Posted inଖେଳ

ବାରାଣସୀରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ

ବାରଣାସୀ (ଉତ୍ତର ପ୍ରଦେଶ), ୨୪ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଷ୍ଟାଡିୟମର ଡିଜାଇନ ଭବବାନ ମହାଦେବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। କାଶି ସହରର ନାଗରିକମାନଙ୍କ ଲାଗି ଏହା ଏକ ଗୌରବର ବିଷୟ। ସେମାନେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଦେଖିବାର ସୁଯୋଗ ପାଇବେ। ଏହାଛଡ଼ା ଏହି ଷ୍ଟାଡିୟମରେ ଯୁବ ଆଥ୍‌ଲେଟମାନଙ୍କ ଲାଗି ଅନ୍ତର୍ଜାତୀୟ ସ୍ତରର ଟ୍ରେନିଂ ବ୍ୟବସ୍ଥା ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ନିକଟରେ ଭାରତର କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ଯୋଗୁ ଖେଳପ୍ରତି ରହିଥିବା ଧାରଣାରେ ପରିବର୍ତ୍ତନ ଘଟିଛି। ଯୁବଶ୍ରେଣୀ ଖେଳକୁ କ୍ୟାରିୟର ଭାବେ ଗ୍ରହଣ କରିବାକୁ ଆଗଭର ହେଉଛନ୍ତି। ଏହା ଫିଟ୍‌ନେସ ବ୍ୟତୀତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରୁଛି। ଏହି ଷ୍ଟାଡିୟମଟି ୩୦ ଏକର ପରିମିତ ଅଞ୍ଚଳରେ ରାଜାତଲାବ ଅଞ୍ଚଳର ରିଙ୍ଗ୍‌ ରୋଡ୍‌ ନିକଟରେ ୪୫୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ। ୨୦୨୫ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଜିମ ଅଧିଗ୍ରହଣ ପାଇଁ ଉତ୍ତର ପ୍ରଦେଶ ସରକାର ୧୨୧ କୋଟି ଟଙ୍କା ବ୍ୟୟ କରିଛନ୍ତି। ନିର୍ମାଣ କାର୍ଯ୍ୟ ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୩୩୦ କୋଟି ଟଙ୍କା ବ୍ୟୟ କରିବ। କାନପୁର ଓ ଲକ୍ଷ୍ନୌ ପରେ ଉତ୍ତର ପ୍ରଦେଶର ଏହା ହେବ ତୃତୀୟ ଷ୍ଟାଡିୟମ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ ହେଲେ ଲାଲ୍‌ଜୀ ଦେଶାଇ: AICC ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର,୨୬।୬: ରାଜ୍ୟ କଂଗ୍ରେସ ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲାଲ୍‌ଜୀ ଦେଶାଇଙ୍କୁ ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ସେ ପୂର୍ବତନ…

ଫିଲ୍ମ ପରେ ଏବେ କ୍ରିକେଟ ମଇଦାନରେ ଜନ ଆବ୍ରାହମଙ୍କ ଏଣ୍ଟ୍ରି, ହେଲେ ଏହି ଟିମ୍‌ର ମାଲିକ

ନୂଆଦିଲ୍ଲୀ, ୨୬।୬: ବଲିଉଡର ଆକ୍ସନ ଷ୍ଟାର୍ ଜନ ଅବ୍ରାହମ୍ ଏବେ କ୍ରିକେଟ୍ ପିଚ୍‌ରେ ନଜର ଆସିବେ। ସେ ପ୍ରଥମ ୟୁରୋପିଆନ୍ ଟି-୨୦ ପ୍ରିମିୟର ଲିଗ୍ (ETPL)ର ଫ୍ରାଞ୍ଚାଇଜ୍…

୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କଲା ଇକ୍ୱେଡର

ଇଷ୍ଟ ରୋଦରଫୋଡ,୨୬ା୬: ଗୋଞ୍ଜାଲୋ ପ୍ଲାଟାଙ୍କ ଗୋଲ ବଳରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକ ମ୍ୟାଚ୍‌ରେ ଇକ୍ୱେଡର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ଫିଫା ର଼୍ୟାଙ୍କିଙ୍ଗ୍‌ରେ ୨୩ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri