Posted inଫୁରସତ

ଏହି ଦେଶରେ ମାତ୍ର ୪୦ ମିନିଟ୍‌ ପାଇଁ ହୋଇଥାଏ ରାତି

ସମଗ୍ର ବିଶ୍ୱ ପ୍ରକୃତିର ନିୟମ ଅନୁଯାୟୀ ଚାଲିଥାଏ। ପ୍ରକୃତିର ନିୟମଠାରୁ ଭିନ୍ନ କିଛି ଏହି ପୃଥିବୀରେ ଘଟେ ନାହିଁ। ଏକ ନିର୍ଦ୍ଦିଷ୍ଟ ସମୟରେ ଦିନରାତି ହୋଇଥାଏ। ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟ ଉଦୟ ହୁଅନ୍ତି ଏବଂ ଅସ୍ତ ହୁଅନ୍ତି। ତଥାପି ଅନେକ ସ୍ଥାନରେ ଦିନରାତି ମଧ୍ୟରେ ସମୟର ପାର୍ଥକ୍ୟ ରହିଛି। ପୃଥିବୀରେ ଏପରି ଅନେକ ସ୍ଥାନ ଅଛି, ଯେଉଁଠାରେ ଦିନ ବହୁତ ବଡ଼ ଏବଂ ରାତି ଅଳ୍ପ ସମୟ ପାଇଁ ହୋଇଥାଏ। କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠାରେ କେବେ ରାତି ହୁଏ ନାହିଁ। ଯଦିଓ ରାତି ହୁଏ ମାତ୍ର ୪୦ ମିନିଟ୍‌ ପାଇଁ। ଜାଣନ୍ତୁ ଏପରି ଦେଶ ସମ୍ପର୍କରେ…

ବିଶ୍ୱ ମାନଚିତ୍ରରେ ୟୁରୋପର ମାଳଦ୍ୱୀପରେ ନରଓ୍ବେ ଏକ ଦେଶ। ଏହା ମାଳଦ୍ୱୀପର ଉତ୍ତରରେ ରହିଛି। ନର୍ଥପୋଲ୍‌ର ନିକଟବର୍ତ୍ତୀ ଥିବା ଏହା ଏକ ଶୀତଳ ଦେଶ ମଧ୍ୟ। ଏହି ଦେଶରେ ବରଫର ପାହାଡ଼ ରହିଛି। ନରଓ୍ବେ ଏପରି ଏକ ଦେଶ, ଯେଉଁଠି ମାତ୍ର ୪୦ ମିନିଟ୍‌ ରାତି ହୋଇଥାଏ। ବାକି ସମୟ ଏଠାରେ ସୂର୍ଯ୍ୟକିରଣ ପଡ଼ିଥାଏ।

ଏଠାରେ ସୂର୍ଯ୍ୟ ରାତି ୧୨.୪୩ ରେ ଅସ୍ତ ହୁଅନ୍ତି ଏବଂ ମାତ୍ର ୪୦ ମିନିଟ୍‌ ପରେ ପୁଣି ଉଦୟ ହୁଅନ୍ତି। ଏଠାରେ ରାତି ସାଢ଼େ ଗୋଟାଏ ବେଳେ ସକାଳ ହୋଇଯାଏ। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି କ୍ରମଟି ଗୋଟିଏ, ଦୁଇଦିନ ନୁହେଁ, ଅଢ଼େଇ ମାସ ପର୍ଯ୍ୟନ୍ତ ଚାଲିଥାଏ। ନରୱେକ ‘କଣ୍ଟ୍ରି ଅଫ୍‌ ମିଡ୍‌ନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ।

ଏତଦ୍‌ବ୍ୟତୀତ ମେ ଏବଂ ଜୁଲାଇରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ହେମରଫେଷ୍ଟ ସହରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳେ।। ଏହା ଦେଖିବାକୁ ବହୁତ ସୁନ୍ଦର।

ନରଓ୍ବେ ଏମିତି ଏକ ଦେଶ ଯାହା ପ୍ରାକୃତିକ ଦୃଶ୍ୟରାଜିରେ ପରିପୂର୍ଣ୍ଣ। ପର୍ଯ୍ୟଟକମାନେ ଏହାର ମରୋରମ ଦୃଶ୍ୟ ଉପଭୋଗ କରିବାକୁ ଛୁଟିଆସିଥାନ୍ତି। କାରଣ ପୂରା ସହର କେବଳ ପାହାଡ଼ରେ ଘେରା ହୋଇଥାଏ। ଏହି ସ୍ଥାନ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri