Posted inଖେଳ

ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ

ନୂଆପଡ଼ା,୧୧।୧(ମକାରୁ ବେମାଲ): ସ୍ଥାନୀୟ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ୩୨ତମ ୱାଇଏମ୍‌ସି କପ୍‌ କ୍ରିକେଟ ବୁଧବାର ଫାଇନାଲ ମ୍ୟାଚ୍‌ରେ ଇଷ୍ଟକୋଷ୍ଟ ଖୋର୍ଦ୍ଧାକୁ ହରାଇ ଫରେଷ୍ଟ ଭିଲାଇ ଚାମ୍ପିୟନ ହୋଇଛି। ଖୋର୍ଦ୍ଧା ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୧୦ ଉଇକେଟ ହରାଇ ୨୦୭ ସଂଗ୍ରହ କରିଥିଲା। ଭିଲାଇ ଦଳ ୨୮.୪ ଓଭରରେ ୫ ଉଇକେଟ ହରାଇ ୨୧୧ ରନ ସଂଗ୍ରହ କରି ଚାମ୍ପିୟନ ହୋଇଛି। ଚାମ୍ପିୟନ ଭିଲାଇ ଦଳକୁ ନଗଦ ୮୦ ହଜାର ଟଙ୍କା ସହ ଟ୍ରଫି ଓ ରନର ଅପ୍‌ ଖୋର୍ଦ୍ଧାକୁ ନଗଦ ୫୦ ହଜାର ଟଙ୍କା ସହ ଟ୍ରଫି ମୁଖ୍ୟ ଅତିଥି ପ୍ରଦାନ କରିଛନ୍ତି। ଉଦଯାପନୀରେ ୱାଇଏମସି କପ କ୍ରିକେଟ ଆବାହକ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ନୂଆପଡା ଅତିରିକ୍ତ ଜିଲାପାଳ ଭୀମସେନ ଶବର ମୁଖ୍ୟଅତିଥି, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ବିଜେଡି ରାଜ୍ୟ ସମ୍ପାଦକ ରାଜେଶ ନିଗମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟଅତିଥି, ବିଧାୟକ ପ୍ରତିନିଧି ଜୟ ଧୋଲକିଆ, ସଦର ଏନ୍‌ଏସି ଅଧ୍ୟକ୍ଷ ମହମ୍ମଦ ଆଦାମ, ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ରାଜେନ୍ଦ୍ର ବଢେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ଫରେଷ୍ଟ ଭିଲାଇ ଦଳର ମନୋଜ ସିଂ ପୁରସ୍କୃତ ହୋଇଥିଲେ। ଜିଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଞ୍ଜୟ ନାଏକ, ଚୂଡାମଣି ପାଢୀ, ବିଶ୍ୱମ୍ବର ମହାକୁଡ, ଅନୀଲ ଦାସ ଓ ନାରାୟଣ ମେହେର ଖେଳ ପରିଚାଳନା କରିଥିଲେ। ଶୈଳଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା ସ୍କୋର ଦାୟିତ୍ୱ ତୁଲାଇଥିଲେ। ପୁନିତ ରାଉତ, ଜୟ କିଷନ ସୁନାନୀ, ମୁକେଶ ସିଂ, ସୀମାଞ୍ଚଳ ମହାପାତ୍ର ଧାରାବିବରଣୀ ଶୁଣାଇଛନ୍ତି। ୟୁଥ ମାସ କ୍ଲବ ସଭାପତି ଅମରେଶ ଚନ୍ଦ୍ର ଦାସ, ସମ୍ପାଦକ ତପନ କୁମାର ବଗର୍ତ୍ତି, ଉପ ସଭାପତି ରଞ୍ଜିତ ସୁନା, ଶ୍ରୀରାମ ମିଶ୍ର, ସଞ୍ଜୟ ପଟ୍ଟନାୟକ, ସନ୍ତୋଷ ସୁପକାର, ପ୍ରତୀକ ପଟ୍ଟନାୟକ, ବାଲେଶ୍ୱର ମାଝି, ଜାନୁ ମିଶ୍ର, ମାଇକେଲ ସୁଧିର, ଜାବେଦ ଖାନ, ଜିତୁ ହୋତା, ଆସୁତୋଷ ପଟ୍ଟନାୟକ, ଅଂଶୁମାନ ଗୁପ୍ତା, ସାଗର ହଂସ, ଟିପୁ ଖାନ, ପିଣ୍ଟୁ ଭୋଇ, ରାଜ କିରଣ ସିଂଦେଓ ପ୍ରମୁଖ ସହଯୋଗ କରଥିଲେ। ଫାଇନାଲ ଦିନର ବିଶେଷ ମୁଖ୍ୟ ଆକର୍ଷଣ ଚୁଲବୁଲି ନାୟିକା ଶିତଳ ପାତ୍ର ଯୋଗଦେଇ ଓଡିଆ ଆଲବମ ଓ ସମ୍ବଲପୁରୀ ନୃତ୍ୟରେ ଦର୍ଶକ ଝୁମି ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri