ଧରାପଡ଼ିଲା ୨୪ ଲକ୍ଷ ଟଙ୍କାର ଜାଲିଆତି

ନୟାଗଡ,୩୦।୯(ଲୋକନାଥ ମିଶ୍ର): ବଳରାମ ପାହାଡ଼ର ନିଷ୍କାସିତ ପାଣିରେ ସୃଷ୍ଟ ନୟାଗଡ଼ ବ୍ଲ୍ଳକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଶିଆଳି ଖୋଲ ବନ୍ଧରେ ଆଡିବନ୍ଧ କରି ୨୪ଲକ୍ଷ ସରକାରୀ ଅନୁଦାନ ହଡପ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ନୟାଗଡ଼ ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ୧୨ ଜଣିଆ ଟିମ୍‌ ଶୁକ୍ରବାର ସମ୍ପୃକ୍ତ ଆଡିବନ୍ଧକୁ ପରିଦର୍ଶନରେ ଯାଇ ଅନିୟମିତତା ଗୁମର ଖୋଲିଛନ୍ତି। ଆଡିବନ୍ଧର ମେଜେରେମେଣ୍ଟ ବୁକ୍‌ ଜିଲା ପରିଷଦ ସଭାପତି ଓ ସଭ୍ୟଙ୍କୁ ମୃତ୍ତିିକା ସଂରକ୍ଷଣ ବିଭାଗର ଉପନିର୍ଦ୍ଦେଶକଙ୍କ ସମେତ କର୍ମଚାରୀ ଦେଖେଇ ନ ପାରି ଅପଦସ୍ତ ହୋଇଥିଲେ। ଜିଲା ପରିଷଦ ପକ୍ଷରୁ ଏହାର ମେଜରମେଣ୍ଟ କରାଯିବା ପରେ ଦୁର୍ନୀତିର ବାସ୍ନା ଜଣାପଡିଛି। ଏହି ପ୍ରକଳ୍ପ ପାଇଁ ୨୪ ଲକ୍ଷ ୯୪ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏଥିପାଇଁ ୨୪ ଲକ୍ଷ ୬୮ ହଜାର ୪୨୬ ଟଙ୍କା ବିଲ୍‌ ହୋଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ, ୨ ନଂ. ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ସରୋଜ ରଣସିଂହ, ଜିଲା ପରିଷଦର ୨ ନଂ. ସଦସ୍ୟ ବିରଜା ଲକ୍ଷ୍ମୀ ସାହୁ, ୫ ନଂ. ସଦସ୍ୟ ରାମେଶ୍ୱର ଶତପଥୀ, ୭ନଂ. ସଦସ୍ୟ ବିଷ୍ଣପ୍ରିୟା ବେହେରା, ୧୧ ନଂ. ସଦସ୍ୟ ବସନ୍ତ ପ୍ରଧାନ, ୧୨ ନଂ . ସଦସ୍ୟ ସୁବାସ ଚନ୍ଦ୍ର କଅଁର, ୧୩ ନଂ. ସଦସ୍ୟ କ୍ଷୀରୋଦ ମହାପାତ୍ର, ୧୪ ନଂ. ସଦସ୍ୟ ଆଶିଷ ଅଗ୍ରୱାଲ, ୧୭ନଂ. ସଦସ୍ୟ ପ୍ରତିମା ଦଳବେହେରା, ୨୦ ନଂ. ବିଜୟ ସାମନ୍ତରାୟ ପରିଦର୍ଶନରେ ସାମିଲ ଥିଲେ। ଏ ନେଇ ଜିଲା ପରିଷଦ ସଦସ୍ୟ ରାମେଶ୍ୱର ଶତପଥୀ କହିଛନ୍ତି, ଆଡିବନ୍ଧର ମେଜେରେମେଣ୍ଟ ବୁକ୍‌ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ ଦେଇ ପାରିଲେ ନାହିଁ। ପ୍ରକଳ୍ପରେ କ’ଣ ଖର୍ଚ୍ଚ କେତେ ଅନୁଦାନ ଜଣାପଡୁନି। ମୃତ୍ତିକା ସଂରକ୍ଷଣ ବିଭାଗ ଜିଲା ପରିଷଦ ଟିମ୍‌କୁ ଅସହଯୋଗ କଲେ। ଜିଲା ପରିଷଦ ଟିମ୍‌ ଦୁର୍ନୀତିର ବାସ୍ନା ପାଇଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିବ। ଜିଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ କହିଛନ୍ତି, ଆଡିବନ୍ଧର ମେଜେରେମେଣ୍ଟ ବୁକ୍‌ ନ ଦେଇ ମୃତ୍ତିକା ସଂରକ୍ଷଣ ବିଭାଗ ସନ୍ଦେହ ଘେରକୁ ଆସିଛି। ଆମ ପକ୍ଷରୁ ମେଜେରମେଣ୍ଟ ଚାଲିଛି। ଭଲ ପ୍ରକଳ୍ପରେ ଯେଉଁ ସରକାରୀ ଅର୍ଥ ବିନିଯୋଗ ହୋଇଛି ଠିକ୍‌ ଭାବେ କରାଯାଇ ନ ଥିବା ଜଣାପଡିଛି। ଆମେ ଏହାର ଅନୁଧ୍ୟାନ କରୁଛୁ। ପରେ ଏ ଦିଗରେ ପଦକ୍ଷେପ ନେବୁ ।
ଲକ୍ଷ୍ମୀପ୍ରସାଦ ନାଳରେ ଦୁର୍ନୀତି
ଲକ୍ଷ୍ମୀପ୍ରସାଦ ଗାଁଠାରୁ ବରପଲ୍ଲୀ ଦେଇ ପ୍ରବାହିତ ଲକ୍ଷ୍ମୀପ୍ରସାଦ ନାଳରେ ୪ ଲକ୍ଷ ଟଙ୍କା ଆନିକଟ ନିର୍ମାଣରେ ଖର୍ଚ୍ଚ ହୋଇଛି। ଆନିକଟ କାର୍ଯ୍ୟ ନିମ୍ନମାନର କରି ସରକାରୀ ଅର୍ଥ ହଡପ କରାଯାଇଥିବା ଅଭିଯୋଗ ରହିଛି। ନିର୍ମାଣ ଅନିକଟ ଚାଷୀଙ୍କ କାର୍ଯ୍ୟରେ ଲାଗିବ ନାହିଁ ବୋଲି ଚାଷୀ ଅଭିଯୋଗ କରି ଆସୁଛନ୍ତି। ଜିଲା ପରିଷଦ ଟିମ୍‌ ଏହାର ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?