Posted inଖେଳ

ଚପରାସୀ ଚାକିରି ପାଇଁ ଆବେଦନ କଲେ ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିଥିବା ଦିନେଶ ସାଏନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେ ନାଡାରେ ଏକ ଚପରାସି ଚାକିରି ପାଇଁ ଆବେଦନ କରିଛନ୍ତି। ଭାରତର ଭିନ୍ନକ୍ଷମ କ୍ରିକେଟ ଦଳର ନେତୃତ୍ୱ ନେଇଥିବା ଦିନେଶ ଜନ୍ମରୁ ପୋଲିଓରେ ପୀଡିତ ଥିଲେ। ସେ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ନେତୃତ୍ୱ ଦଳକୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟରେ ସେ ଅନେକଥର ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ। ୩୫ ବର୍ଷର ଦିନେଶ ବର୍ତ୍ତମାନ ନିଜ ପରିବାର ପ୍ରତିପୋଷଣ ପାଇଁ ଚାକିରି ଖୋଜୁଛନ୍ତି। ଦିନେଶ କହିଛନ୍ତି, ଏବେ ମୁଁ ଗ୍ରାଜୁଏଶନ ଆଡମିଶନ କରିଛି। ଦ୍ୱାଦଶ ଶ୍ରେଣୀ ପରେ ମୁଁ କେବଳ କ୍ରିକେଟ ଖେଳି ଭାରତର ପ୍ରତିନିଧିତ୍ୱ କଲି। କିନ୍ତୁ ବର୍ତ୍ତମାନ ମୋର ଟଙ୍କା ନାହିଁ। ପିଅନ ଚାକିରି ପାଇଁ ନାଡାରେ ଏକ ପୋଷ୍ଟ ଫାଙ୍କା ଅଛି। ଚାକିରି ପାଇଁ ସାଧାରଣ ଲୋକଙ୍କ ବୟସ ସୀମା ୨୫। ଯେତେବେଳେ କି ଦିବ୍ୟାଙ୍ଗଙ୍କ ପାଇଁ ବୟସ ସୀମା ୩୫। ସେଥିପାଇଁ ସରକାରୀ ଚାକିରି ପାଇବା ପାଇଁ ଏହା ମୋର ଶେଷ ସୁଯୋଗ ବୋଲି ସେ କହିଛନ୍ତି॥
ଦେଶ ପାଇଁ ଖେଳିବା ସତ୍ତ୍ୱେ ସେତିକି ଖ୍ୟାତି ଏବଂ ଟଙ୍କା ମିଳି ପାରି ନ ଥିଲା ବୋଳି ସେ ଅଭିଯୋଗ କରିଛନ୍ତି। ଜନ୍ମରୁ ପୋଲିଓ କାରଣରୁ ମୋର ଗୋଡ ଖରାପ। କିନ୍ତୁ କ୍ରିକେଟ ଖେଳିବାର ଆଗ୍ରହ ମୋତେ ଏହା ଅନୁଭବ କରିବାକୁ ଦେଇ ନଥିଲା। ୨୦୧୫ରେ ୫ଟି ଦେଶକୁ ନେଇ ହୋଇଥିବା ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri