ଫ୍ରାନ୍ସରେ ବେକାବୁ ହେଲାଣି କରୋନା, ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ୬ ନମ୍ବରରେ

ପ୍ୟାରିସ,୨ ।୧: ଏବେ ଫ୍ରାନ୍ସରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହୋଇ ଚାଲିଛି । ଶନିବାର ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୦ ମିଲିୟନରୁ ଅଧିକ ସଂକ୍ରମିତ ଚିହ୍ନଟ ଦେଶ ତାଲିକାର ୬ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି । ଫ୍ରାନ୍ସର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୨୪ ଘଣ୍ଟା ମଧ୍ୟରେ ୨,୧୯,୧୨୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶରେ ଲଗାତର ଚତୁର୍ଥ ଦିନରେ ୨ ଲକ୍ଷରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ଚିନ୍ତାର ବିଷୟ ହୋଇଛି । ଏବେ ଏହା ଆମେରିକା, ଭାରତ, ବ୍ରାଜିଲ, ବ୍ରିଟେନ ଓ ରୁଷିଆ ଭଳି ଦେଶର ସୂଚିରେ ସାମଲ ହୋଇଯାଇଛି । ଯେଉଁଠାରେ ୧୦ ମିଲିୟନରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଶୁକ୍ରବାର ଏଠାରେ ୨,୩୨,୨୨୦ ନୂଆ ସଂକ୍ରମିତ ଚିହ୍ନଟ ହେବା ଏକ ରେକର୍ଡ ବୋଲି କୁହାଯାଉଛି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ନିକଟରେ ଚେତାବନୀ ଦେଇଥିଲେ ଆଗକୁ କରୋନା ଭୟଙ୍କର ରୂପ ନେବାକୁ ଯାଉଛି । ତେଣୁ ସାବଧାନତା ଜରୁରୀ । ଏବେ ଏଠାରେ ମାସ୍କ ପିନ୍ଧିିବାକୁ ବାଧ୍ୟତାମୂଳକ କରାଯାଇଛି । ପ୍ୟାରିସ ଓ ଲ୍ୟୋନ ଭଳି ବଡ ବଡ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସମ୍ପର୍କରେ ହେବ ସୁଧାର: ଚାଇନା ଗଣମାଧ୍ୟମର ଦାବି…

ବେଜିଂ,୫।୩ : ଜି-୨୦ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼  କରିବାକୁ ଚାଇନା ଏବଂ ଭାରତ ପ୍ରତିଶ୍ରୁତି ଦେଇଛନ୍ତି। ଏହା ବ୍ୟତୀତ ଦୁଇ ଦେଶର...

ଜି-୭ ଶିଖର ସମ୍ମିଳନୀ ନେଇ ଚାଇନା କ୍ରୋଧିତ: ଜାପାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ, ବଦନାମ ଅଭିଯୋଗ…

ବେଜିଂ,୨୨।୫ : ଜି-୭ ଶିଖର ସମ୍ମିଳନୀରେ ଚାଇନା କ୍ରୋଧିତ ହୋଇ ଜାପାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଛି। ଏହା ସହିତ ବଦନାମ ଅଭିଯୋଗ ମଧ୍ୟ କରିଛି।...

ସରୋଜ ହସ୍ପିଟାଲରେ ୮୦ ଡାକ୍ତର କରୋନା ପଜିଟିଭ୍‌ …

ନୂଆଦିଲ୍ଲୀ,୧୦।୫: କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ୮୦ ଜଣ ଡାକ୍ତରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଦିଲ୍ଲୀର ସରୋଜ ହସ୍ପିଟାଲରେ କାର୍ଯ୍ୟ କରୁଥିବା...

୨୪ ଘଣ୍ଟାରେ ୨୮ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪...

କେବଳ ଫୁସଫୁସ ନୁହେଁ ଶରୀରର ଅନ୍ୟ କିଛି ମୁଖ୍ୟ ଅଙ୍ଗକୁ ବି ପ୍ରଭାବିତ କରୁଛି କରୋନା!

ଭୋପାଳ,୯ ।୭: କରୋନା ସଂକ୍ରମଣ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହା ପ୍ରଥମେ ଫୁସଫୁସକୁ ସଂକ୍ରମିତ କରିବା ପରେ ରୋଗୀର ଅବସ୍ଥା...

ପାକିସ୍ତାନ ଚାହୁଁଛି ରକ୍ତପାତ; ଆଣବିକ ଯୁଦ୍ଧର କରିଛି ଯୋଜନା: ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ରକ୍ତମୁଖା ହୋଇଯାଇଛି। ସେ ଦୁଇଦେଶ ମଧ୍ୟରେ ରକ୍ତପାତ ଚାହୁଁଛି। ସେଥିପାଇଁ ଆଣବିକ ଯୁଦ୍ଧର ଯୋଜନା ମଧ୍ୟ...

ବିଚାରପତିଙ୍କୁ ନେଇ ଟିପ୍ପଣୀ ମାମଲା, ଇମ୍ରାନଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି…

ଇସଲାମାବାଦ,୧।୧୦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଏବେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି ହୋଇଛି। ବିଚାରପତିଙ୍କୁ ନେଇ...

ଶ୍ରୀଲଙ୍କାରେ ପେଟ୍ରୋଲ ଶେଷ

କଲମ୍ବୋ,୧୭।୫: ଶ୍ରୀଲଙ୍କାରେ ପେଟ୍ରୋଲ ଷ୍ଟକ୍‌ ଆଉ ମାତ୍ର ଗୋଟିଏ ଦିନ ପାଇଁ ରହିଛି। ଏହି ଦ୍ୱୀପଦେଶର ଅର୍ଥନୀତି ଅନିଶ୍ଚିତ ସ୍ଥିତିରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂହେ...

Advertisement
Archives

Model This Week