ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ଫାଉଣ୍ଡେସନ: ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ

କେସିଙ୍ଗା, ୧୬।୧୦ (ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଓଡ଼ିଶା ଅଗ୍ନିଶମ ସେବା କେନ୍ଦ୍ର ପରିସରରେ ନିର୍ମାଣାଧୀନ ଚାରି ମହଲା କୋଠା କାମ ମନ୍ଥର ଗତିରେ ଚାଲିଥିବା ଅଭିଯୋଗ ହୋଇଛି। ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ନିୟମିତ ପାଣି ସିଞ୍ଚନ କରାଯାଉ ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏପରିକି ନିର୍ମାଣସ୍ଥଳରେ ସୂଚନା ଫଳକ ନ ଥିବା ଅଭିଯୋଗ ହୋଇଛି।

୨୦୦୧ ମସିହା ଅକ୍ଟୋବର ୧୫ ତାରିଖରେ ସ୍ଥାପିତ ଏହି ଅଗ୍ନିଶମ କେନ୍ଦ୍ର ପରିସରରେ ଓଡ଼ିଶା ଷ୍ଟେଟ ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ, ଭୁବନେଶ୍ୱର ପକ୍ଷରୁ ଟେଣ୍ଡର ମାଧ୍ୟମରେ ଟିଟିଲାଗଡ଼ର ଜଣେ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ୱ ଦିଆଯାଇଛି। ଅଗ୍ନିଶମ କର୍ମଚାରୀଙ୍କ ଆବାସିକ ସୁବିଧାର ଉନ୍ନତି ପାଇଁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ଚାରି ମହଲା କୋଠା ଏବଂ ୪୦ ଲକ୍ଷ ଟଙ୍କା ବ୍ୟୟରେ ପାଚେରି ନିର୍ମାଣ କରାଯାଉଛି।

ଅଗ୍ନିଶମ କର୍ମଚାରୀମାନେ ଖରାବର୍ଷାରେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରିବା, ବନ୍ୟାଜଳରେ ବୁଡ଼ିଯାଉଥିବା ଲୋକଙ୍କୁ ବଞ୍ଚାଇବା ଏବଂ ରାସ୍ତାରେ ପଡ଼ିଥିବା ଗଛ କାଟି ଯାତାୟାତ ସୱାଭାବିକ କରିବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ହେଲେ ସେମାନଙ୍କ ପାଇଁ ଉପଯୁକ୍ତ ଆବାସ, ପାନୀୟ ଜଳ ଓ ବିଦ୍ୟୁତ୍ ଭଳି ମୌଳିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ଅବହେଳା ହେଉଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ପୂର୍ବରୁ ନିର୍ମିତ କୋଠାଗୁଡ଼ିକର ରକ୍ଷଣାବେକ୍ଷଣ ଠିକ ଭାବେ ହୋଇନାହିଁ। କେତେକ କୋଠାର କବାଟ ଓ ଝରକା ଭାଙ୍ଗି ନଷ୍ଟ ହୋଇଥିବା ବେଳେ ତିନି ମହଲା କୋଠାରୁ ସିମେଣ୍ଟ ଖସୁଥିବା ଦେଖିବାକୁ ମିଳୁଛି। ଏହି ପରିସ୍ଥିତିରେ ନୂତନ କୋଠା ନିର୍ମାଣର ମାନକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଛି।

କେସିଙ୍ଗା ଅଗ୍ନିଶମ କେନ୍ଦ୍ରର ଫାୟାର ଅଫିସର ଜେ. ଲାଲଜିଙ୍କ ଅଭିଯୋଗ ଅନୁସାରେ, ନୂତନ କୋଠାର ଫାଉଣ୍ଡେସନ କାମରେ ହାଲୁକା ରଡ ବ୍ୟବହାର କରାଯାଉଥିବା ସେ ଦେଖିଥିଲେ। ଏନେଇ ଠିକାଦାରଙ୍କ ସହ ତାଙ୍କର ଯୁକ୍ତିତର୍କ ହେବା ପରେ ଫାଉଣ୍ଡେସନ ଭାଙ୍ଗି ପୁନର୍ବାର କାମ ଆରମ୍ଭ କରାଯାଇଥିଲା। ପୁରୁଣା କୋଠାଗୁଡ଼ିକର କବାଟ ଓ ଝରକାର ଅବସ୍ଥା ସମ୍ପର୍କରେ ସେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିବା ମଧ୍ୟ କହିଛନ୍ତି।

ଅନ୍ୟପକ୍ଷରେ, ବିଭାଗୀୟ ଜେଇ ବୁଦ୍ଧେଶ୍ୱର ମୁର୍ମୁଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସୂଚନା ଫଳକ ବିନା କାମ ଚାଲିଥିବା ଏବଂ ନିମ୍ନମାନର କାମ ଯୋଗୁଁ ଫାଉଣ୍ଡେସନ ଭାଙ୍ଗି ପୁଣି ନିର୍ମାଣ କରାଯାଇଥିବା ପ୍ରସଙ୍ଗରେ ସେ ସ୍ବୀକାର କରିଥିବା ଜଣାପଡ଼ିଛି। ପୁରୁଣା କୋଠାର ମରାମତି ପାଇଁ କୌଣସି କାମ ନଥିବା କହି ସେ ଏହି ଖବରକୁ ଖବରକାଗଜରେ ପ୍ରକାଶ କରିବାକୁ ମଧ୍ୟ କହିଥିବା ଅଭିଯୋଗ ହୋଇଛି।

ନିର୍ମାଣ କାମରେ ନିୟମିତ ପାଣି ସିଞ୍ଚନ କରାଯାଉ ନଥିବାରୁ ସିମେଣ୍ଟ ପଲସ୍ତରା ଖସିବାର ଆଶଙ୍କା ରହିଛି। ତେଣୁ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବା ସହ କାମ ଶୀଘ୍ର ଓ ନିୟମ ଅନୁଯାୟୀ ଶେଷ କରିବା, ସୂଚନା ଫଳକ ଲଗାଇବା ଏବଂ ପୁରୁଣା କୋଠାଗୁଡ଼ିକର ଆବଶ୍ୟକ ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?