୮୨ ଜଣଙ୍କ ନାଁ ସଙ୍ଗିନ ଅପରାଧ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ବ୍ୟକ୍ତି ଜନପ୍ରତିନିଧି ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜୟୀ ହୋଇ ଜନପ୍ରତିନିଧି ଭାବେ ପ୍ରଶାସନ କ୍ଷେତ୍ରରେ ସିଧାସଳଖ ସାମିଲ ହେଉଛନ୍ତି। ଗତ ଫେବୃୟାରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ସତ୍ୟପାଠ ତର୍ଜମା ପରେ ୮୨ ଜଣ ନିର୍ବାଚିତ ଜିଲା ପରିଷଦ ସଦସ୍ୟଙ୍କ ନାମରେ ସଙ୍ଗିନ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି।  ରାଜ୍ୟରେ ନବନିର୍ବାଚିତ ମୋଟ ୮୫୧ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୭୨୬ଜଣଙ୍କ ସତ୍ୟପାଠକୁ ଓଡ଼ିଶା ଇଲେକ୍ସନ ଓ୍ବାଚ ଆଣ୍ଡ ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମ (ଏଡିଆର୍‌) ଦ୍ୱାରା ଯାଞ୍ଚ କରାଯାଇଛି। ମଙ୍ଗଳବାର ପ୍ରକାଶିତ ସେ ସମ୍ପର୍କିତ ରିପୋର୍ଟରୁ ଉପରୋକ୍ତ ତଥ୍ୟ ଜଣାପଡ଼ିଛି।
ଏଡିଆର୍‌ ରିପୋର୍ଟ ଅନୁଯାୟୀ, ୧୫ ଜଣ ଜିଲା ପରିଷଦ ସଦସ୍ୟଙ୍କ ନାମରେ ହତ୍ୟା ଉଦ୍ୟମ ଭଳି ସଙ୍ଗିନ ଅପରାଧ ରହିଛି। ସେହିପରି ୬୫ ଜଣ ସଦସ୍ୟଙ୍କ ବିରୋଧରେ ହତ୍ୟା ଉଦ୍ୟମ, ମହିଳାଙ୍କ ବିରୋଧରେ ଅପରାଧ ଭଳି ସଙ୍ଗିନ ମାମଲା ରହିଛି। ୧୨ ଜଣ ଜିଲା ପରିଷଦ ସଦସ୍ୟ ସେମାନଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ଥିବା ସତ୍ୟପାଠରେ ଘୋଷଣା କରିଛନ୍ତି। ବିଜେଡିର ୬୬୧ ଜଣ ଜିଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ୬୬ ଜଣ(୧୦%), ଭାଜପାର ୩୭ ଜଣଙ୍କ ମଧ୍ୟରୁ ୬ (୧୬%), କଂଗ୍ରେସର ୨୨ଜଣଙ୍କ ମଧ୍ୟରୁ ୭ (୩୨%), ଜେଏମ୍‌ଏମ୍‌ର ୩ଜଣଙ୍କ ମଧ୍ୟରୁ ଜଣେ(୩୩%), ଜଣେ ସିପିଆଇଏମ୍‌ ସଦସ୍ୟ, ଜଣେ ସ୍ବାଧୀନ ସଦସ୍ୟଙ୍କ ନାମରେ ଆପରାଧିକ ମାମଲା ଥିବା ରିପୋର୍ଟରେ କୁହାଯାଇଛି। ସେହିପରି ବହୁ ଜିଲା ପରିଷଦ ସଦସ୍ୟ ମଧ୍ୟ କୁବେର ଅଛନ୍ତି। ୯୫ ଜଣ ସଦସ୍ୟ କୋଟିପତି ଥିବା ଜଣାପଡ଼ିଛି। ବିଜେଡିରୁ ସର୍ବାଧିକ ୯୦ ଜଣ(୧୪%) କୋଟିପତି ଥିବା ବେଳେ ଭାଜପାର ୩ ଏବଂ କଂଗ୍ରେସରୁ ୨ ଜଣ କୋଟିପତି ସଦସ୍ୟ ରହିଛନ୍ତି।  ବିଜେଡି ସଦସ୍ୟ ରେବତୀ ନାୟକ, ଗୀତାରାଣୀ ମଲ୍ଲିକ ଏବଂ କୁନ୍ତି ପ୍ରଧାନ  ସେମାନଙ୍କର ସମ୍ପତ୍ତି ମୂଲ୍ୟ ଯଥାକ୍ରମେ ୧୮.୬୮ କୋଟି, ୧୭.୦୬ କୋଟି ଏବଂ ୧୦.୨୧ କୋଟି ଘୋଷଣା କରିଛନ୍ତି। ଏହି ୩ଜଣ ସଦସ୍ୟ ସମ୍ପତ୍ତି ତାଲିକାର ଉପରେ ରହିଛନ୍ତି। ତେବେ ଜିଲା ପରିଷଦ ସଦସ୍ୟମାନଙ୍କର ହାରାହାରି ସମ୍ପତ୍ତି ମୂଲ୍ୟ ୫୬.୬ ଲକ୍ଷ ଟଙ୍କା ରହିଛି।
ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ଜିଲା ପରିଷଦ ସଦସ୍ୟ ପଛରେ ରହିଛନ୍ତି। ଏଡିଆର୍‌ ରିପୋର୍ଟ ଅନୁଯାୟୀ ୪୫୧ ଜଣ ଜିଲା ପରିଷଦ ସଦସ୍ୟ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ମଧ୍ୟରେ ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୨୫୬ ଜଣ ସଦସ୍ୟ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏଟ ଓ ତା’ଠାରୁ ଅଧିକ ଥିବା ଦର୍ଶାଇଥିବା ବେଳେ ୬ଜଣ ଡିପ୍ଲୋମାଧାରୀ ବୋଲି ଜଣାପଡ଼ିଛି। ସେହିପରି ୭ଜଣ ସଦସ୍ୟ ନାମ ଲେଖି ଜାଣିଥିବା ବେଳେ ୬ ଜଣ ସଦସ୍ୟ ସେମାନଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠରେ ଦର୍ଶାଇନାହାନ୍ତି। ଜିଲା ପରିଷଦ ସଦସ୍ୟମାନଙ୍କ  ବୟସ ୨୧ରୁ ୫୦ ବର୍ଷ ଭିତରେ ଦର୍ଶାଯାଇଇଥିବା ବେଳେ ୮୮ ଜଣ ୫୧ରୁ ୭୦ ବର୍ଷ ଭିତରେ ଦର୍ଶାଇଛନ୍ତି।  ତେବେ ୩୭୩ ଜଣ ସେମାନଙ୍କର ବୟସ ଉଲ୍ଲେଖ କରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ପ୍ରଥମ ଥର ପାଇଁ ଜିଲା ପରିଷଦ ନିର୍ବାଚନରେ ୭୨୬ ଜଣଙ୍କ ମଧ୍ୟରୁ ୩୮୫ ଜଣ (୫୩%) ମହିଳା ସଦସ୍ୟ ରହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କର  ସତ୍ୟପାଠ ଦାଖଲକୁ ବାଧ୍ୟତାମୂଳକ କରିଥିଲେ। ପ୍ରାର୍ଥୀମାନେ ଆପରାଧିକ ମାମଲା ଉଲ୍ଲେଖ କରିବା ସହ  ଗଣମାଧ୍ୟମରେ  ପ୍ରକାଶ କରିବାକୁ କୁହାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ତାତି ଛୁଇଁଲା ୪୦

ଭୁବନେଶ୍ୱର,୨୯।୩: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ତାତି। ଟିଟଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡରେ ତାପମାତ୍ରା ୪୦ ଡ଼ିଗ୍ରୀ...

ପ୍ରତି ନିର୍ବାଚନରେ ବଢିଚାଲିଛି ଖର୍ଚ୍ଚ ସୀମା, ଲୋକ ସଭା ନିର୍ବାଚନରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ପ୍ରାର୍ଥୀ

ନୂଆଦିଲ୍ଲୀ,୨୯।୩: ଲୋକ ସଭା ନିର୍ବାଚନ ୨୦୨୪ର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ନିର୍ବାଚନ କମିଶନରଙ୍କ ଦାୟିତ୍ୱ ରହିଥାଏ କି କ୍ଷମତାସୀନ ଦଳ...

ଆଜି ଗୁଡ୍‌ ଫ୍ରାଇଡେ: ବାଇବେଲ ପାଠକରି ସାମୂହିକ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ଦାରିଙ୍ଗବାଡି,୨୯।୩ (ଅରୁଣ ସାହୁ ): ଆଜି ଗୁଡ୍‌ ଫ୍ରାଇଡେ। ଏହାକୁ ଶ୍ରଦ୍ଧାଳୁମାନେ ରୀତିନୀତି ଅନୁସାରେ ପାଳନ କରିଛନ୍ତି। ଯିଶୁଖ୍ରୀଷ୍ଟଙ୍କୁ ଆଜିର ଦିନରେ କାଲବରୀ ନାମକ ଏକ...

ବିଜେଡି-ଭାଜପା-କଂଗ୍ରେସକୁ ମୟୂରଭଞ୍ଜରେ ଟକ୍କର ଦେବ ଏହି ଦଳ, ଘୋଷଣା କଲା ପ୍ରାର୍ଥୀ

ମୟୂରଭଞ୍ଜ,୨୯।୩: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଝିଅ ପୁଣିଥରେ ଚଳିତ ନିର୍ବାଚନରେ ମଇଦାନକୁ ଓହ୍ଲାଇଛନ୍ତି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM) ଶିବୁ ସୋରେନଙ୍କ ଝିଅ ଅଞ୍ଜନି...

ପୈତୃକ ଗାଁରୁ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରଦୀପ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ଆସନ ପାଇଁ ଭାଜପା ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଛି। ବରଗଡ଼ ଲୋକସଭା କ୍ଷେତ୍ର ଅଧୀନ ବିଜେପୁର ନିର୍ବାଚନ ମଣ୍ଡଳି ପୈତୃକ...

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri