ଫରେଷ୍ଟ ବିଟ୍‌ ହାଉସ ଉଡ଼ାଇଲେ, ଜେସିବି ପୋଡ଼ିଲେ

ନୂଆପଡ଼ା,୨୬।୮(ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ମାଓବାଦୀମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ନୂଆପଡ଼ା ସଦର ମହକୁମାଠାରୁ ୧୦ କି.ମି. ଦୂର ସୁନାବେଡା ଅଭୟାରଣ୍ୟ ଭିତରେ କେରମେଲି ପଞ୍ଚାୟତ ଗୋଲାବନ୍ଧ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ବିଏସ୍‌ଏନ୍‌ଏଲ୍‌ କମ୍ପାନୀରେ କାମ କରୁଥିବା ଏକ ଜେସିବିକୁ ପୋଡିବା ସହ ଫରେଷ୍ଟ ବିଟ୍‌ ହାଉସକୁ ବୋମା ପକାଇ ଉଡ଼ାଇ ଦେଇଛନ୍ତି। ଫରେଷ୍ଟ ହାଉସର ମୁଖ୍ୟ ଗେଟ ତାଲା ଭାଙ୍ଗି ଭିତରେ ଥିବା କାଗଜାତ ପୋଡି ଦେଇଥିବା ବେଳେ କବାଟ ଝରକା ସବୁ ଭାଙ୍ଗି ଚୂରମାର କରି ଦେଇଛନ୍ତି। ଘଟଣାସ୍ଥଳରେ ପଲିଥିନରେ ଲାଲ ରଙ୍ଗରେ ହିନ୍ଦୀ ଭାଷାରେ ଲେଖା ଥିବା ଭିନ୍ନ ଭିନ୍ନ ପୋଷ୍ଟର ଛାଡି ଯାଇଛନ୍ତି। କେନ୍ଦ୍ରରେ ଭାଜପା ସରକାର, ଓଡ଼ିଶାରେ ବିଜେଡି ଓ ଛତିଶଗଡରେ କଂଗ୍ରେସ ସରକାରଙ୍କ ସାମ୍ରାଜ୍ୟବାଦକୁ ବିରୋଧ କରିବା ସହ ଜଳ, ଜମି, ଜଙ୍ଗଲ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ପୋଷ୍ଟରରେ ଆହ୍ବାନ କରାଯାଇଛି। କେନ୍ଦ୍ର, ଛତିଶଗଡ ଏବଂ ଓଡିଶା ସରକାର ମିଶି ସୁନାବେଡା ଅଭୟାରଣ୍ୟ ଓ ଛତିଶଗଡ ଉଦନ୍ତୀ ଅଭୟାରଣ୍ୟ ଭିତରେ ବିପ୍ଲବୀ ଆନ୍ଦୋଳନକୁ ହଟାଇବା ପାଇଁ ବିରୋଧ କରୁଛନ୍ତି। ଆମର ପିଏଲଜିଏ ଉପରେ ଜାରି କରିଥିବା ଦମନ ଲୀଳାକୁ ବିରୋଧ କରି ଅଗଷ୍ଟ ୨୫କୁ ଛତିଶଗଡର ଗରିଆବନ୍ଧ, ଧମତରୀ, କାଙ୍କେର ଜିଲା ଏବଂ ଓଡିଶାର ନୂଆପଡା, ନବରଙ୍ଗପୁରରେ ବିରୋଧୀ ଦିବସ ରୂପେ ପାଳନ କରାଯାଇଛି ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ପୋଷ୍ଟରେ ତଳେ ଭାକପା (ମାଓବାଦୀ) ମୈନପୁର-ନୂଆପଡା ଡିଭିଜନ କମିଟି ଅଗଷ୍ଟ ୨୦୨୩ ବୋଲି ଲେଖା ଅଛି। ଏ ସଂକ୍ରାନ୍ତରେ ନୂଆପଡା ଆରକ୍ଷୀ ଅଧୀକ୍ଷକ ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ରଙ୍କୁ ପଚାରିବାରୁ ଗୋଲାବନ୍ଧଠାରେ ବନ୍ୟଜନ୍ତୁ ବିଭାଗ ଫରେଷ୍ଟ ବିଟ ଓ ପାଖରେ ଥିବା ଏକ ଜେସିବିକୁ ପୋଡି ଦେଇଥିବା ଖବର ଆସିଛି। ଆମର ଟିମ୍‌ ମଧ୍ୟ ଯାଇ ସାରିଲେଣି। ଡଗ୍‌ ସ୍କ୍ବାଡ ସହ ୨୧୬ ବାଟାଲିୟାନ ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଡିଏଏଫ୍‌ ଟିମ ଯାଇଛନ୍ତି। କେଉଁ ସାହାଯ୍ୟରେ ବିଟକୁ ଉଡ଼ାଯାଇଛି, ଆମର ଡଗ୍‌ ସ୍କ୍ବାଡ ତଦନ୍ତ କରି ଫେରିବା ପରେ ଜଣାପଡ଼ିବ। କୋମ୍ବିଂ ଅପରେଶନକୁ ବ୍ୟାପକ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

ମହିଳାଙ୍କୁ ସ୍ବାବଲମ୍ବୀ ହେବାର ବାଟ ଦେଖାଇଛି ଖଲିଦନା: ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି…

ନୂଆପଡ଼ା,୧୨ା୯ (ମକାରୁ ବେମାଲ):ବହୁଳ ପ୍ଲାଷ୍ଟିକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ରୋକିବା ପାଇଁ ନୂଆପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏକକ ବ୍ୟବହାର…

ସେପ୍ଟେମ୍ବର ୧୭ ପରେ ଏହି ୨ ରାଶିର ଭାଗ୍ୟ ଚମକାଇବେ ସୂର୍ଯ୍ୟ: ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ନେତୃତ୍ୱ, ପଦ-ପ୍ରତିଷ୍ଠା ଓ କ୍ୟାରିୟରର ପ୍ରମୁଖ କାରକ ବୋଲି ମନେ କରାଯାଏ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶିର…

୨ ଦିନ ହେଲାଣି ଘରୁ ବାହାରି ଯାଇ ଜଙ୍ଗଲରେ ରହୁଥିଲେ ପ୍ରେମୀଯୁଗଳ, ତା’ପରେ କଲେ ଏମିତି କାମ…

ନୂଆପଡ଼ା,୧୨/୯(ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ଥାନା ଅଞ୍ଚଳରେ କୌଣସି କାରଣରୁ ପ୍ରେମୀଯୁଗଳ ବିଷପାନ କରିବା ପରେ ନାବାଳିକା ପ୍ରେମିକା ଡୋଲେଶ୍ୱରୀ ସା (୧୭)ଙ୍କ ମୃତ୍ୟୁ ଘଟିଛି। ପ୍ରେମିକ…

ବୈଭବଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଇଶାନ କିଶନ: କହିଲେ-ଆଗକୁ ସମ୍ଭାଳିବେ…ନିଆଁ ପରି ବ୍ୟାପିଗଲା ଏହି କଥା

ନୂଆଦିଲ୍ଲୀ,୧୨।୯: : ଖୁବ କମ୍‌ ବୟସରେ କ୍ରିକେଟ ଜଗତରେ ନିଜର ଅଲଗା ପରିଚୟ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ତାଙ୍କ ବ୍ୟାଟିଂ ସହ କ୍ୟାପ୍ଟେନ୍ସି…

ବଢିଲା ଟିମ ଇଣ୍ଡିଆର ଟେନସନ୍‌: ପଡିଆରେ ଅଭ୍ୟାସ ସମୟରେ ହଠାତ୍‌ ଇଶାନ କିଶନ…

ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?