ଚନ୍ଦକାରେ ୪ ଜଙ୍ଗଲ ସଫାରି ଯାନ ଲୋକାର୍ପିତ

ଭୁବନେଶ୍ୱର,(ବ୍ୟୁରୋ)/ ବାରଙ୍ଗ, ୩୦ା୧୨(ଡି.ଏନ୍‌.ଏ.): ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ଅଧୀନ ଗୋଡ଼ିବାରିଠାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି ଶୀତତାପ ନିୟନ୍ତ୍ରିତ ଜଙ୍ଗଲ ସଫାରି ଯାନର ଶୁଭାରମ୍ଭ ହୋଇଛି। ବୁଧବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସଫାରି ଯାନକୁ ଲୋକାର୍ପିତ କରି କହିଛନ୍ତି, ଗୋଡ଼ିବାରି, ଭରତପୁର ଏବଂ ଡେରାସକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ବ୍ୟବସ୍ଥା ଅଧିକ ଉପଯୋଗୀ ହେବ। ଆଗାମୀ ଦିନରେ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିବ ା
ପୂର୍ବରୁ ୮ ସିଟ୍‌ ବିଶିଷ୍ଟ ୫ଟି ଏବଂ ୧୨ ସିଟ୍‌ ବିଶିଷ୍ଟ ୪ଟି ଜଙ୍ଗଲ ସଫାରି ଯାନ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଉପଲବ୍ଧ ରହିଛି। ତେବେ ନୂଆ ୪ଟି ସଫାରି ଯାନ ମଧ୍ୟରୁ ୨ଟି ଗୋଡ଼ିବାରିଠାରେ ଓ ଅନ୍ୟ ୨ଟି ଭରତପୁର ସଂରକ୍ଷିତ ଜଙ୍ଗଲରେ ଦର୍ଶକଙ୍କ ପରିଭ୍ରମଣ ପାଇଁ ନିୟୋଜିତ ରହିବ। ଏଥିପାଇଁ ମୋଟ ୬୧ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟ କରାଯାଇଛି। ୧୩ ସିଟ୍‌ ବିଶିଷ୍ଟ ଏହି ଯାନଗୁଡ଼ିକରେ ଦର୍ଶକମାନେ ଆରାମଦାୟକ ଭାବେ ବସି ସଫାରି ଭ୍ରମଣ କରିବାର ସୁବିଧା ରହିଛି। ପ୍ରତ୍ୟେକ ଯାନରେ ସ୍ବତନ୍ତ୍ର ପର୍ଯ୍ୟଟକ ଗାଇଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏସବୁ ଯାନଗୁଡ଼ିକରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୧୫ ଜଣ ଯୁବକଙ୍କୁ ଡ୍ରାଇଭର ଏବଂ ପର୍ଯ୍ୟଟକ ଗାଇଡ୍‌ ଭାବେ ନିଯୁକ୍ତି ପ୍ରଦାନ କରାଯାଇ ସେମାନଙ୍କର ଜୀବନଜୀବିକାକୁ ସୁରକ୍ଷିତ କରାଯାଇପାରିଛି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କ ପାଇଁ ଗୋଡ଼ିବାରିରେ ଥିବା ପ୍ରକୃତି ଶିବିରରେ ରାତ୍ରି ରହଣି, ମଧ୍ୟାହ୍ନ ଭୋଜନ, ଅଭୟାରଣ୍ୟ ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ପ୍ରେକ୍ଷାଳୟ, ବନ୍ୟଜନ୍ତୁ ନିରୀକ୍ଷଣ କେନ୍ଦ୍ର ସହ ନେଚର ଟ୍ରେଲ୍‌ ଓ ସାଇକେଲ ଟ୍ରାକ୍‌ର ବ୍ୟବସ୍ଥା ରହିଛି। ପର୍ଯ୍ୟଟକମାନେ ecotourodisha.comରେ ଲଗ୍‌ଇନ୍‌ କରି ଗୋଡ଼ିବାରି ପ୍ରକୃତି ଶିବିର ପରିଦର୍ଶନ ନିମନ୍ତେ ଆଗୁଆ ସଂରକ୍ଷଣ କରିପାରିବେ ବୋଲି ସୂଚନା ଦିଆଯାଇଛି।
କାର୍ଯ୍ୟକ୍ରମରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶଶିପଲ୍‌, ମୁଖ୍ୟ ବନ ସଂରକ୍ଷକ ମନୋଜ ଭି. ନାୟାର, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ମନୋଜ ମହାପାତ୍ର, ବନ ସଂରକ୍ଷକ ସତ୍ୟନାରାୟଣ ବେହୁରା, ବନ ସଂରକ୍ଷକ ବିକାଶ ଦାସ, ଚନ୍ଦକା ବନଖଣ୍ଡ ଅଧିକାରୀ ମହମ୍ମଦ ଜମିଲ୍‌ଙ୍କ ସମେତ ଜଙ୍ଗଲ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?