୪ବର୍ଷ ପରେ କମିଲେ ପର୍ଯ୍ୟଟକ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଗତ କିଛିବର୍ଷ ଧରି ରାଜ୍ୟକୁ କ୍ରମାଗତ ଭାବେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିଲା। କେବଳ ଘରୋଇ ପର୍ଯ୍ୟଟକ ନୁହେଁ, ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ମଧ୍ୟ ଏହି ଅଭିବୃଦ୍ଧି ଦେଖିବାକୁ ମିଳିଥିଲା। ଲଗାତାର ୩ବର୍ଷ ଧରି ଓଡ଼ିଶାରେ ପର୍ଯ୍ୟଟକଙ୍କ ଆଗମନ ଗ୍ରାଫ୍‌ ଉପରମୁହାଁ ରହିଥିଲା। ଫଳରେ ରାଜ୍ୟକୁ ଏହି କ୍ଷେତ୍ରରୁ ଭଲ ରାଜସ୍ବ ଆସୁଥିଲା। ଏପରି କି ଆସନ୍ତା କିଛିବର୍ଷ ମଧ୍ୟରେ ଓଡ଼ିଶା ଗ୍ଲୋବାଲ୍‌ ଟୁରିଜମ୍‌ ମ୍ୟାପ୍‌ରେ ଏକ ପ୍ରମୁଖ ସ୍ଥାନ ହାସଲ କରିବ ବୋଲି ଆଶା ରହିଥିଲା। ମାତ୍ର ଚଳତବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ହେଲେ ବିପର୍ଯ୍ୟୟ ପର୍ଯ୍ୟଟକଙ୍କ ଆଗମନରେ ବଡ଼ ବାଧା ସୃଷ୍ଟି କଲା। ପ୍ରଥମେ ମହାବାତ୍ୟା ଫନୀ, ଆଉ ଏବେ କରୋନା ମହାମାରୀ ବାଟ ଓଗାଳିଲା। ଏମିତି କେତେକ ଘଟଣା ଯୋଗୁ ୪ବର୍ଷ ପରେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ କମିଛି। ପର୍ଯ୍ୟଟନ ବିଭାଗର ବାର୍ଷିକ ରିପୋର୍ଟ ଅନୁଯାୟୀ, ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ପୂର୍ବବର୍ଷଠାରୁ ୩.୧୨% କମ୍‌ ପର୍ଯ୍ୟଟକ ଆସିଛନ୍ତି। ତେବେ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଯେତିକି ପର୍ଯ୍ୟଟକ ଆସିଛନ୍ତି, କରୋନା ବ୍ୟାପିବା ପରଠାରୁ ଢେର୍‌ କମିଯାଇଛି। ୨୦୨୦-୨୧ ବର୍ଷ ରାଜ୍ୟ ପର୍ଯ୍ୟଟନ ପାଇଁ ଆହୁରି କ୍ଷତିକାରକ ହେବ ବୋଲି ବିଶେଷଜ୍ଞ ଆଶଙ୍କା କରିଛନ୍ତି।

୨୦୧୪-୧୫ ତୁଳନାରେ ୨୦୧୫-୧୬ରେ ୯.୦୯% ଅଧିକ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ସେହିଭଳି ୨୦୧୬-୧୭ରେ ୮.୬୯%, ୨୦୧୭-୧୮ରେ ୮.୯୦% ଏବଂ ୨୦୧୮-୧୯ରେ ୮.୬୭% ଅଧିକ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। ୨୦୧୫-୧୬ରେ ମୋଟ ୧,୨୧,୩୫,୦୫୮ଜଣ ପର୍ଯ୍ୟଟକ ଓଡ଼ିଶା ଆସିଥିବାବେଳେ ୨୦୧୬-୧୭ରେ ୧,୩୧,୯୦,୨୨୪ଜଣ, ୨୦୧୭-୧୮ରେ ୧,୪୩,୬୪,୫୪୧ଜଣ, ୨୦୧୮-୧୯ରେ ୧,୫୬,୨୩,୨୫୦ ପର୍ଯ୍ୟଟକ ଆସିଥିଲେ।

୨୦୧୭ରେ ବିଶ୍ୱ ହକି ଲିଗ୍‌ ଏବଂ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଭଳି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିଥିଲା। ସେହିଭଳି ୨୦୧୮ରେ ଏକାଧିକ ରୋଡ୍‌ ଶୋ’ ଏବଂ ୧୬୩ଟି ଦେଶକୁ ଇ-ଭିଜା ସୁବିଧା ଉପଲବ୍ଧ ହେବାଦ୍ୱାରା ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକ ବୃଦ୍ଧି ପାଇଥିଲେ। ତେବେ ୨୦୧୮-୧୯ରେ ମୋଟ ୧,୫୫,୦୯,୫୨୯ ଘରୋଇ ପର୍ଯ୍ୟଟକ ଆସିଥିବାବେଳେ ସର୍ବାଧିକ ୧,୧୩, ୭୨୧ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ୨୦୧୯-୨୦ ଆର୍ଥିକ ବର୍ଷରେ (ମାର୍ଚ୍ଚ ସୁଦ୍ଧା) ମାତ୍ର ୧,୫୧,୩୬,୧୬୦ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ୧,୫୦,୩୫,୫୯୩ ଘରୋଇ ପର୍ଯ୍ୟଟକ ରହିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ମାତ୍ର ୧,୦୦,୫୬୭ରେ ସୀମିତ ରହିଛି। ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ୩.୦୬% ହ୍ରାସ ଘଟିଥିବାବେଳେ ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ୧୧.୫୭% କମିଛି। ବାତ୍ୟା ଫନୀ ରାଜ୍ୟ ପର୍ଯ୍ୟଟନର ସ୍ବର୍ଣ୍ଣ ତ୍ରିଭୂଜ ପୁରୀ-ଭୁବନେଶ୍ୱର-କୋଣାର୍କକୁ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ କରିଦେବା ପରେ ହୋଟେଲ ଶିଳ୍ପ ସହ ପର୍ଯ୍ୟଟନ ଶିଳ୍ପ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଗତ ଡିସେମ୍ବରରେ ରାମଚଣ୍ଡୀ ବିଚ୍‌ରେ ହୋଇଥିବା ମେରାଇନ୍‌ ଡ୍ରାଇଭ୍‌ ଇକୋ-ରିଟ୍ରିଟ୍‌ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ପର୍ଯ୍ୟଟନ ବିଭାଗ ତଥ୍ୟ ଅନୁଯାୟୀ ପଶ୍ଚିମବଙ୍ଗରୁ ସବୁଠାରୁ ଅଧିକ ପର୍ଯ୍ୟଟକ ଆସିଥିବା ବେଳେ ଏହାତଳକୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, କର୍ନାଟକ, ଗୁଜରାଟ ଓ ତେଲଙ୍ଗାନା ଆଦି ରାଜ୍ୟର ପର୍ଯ୍ୟଟକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?