ପୂର୍ବତନ ଭିଜିଲାନ୍ସ ଡିଏସ୍‌ପିଙ୍କୁ ୫ ଲକ୍ଷ ଜରିମାନା

ଭୁବନେଶ୍ୱର,୨୧।୭ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ଭିଜିଲାନ୍ସର ବିଶ୍ୱସନୀୟତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟ ମାନବିକ ଅଧିକାର କମିଶନ (ଓଏଚ୍‌ଆରସି)। ଭିଜିଲାନ୍ସ ଓ୍ବିଙ୍ଗ୍‌ର କେତେଜଣ ଅଧିକାରୀଙ୍କ ବିରୋଧରେ ମିଥ୍ୟା ମାମଲା ନେଇ ପ୍ରମାଣ ମିଳିବା ପରେ କମିଶନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମିଥ୍ୟା ଲାଞ୍ଚ ମାମଲାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସିର ତତ୍‌କାଳୀନ ଜେଇଙ୍କୁ ଗିରଫ କରିଥିବା ଭିଜିଲାନ୍ସର ପୂର୍ବତନ ଡିଏସ୍‌ପି ହିମାଂଶୁ ଶେଖର ମିଶ୍ରଙ୍କ ଉପରେ କମିଶନ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଟଙ୍କା କ୍ଷତିପୂରଣ ବାବଦକୁ ଉକ୍ତ ଯନ୍ତ୍ରୀଙ୍କୁ ୨ ମାସ ମଧ୍ୟରେ ଦେବାକୁ କମିଶନ ଭିଜିଲାନ୍ସ ବିଭାଗକୁ ନର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ କନ୍‌ଷ୍ଟେବଳ ଓ ଜଣେ ହୋମ୍‌ଗାର୍ଡଙ୍କ ଉପରେ କଟକଣା ଲଗାଇଛନ୍ତି। ଅନ୍ୟ ମାମଲାଗୁଡିକରେ ସେମାନଙ୍କୁ ସାମିଲ ନ କରିବାକୁ କହିଛନ୍ତି। ଏଭଳି ଷଡ଼ଯନ୍ତ୍ର ରଚିଥିବା ଠିକାଦାରଙ୍କୁ ମଧ୍ୟ କଳା ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମିଥ୍ୟା ସାକ୍ଷୀ ଦେଇଥିବା ଡିଏସ୍‌ଡବ୍ଲ୍ୟୁଓ ଅଫିସ୍‌ର କ୍ଲର୍କ ଓ ପିଅନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗକାରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର କାମାକ୍ଷାନଗର ଏନ୍‌ଏସି କାର୍ଯ୍ୟାଳୟରେ ଜୁନିୟର ଇଞ୍ଜିନିୟର (ଜେଇ) ଥିଲେ। ଏକ ପ୍ରକଳ୍ପ କାମ ଖରାପ କରିବାରୁ ଠିକାଦାର ସୁରେଶ ନାୟକଙ୍କୁ ଉକ୍ତ କାର୍ଯ୍ୟ କରିବାକୁ ଜେଇ ରାଜେନ୍ଦ୍ର ଅନୁମତି ଦେଇ ନ ଥିଲେ। ଫଳରେ ସୁରେଶ ରାଗ ରଖି ଜେଇଙ୍କୁ ମିଛ ମାମଲାରେ ଫସାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ସେ ଭିଜିଲାନ୍ସ ଡିଏସ୍‌ପି ହିମାଂଶୁଙ୍କ ସହ ମିଶି ତାଙ୍କୁ ଗିରଫ ଯୋଜନା କରିଥିଲେ। ୨୦୧୭ ମାର୍ଚ୍ଚ ୨୪ରେ ଡିଏସ୍‌ପି ହିମାଂଶୁଙ୍କ ନେତୃତ୍ୱରେ କନ୍‌ଷ୍ଟେବଳ ଉଦ୍ଧବ ଚରଣ ଲେଙ୍କା, ଶ୍ରୀନିବାସ ବିଶ୍ୱାଳ ଓ ହୋମ୍‌ଗାର୍ଡ ସୁରେନ୍ଦ୍ର ଧଳ ଜେଇ ରାଜେନ୍ଦ୍ରଙ୍କ ଚାମ୍ବରକୁ ପଶି ତାଙ୍କ ଟେବୁଲ ଡ୍ରରେ ଟଙ୍କା ରଖିଥିଲେ। ପରେ ମିଥ୍ୟା ଲାଞ୍ଚ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଏହାସହ ଭିଜିଲାନ୍ସର ଉପସ୍ଥିତିରେ ଠିକାଦାର ଜେଇଙ୍କୁ ମଧ୍ୟ ଲୁହାରଡ଼ରେ ମାଡ଼ ମାରିଥିବା ଅଭିଯୋଗ ନେଇ ରାଜେନ୍ଦ୍ର ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। କମିଶନ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ। ଜେଇଙ୍କ ଚାମ୍ବରରେ ଲାଗିଥିବା ସିସିଟିଭି ଫୁଟେଜ ଓ ତଦନ୍ତବେଳେ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଥିଲା। ମିଥ୍ୟା ମାମଲା ନେଇ କମିଶନ ସ୍ପଷ୍ଟ ହେବା ପରେ ସୋମବାର ଏହି ରାୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୫ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri