Posted inଜାତୀୟ

ବୁଡ଼ାଜାହାଜ ପ୍ରକଳ୍ପରୁ ଓହରିଲା ଫ୍ରାନ୍ସ

ନୂଆଦିଲ୍ଲୀ,୪।୫ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତର ଦିନକ ପୂର୍ବରୁ ସେଠାର ନାଭାଲ ଗ୍ରୁପ୍‌ ଭାରତ ସହ ବୁଡାଜାହାଜ ପ୍ରକଳ୍ପ (ପି-୭୫ଆଇ) ବୁଝାମଣାରୁ ଓହରିଯାଇଛି। ପ୍ରସ୍ତାବ ପାଇଁ ଅନୁରୋଧ (ଆର୍‌ଏଫ୍‌ପି)ରେ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍‌ଶନ (ଏଆଇପି) ସିଷ୍ଟମକୁ ନେଇ ଭାରତର ସର୍ତ୍ତ ଯୋଗୁ ପି-୭୫ଆଇ ପ୍ରୋଜେକ୍ଟରେ ସାମିଲ ହେବା ସମ୍ଭବ ନୁହେଁ ବୋଲି ଫ୍ରାନ୍ସର ନାଭାଲ ଗ୍ରୁପ୍‌ ମଙ୍ଗଳବାର କହିଛି। ଏହି ପ୍ରକଳ୍ପରେ ନୌସେନା ଲାଗି ୬ଟି ପାରମ୍ପରିକ ବୁଡ଼ାଜାହାଜ ଭାରତରେ ନିର୍ମାଣ ହୋଇଥାନ୍ତା। ସୂଚନାଯୋଗ୍ୟ, ଏଆଇପି ସିଷ୍ଟମ ଯୋଗୁ ପାରମ୍ପରିକ ବୁଡ଼ାଜାହାଜ ପାଣି ଭିତରେ ଦୀର୍ଘଦିନ ବୁଡ଼ିରହି ଅଧିକ ବେଗରେ ଗତି କରିଥାନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ପ୍ୟାରିସ୍‌ ଯାଇ ପୁନଃ ନିର୍ବାଚିତ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍‌ରଁଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ ଫ୍ରାନ୍ସ କମ୍ପାନୀ ଚୁକ୍ତିରୁ ଓହରିଯିବା ଏକ ଶକ୍ତ ଝଟ୍‌କା ହୋଇଛି।
ଗତବର୍ଷ ଜୁନ୍‌ରେ ପି-୭୫ଆଇ ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିବା ସହ ଏହି କାର୍ଯ୍ୟରେ ଭାରତର ଘରୋଇ କମ୍ପାନୀ ଲାର୍ସେନ ଆଣ୍ଡ ଟୁବ୍ରୋ ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀ ମାଜାଗାଁଓ ଡକ୍ସ ଲିମିଟେଡକୁ ଆର୍‌ଏଫ୍‌ପି ଇସ୍ୟୁ କରିଥିଲା। ଏହି ଦୁଇ କମ୍ପାନୀ (ଷ୍ଟ୍ରାଟେଜିକ୍‌ ପାର୍ଟନର) ୫ ସଂକ୍ଷିପ୍ତ ତାଲିକାଭୁକ୍ତ ବିଦେଶୀ କମ୍ପାନୀ ମଧ୍ୟରୁ ଗୋଟିଏ ସହିତ ସହବନ୍ଧିତ ହେବା ପରେ ଆର୍‌ଏଫ୍‌ପିର ଜବାବ ରଖିବେ ବୋଲି ମନ୍ତ୍ରଣାଳୟ କହିଥିଲା। ଏହି ବିଦେଶୀ କମ୍ପାନୀ ମଧ୍ୟରେ ଫ୍ରାନ୍ସର ନାଭାଲ ଗ୍ରୁପ୍‌ ରହିଛି। ୨ ଷ୍ଟ୍ରାଟେଜିକ୍‌ ପାର୍ଟନରଙ୍କ ଜବାବକୁ ଅନୁଧ୍ୟାନ କରିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୪୩,୦୦୦ କୋଟି ଟଙ୍କାର ଚୁକ୍ତିନାମାକୁ ଅନୁମୋଦନ କରିଥାନ୍ତା। ତେବେ ଆର୍‌ଏଫ୍‌ପିର କେତେକ ସର୍ତ୍ତ ପାଇଁ ଦୁଇ ଭାରତୀୟ କମ୍ପାନୀ ବିଦେଶୀ କମ୍ପାନୀ ନିକଟକୁ ଅନୁରୋଧ ପଠାଇଲେ ନାହିଁ। ସେଥିପାଇଁ ଆମେ ଆନୁଷ୍ଠାନିକ ବିଡ୍‌ ଦାଖଲ କରିପାରିଲୁ ନାହିଁ ବୋଲି ନାଭାଲ ଗ୍ରୁପ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଲାଉରେଣ୍ଟ ଭିଡିଉ ମଙ୍ଗଳବାର ଏକ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ପାଖାପାଖି

ନୂଆଦିଲ୍ଲୀ, ୧୪।୬: କରୋନା ମହାମାରୀ ଯୋଗୁ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ରବିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୬୨୬ରେ...

କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୫।୧୨: କରୋନା ସଂକ୍ରମଣରେ ନୌସେନା ଭାଇସ୍‌ ଆଡମିରାଲ ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଛି। ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ...

ଏଏପି ରାଜ୍ୟ ସଭା ଏମ୍‌ପି ନିଲମ୍ବିତ…

ନୂଆଦିଲ୍ଲୀ, ୨୭।୭ : ବୁଧବାର ସଂସଦର ଅଷ୍ଟମ ଦିନରେ ମଧ୍ୟ ବିରୋଧୀଙ୍କ ଆନ୍ଦୋଳନ ଜାରି ରହିଛି। ଏହି ଉତ୍ତେଜନା ଯୋଗୁଁ ଉଭୟ ଗୃହର ପ୍ରକ୍ରିୟା ବାରମ୍ବାର...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବଣ୍ଟାଯିବ ୭୨୦ କିଲୋ ମାଛ

ଚେନ୍ନାଇ,୧୬।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଜନ୍ମଦିନକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ...

ନୀତୀଶଙ୍କ ଜନ୍ମଦିନକୁ ‘ବିକାଶ ଦିବସ’ ଭାବେ ପାଳନ କଲେ ଜେଡିୟୁ କର୍ମୀ

ପାଟନା,୧ ।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ତାଙ୍କ ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି । ଏହି ଅବସରରେ ଜନତା ଦଳ ୟୁନାଇଟେଡ(ଜେଡିୟୁ)...

ଭିଡ଼ହିଂସା ଭୟ: ଗରମ ପୋଷାକ ବିକ୍ରି କରିବାକୁ ବାହାର ରାଜ୍ୟକୁ ଆସିବେନି ୭୫ ପ୍ରତିଶତ କଶ୍ମୀରବାସୀ

ଶ୍ରୀନଗର,୩।୧୧: ଚଳିତ ଶୀତଋତୁରେ ଗରମ ପୋଷାକ ବିକ୍ରି କରିବାକୁ ୭୫ ପ୍ରତିଶତ କଶ୍ମୀରବାସୀ ବାହାର ରାଜ୍ୟକୁ ଆସିବେନି। ଭିଡ଼ହିଂସା ଭୟ ଯୋଗୁ ସେମାନେ ଏଭଳି ନିଷ୍ପତ୍ତି...

ଫେବୃୟାରୀ-୧ରେ ଫାଶୀ: ରକ୍ଷା ପାଇବା ଲାଗି ବିନୟ-ଅକ୍ଷୟ-ପଓ୍ବନଙ୍କ ପାଖରେ ରହିଛି ବିକଳ୍ପ

ନୂଆଦିଲ୍ଲୀ,୨୯।୧: ନିର୍ଭୟା ମାମଲାରେ ୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀଦଣ୍ଡ ପାଇଁ ମୃତ୍ୟୁ ଓ୍ବାରେଣ୍ଟ୍‌ ଜାରି ହୋଇସାରିଛି। ଇତିମଧ୍ୟରେ ମୁକେଶ ସିଂଙ୍କ ଫାଶୀରୁ ରକ୍ଷା ପାଇବା...

ପାକିସ୍ତାନୀ ନୌକା ଜବତ: ବିଏସ୍‌ଏଫ୍‌ର ତଦନ୍ତ ଜାରି

ନୂଆଦିଲ୍ଲୀ,୧୪।୧୨: ଅନୁପ୍ରବେଶ ପାଇଁ ଅତିସମ୍ବେଦନଶୀଳ ଅଞ୍ଚଳ ଭାବେ ଜଣାଯାଉଥିବା କଚ୍ଛର ହରାମି ନାଲାରୁ ଶନିବାର ଏକ ଖାଲି ନୌକା ଜବତ କରାଯାଇଛି। ସୀମାର ସୁରକ୍ଷାକର୍ମୀ ଏହି...

Advertisement
Archives

Model This Week