରହୁଛି। ଏଥିରେ କିପରି ଅଧିକରୁ ଅଧିକ କୃତକାର୍ଯ୍ୟ ହାସଲ କରିବେ ସେଥିପାଇଁ ରାଜ୍ୟ ସରକାର କଲେଜରୁ ଆଇଏଏସ୍‌ କୋଚିଂ ଦେବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ ଡିଗ୍ରୀ କଲେଜରେ ମାଗଣା କୋଚିଂ ବ୍ୟବସ୍ଥା ଆରମ୍ଭ ହେବ। ତେବେ ଏହା କେତେ ଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବଥର ଭଳି ମାଗଣା କୋଚିଂ ବ୍ୟବସ୍ଥା ଏଥର ବି ଫେଲ୍‌ ମାରିଯିବନି ତ ବୋଲି ଆଲୋଚନା ହେଉଛି। ଗୋଟିଏ ପଟେ କଲେଜରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ଛାତ୍ରୀଛାତ୍ରଙ୍କୁ କିପରି କୋଚିଂ ଦିଆଯିବ ତାକୁ ନେଇ ଆଶଙ୍କା ଦେଖାଯାଇଛି।
ସୂଚନାନୁସାରେ, ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ସିଭିଲ ସର୍ଭିସ୍‌ କୋଚିଂ ଦିଆଯିବ। ଶିକ୍ଷାନୁଷ୍ଠାନର ନିଜସ୍ବ ଅର୍ଥରେ କୋଚିଂ ଦିଆଯିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ପାଠ୍ୟ ଖସଡ଼ାରେ ବି ସଂସ୍କାର ଅଣାଯିବ। ୟୁପିଏସ୍‌ସି ଏବଂ ଓପିଏସ୍‌ସି ଭଳି ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରଣାଳୀକୁ ନଜରରେ ରଖି ସିଲାବସ୍‌ ପ୍ରସ୍ତୁତ ହେବ। ଗତମାସ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏଯାବତ୍‌ ଏନେଇ କୌଣସି ଗାଇଡ୍‌ଲାଇନ ପ୍ରସ୍ତୁତ ହୋଇ ନାହିଁ। ପ୍ରକାଶ ଯେ, ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା କୋଚିଂ ବ୍ୟବସ୍ଥା ଜାରି ରହିଛି। ଯେଉଁଥିରେ ପ୍ରାୟ ୨୦୦ ଛାତ୍ରୀଛାତ୍ର ସାମିଲ ଅଛନ୍ତି। ତେବେ କଲେଜସ୍ତରରୁ କୋଚିଂ ସୁବିଧା ପାଇଲେ ପିଲାମାନେ ଅଧିକ ସଫଳ ହେବା ଆଶା ରଖିଛି ବିଭାଗ। ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଆ ଛାତ୍ରୀଛାତ୍ରଙ୍କ ସଫଳତା ହାର ବୃଦ୍ଧି କରିବା, ବିଶେଷ କରି ଗରିବ ଓ ମେଧାବୀ ଛାତ୍ରୀଛାତ୍ର କିପରି ସୁଫଳ ପାଇବେ ତାହା ଉଦ୍ଦେଶ୍ୟ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟ ସରକାର ମାଗଣା ଆଇଏଏସ୍‌ କୋଚିଂ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। କାରଣ ଭିତ୍ତିଭୂମି ଓ ଶିକ୍ଷକଙ୍କ ଅଭାବ ଏ ଦିଗରେ ବଡ଼ ପ୍ରତିବନ୍ଧକ। ବିଧାନସଭାର ତଥ୍ୟାନୁସାରେ, ରାଜ୍ୟର ସମସ୍ତ ସରକାରୀ ଡିଗ୍ରୀ କଲେଜରେ ୯୦୬ ଟିଚିଂ ଷ୍ଟାଫ୍‌ ପଦବୀ ଖାଲି ପଡ଼ିଛି। ଏ ସମ୍ପର୍କରେ ୬୬୨ବର୍ଗର ଅଧ୍ୟାପକ ସଂଘର ସଭାପତି ଗୋଲକ ନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ପଦକ୍ଷେପ ଠିକ୍‌। କିନ୍ତୁ ତାହା କିପରି ଶୀଘ୍ର କାର୍ଯ୍ୟକାରୀ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଦରକାର। କୋଚିଂ ଦିଆଯିବ ବୋଲି ଘୋଷଣା କରିଦେଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏନେଇ ଗାଇଡ୍‌ଲାଇନ ପ୍ରସ୍ତୁତ କଲେ ନାହିଁ। ବର୍ତ୍ତମାନ ନୂଆ ଓଡ଼ିଶା କାର୍ଯ୍ୟକ୍ରମ ଚାଲୁଛି। ଆଗକୁ ନିର୍ବାଚନ ଅଛି। ସରକାର ସେ ଦିଗରେ ବ୍ୟସ୍ତ ରହିବେ। ତେଣୁ ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇପାରିବା ନେଇ ସନ୍ଦେହ ସୃଷ୍ଟି ହେଉଛି। ସବୁଠାରୁ ବଡ଼ କଥା ହେଉଛି ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ମଧ୍ୟରୁ ୫୦ପ୍ରତିଶତରେ ଅଧ୍ୟାପକ ପଦବୀ ଖାଲି ପଡ଼ିଛି। ତେଣୁ ତାକୁ ପୂରଣ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ଜରୁରୀ ବୋଲି ନାୟକ କହିଛନ୍ତି। ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ଯୋଗାଯୋଗ କରଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନାହିଁ।
ମିଳିଥିବା ତଥ୍ୟାନୁଯାୟୀ, ରାଜ୍ୟର ୮ ୟୁନିଭରସିଟି ଓ ୫୦ରୁ ଅଧିକ ଡିଗ୍ରୀ କଲେଜରେ ମାଗଣା କୋଚିଂ ସେଣ୍ଟର ଖୋଲିଥିଲା। ୨୦୧୬ରୁ ୨୦୧୮ଯାଏ ମାଗଣାରେ ପିଲା ପାଠ ପଢ଼ିବା ସହ ଆଇଏଏସ୍‌ ପ୍ରସ୍ତୁତି କରୁଥିଲେ। ହେଲେ ସଫଳତା ମିଳିଲାନି। ଯେଉଁଥିଲାଗି ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୯-୨୦ରେ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ବାକ୍ଷରିତ କରି ଭୁବନେଶ୍ୱରରେ କୋଚିଂ ହବ୍‌ ପ୍ରତିଷ୍ଠା କଲେ। ଏଥିରେ ୯୯ ଜଣ ପିଲା ନାମଲେଖାଇ କୋଚିଂ ନେଇଥିଲେ। ହେଲେ ଜଣେ ବି ସଫଳ ହେଲେନି। ତେଣୁ ଏବେ କଲେଜରୁ ଆଇଏଏସ୍‌ କୋଚିଂ ଦିଆଗଲେ ତା’ର କାର୍ଯ୍ୟକାରିତା ଏବଂ ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?