ମହାନଦୀ ନେତ୍ର ଚିକିତ୍ସାଳୟର ନାଁ ନେଇ ଠକେଇ…

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡାପାଲି ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ନାଁ ନେଇ ଅନେକ ବ୍ୟକ୍ତି ବିଭ୍ରାନ୍ତି ଓ ଠକାମୀ କରୁଥିବା ଅଭିଯୋଗ ହୋଇଛି । ଏ ନେଇ ଏହାର କର୍ମକର୍ତ୍ତାମାନେ ଲୋକଙ୍କୁ ସଚେତନ ହେବାକୁ ନିବେଦନ କରିଛନ୍ତି । ପାଖାପାଖି ବର୍ଷେ ହେଲା ବୌଦ୍ଧ, ବଲାଙ୍ଗୀର ଓ ଅନୁଗୋଳ ଆଦି ଅନେକ ଅଞ୍ଚଳରୁ ବାରମ୍ବାର ଏଭଳିଆ ଅଭିଯୋଗ ମିଳିବା ପରେ ଚିକିତ୍ସାଳୟ ତତ୍ପରତା ପ୍ରକାଶ କରିଛି। ଏ ନେଇ ଜନସାଧାରଣଙ୍କୁ ଅବଗତ କରାଯାଇଛି। ଅନେକ ଠକ ସଂସ୍ଥା ମହାନଦୀ ନେତ୍ର ଚିକିତ୍ସାଳୟର କର୍ମଚାରୀ ଓ ଡାକ୍ତରଙ୍କ ନାଁ ନେଇ ଲୋକଙ୍କୁ ଠକାମୀ କରୁଥିବା କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । ଚିକିତ୍ସାଳୟର ସମସ୍ତ ଗାଡ଼ିରେ ମହାନଦୀ ନେତ୍ର ଚିକିତ୍ସାଳୟ ବୋଲି ଲେଖାଥିବା ବେଳେ ସମସ୍ତ ଡାକ୍ତର ଓ କର୍ମଚାରୀଙ୍କୁ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ସ୍ଥାନୀୟ ପଣ୍ଡାପାଲି ଠାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ତଥା ଜୁନାଗଡ଼ ଓ ଝାରସୁଗୁଡ଼ା ଠାରେ ଏହାର କାର୍ଯ୍ୟାଳୟ ମଧ୍ୟ ରହିଛି । ଏଣୁ ଲୋକେ ସଚେତନ ରହିବାକୁ ଓ ଠକାମୀରେ ନ ପଡ଼ିବାକୁ ଚିକିତ୍ସାଳୟ ପକ୍ଷରୁ ଅନୁରୋଧ କରାଯିବା ସହ ଅନ୍ୟ ସଂସ୍ଥା ଦାରା ମହାନଦୀ ନେତ୍ର ଚିକିତ୍ସାଳୟର ନାଁ ନେଇ କିଛି ଅଘଟଣ ଘଟିଲେ ସେଥିପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ ଦାୟି ହେବ ନାହିଁ ବୋଲି କର୍ମକର୍ତ୍ତା କହିଛନ୍ତି । ଚିକିତ୍ସାଳୟର ମୁଖ୍ୟ କାର୍ଯ୍ୟର୍ନିବାହୀ ପ୍ରଶାନ୍ତ କୁମାର ନାଏକ, ଚକ୍ଷୁ ସେବା କାର୍ଯ୍ୟକ୍ରମ ପରିଚାଳକ ମାଧବ ଚନ୍ଦ୍ର ମିଶ୍ର, ଚିକିତ୍ସାଳୟର ପ୍ରଶାସକ ବିଭୁପ୍ରସାଦ ବଳିୟାରସିଂହ ଓ ଜନ ସମ୍ପର୍କ ଅଧିକାରୀ ଜି. ଗୋପାଳ ପ୍ରମୁଖ ଏଭଳି ସୂଚନା ଦେଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

ପିଏମ ମୋଦିଙ୍କ ନୂଆ ଭିଡିଓ ବାର୍ତ୍ତା: କହିଲେ-ମୋତେ ଗାଳି ଦେଇଥିବା ପିଲାମାନଙ୍କୁ…

ନୂଆଦିଲ୍ଲୀ,୧।୮: ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅନେକ ପିଲା ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ, ଯେଉଁଥିପାଇଁ ସେମାନେ ଭାଜପା ସମର୍ଥକଙ୍କ ଟାର୍ଗେଟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri