Posted inଜାତୀୟ

ବୁଡ଼ାଜାହାଜ ପ୍ରକଳ୍ପରୁ ଓହରିଲା ଫ୍ରାନ୍ସ

ନୂଆଦିଲ୍ଲୀ,୪।୫ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଗସ୍ତର ଦିନକ ପୂର୍ବରୁ ସେଠାର ନାଭାଲ ଗ୍ରୁପ୍‌ ଭାରତ ସହ ବୁଡାଜାହାଜ ପ୍ରକଳ୍ପ (ପି-୭୫ଆଇ) ବୁଝାମଣାରୁ ଓହରିଯାଇଛି। ପ୍ରସ୍ତାବ ପାଇଁ ଅନୁରୋଧ (ଆର୍‌ଏଫ୍‌ପି)ରେ ଏୟାର ଇଣ୍ଡିପେଣ୍ଡେଣ୍ଟ ପ୍ରପଲ୍‌ଶନ (ଏଆଇପି) ସିଷ୍ଟମକୁ ନେଇ ଭାରତର ସର୍ତ୍ତ ଯୋଗୁ ପି-୭୫ଆଇ ପ୍ରୋଜେକ୍ଟରେ ସାମିଲ ହେବା ସମ୍ଭବ ନୁହେଁ ବୋଲି ଫ୍ରାନ୍ସର ନାଭାଲ ଗ୍ରୁପ୍‌ ମଙ୍ଗଳବାର କହିଛି। ଏହି ପ୍ରକଳ୍ପରେ ନୌସେନା ଲାଗି ୬ଟି ପାରମ୍ପରିକ ବୁଡ଼ାଜାହାଜ ଭାରତରେ ନିର୍ମାଣ ହୋଇଥାନ୍ତା। ସୂଚନାଯୋଗ୍ୟ, ଏଆଇପି ସିଷ୍ଟମ ଯୋଗୁ ପାରମ୍ପରିକ ବୁଡ଼ାଜାହାଜ ପାଣି ଭିତରେ ଦୀର୍ଘଦିନ ବୁଡ଼ିରହି ଅଧିକ ବେଗରେ ଗତି କରିଥାନ୍ତି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ପ୍ୟାରିସ୍‌ ଯାଇ ପୁନଃ ନିର୍ବାଚିତ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍‌ରଁଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବାବେଳେ ଏହା ପୂର୍ବରୁ ଫ୍ରାନ୍ସ କମ୍ପାନୀ ଚୁକ୍ତିରୁ ଓହରିଯିବା ଏକ ଶକ୍ତ ଝଟ୍‌କା ହୋଇଛି।
ଗତବର୍ଷ ଜୁନ୍‌ରେ ପି-୭୫ଆଇ ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିବା ସହ ଏହି କାର୍ଯ୍ୟରେ ଭାରତର ଘରୋଇ କମ୍ପାନୀ ଲାର୍ସେନ ଆଣ୍ଡ ଟୁବ୍ରୋ ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀ ମାଜାଗାଁଓ ଡକ୍ସ ଲିମିଟେଡକୁ ଆର୍‌ଏଫ୍‌ପି ଇସ୍ୟୁ କରିଥିଲା। ଏହି ଦୁଇ କମ୍ପାନୀ (ଷ୍ଟ୍ରାଟେଜିକ୍‌ ପାର୍ଟନର) ୫ ସଂକ୍ଷିପ୍ତ ତାଲିକାଭୁକ୍ତ ବିଦେଶୀ କମ୍ପାନୀ ମଧ୍ୟରୁ ଗୋଟିଏ ସହିତ ସହବନ୍ଧିତ ହେବା ପରେ ଆର୍‌ଏଫ୍‌ପିର ଜବାବ ରଖିବେ ବୋଲି ମନ୍ତ୍ରଣାଳୟ କହିଥିଲା। ଏହି ବିଦେଶୀ କମ୍ପାନୀ ମଧ୍ୟରେ ଫ୍ରାନ୍ସର ନାଭାଲ ଗ୍ରୁପ୍‌ ରହିଛି। ୨ ଷ୍ଟ୍ରାଟେଜିକ୍‌ ପାର୍ଟନରଙ୍କ ଜବାବକୁ ଅନୁଧ୍ୟାନ କରିବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୪୩,୦୦୦ କୋଟି ଟଙ୍କାର ଚୁକ୍ତିନାମାକୁ ଅନୁମୋଦନ କରିଥାନ୍ତା। ତେବେ ଆର୍‌ଏଫ୍‌ପିର କେତେକ ସର୍ତ୍ତ ପାଇଁ ଦୁଇ ଭାରତୀୟ କମ୍ପାନୀ ବିଦେଶୀ କମ୍ପାନୀ ନିକଟକୁ ଅନୁରୋଧ ପଠାଇଲେ ନାହିଁ। ସେଥିପାଇଁ ଆମେ ଆନୁଷ୍ଠାନିକ ବିଡ୍‌ ଦାଖଲ କରିପାରିଲୁ ନାହିଁ ବୋଲି ନାଭାଲ ଗ୍ରୁପ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଲାଉରେଣ୍ଟ ଭିଡିଉ ମଙ୍ଗଳବାର ଏକ ବିବୃତିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri