Posted inଖେଳ

ଚପରାସୀ ଚାକିରି ପାଇଁ ଆବେଦନ କଲେ ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିଥିବା ଦିନେଶ ସାଏନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେ ନାଡାରେ ଏକ ଚପରାସି ଚାକିରି ପାଇଁ ଆବେଦନ କରିଛନ୍ତି। ଭାରତର ଭିନ୍ନକ୍ଷମ କ୍ରିକେଟ ଦଳର ନେତୃତ୍ୱ ନେଇଥିବା ଦିନେଶ ଜନ୍ମରୁ ପୋଲିଓରେ ପୀଡିତ ଥିଲେ। ସେ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ନେତୃତ୍ୱ ଦଳକୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟରେ ସେ ଅନେକଥର ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ। ୩୫ ବର୍ଷର ଦିନେଶ ବର୍ତ୍ତମାନ ନିଜ ପରିବାର ପ୍ରତିପୋଷଣ ପାଇଁ ଚାକିରି ଖୋଜୁଛନ୍ତି। ଦିନେଶ କହିଛନ୍ତି, ଏବେ ମୁଁ ଗ୍ରାଜୁଏଶନ ଆଡମିଶନ କରିଛି। ଦ୍ୱାଦଶ ଶ୍ରେଣୀ ପରେ ମୁଁ କେବଳ କ୍ରିକେଟ ଖେଳି ଭାରତର ପ୍ରତିନିଧିତ୍ୱ କଲି। କିନ୍ତୁ ବର୍ତ୍ତମାନ ମୋର ଟଙ୍କା ନାହିଁ। ପିଅନ ଚାକିରି ପାଇଁ ନାଡାରେ ଏକ ପୋଷ୍ଟ ଫାଙ୍କା ଅଛି। ଚାକିରି ପାଇଁ ସାଧାରଣ ଲୋକଙ୍କ ବୟସ ସୀମା ୨୫। ଯେତେବେଳେ କି ଦିବ୍ୟାଙ୍ଗଙ୍କ ପାଇଁ ବୟସ ସୀମା ୩୫। ସେଥିପାଇଁ ସରକାରୀ ଚାକିରି ପାଇବା ପାଇଁ ଏହା ମୋର ଶେଷ ସୁଯୋଗ ବୋଲି ସେ କହିଛନ୍ତି॥
ଦେଶ ପାଇଁ ଖେଳିବା ସତ୍ତ୍ୱେ ସେତିକି ଖ୍ୟାତି ଏବଂ ଟଙ୍କା ମିଳି ପାରି ନ ଥିଲା ବୋଳି ସେ ଅଭିଯୋଗ କରିଛନ୍ତି। ଜନ୍ମରୁ ପୋଲିଓ କାରଣରୁ ମୋର ଗୋଡ ଖରାପ। କିନ୍ତୁ କ୍ରିକେଟ ଖେଳିବାର ଆଗ୍ରହ ମୋତେ ଏହା ଅନୁଭବ କରିବାକୁ ଦେଇ ନଥିଲା। ୨୦୧୫ରେ ୫ଟି ଦେଶକୁ ନେଇ ହୋଇଥିବା ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିଲି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋନର ଜିତିଲେ ୯ମ ଷ୍ଟେଜ୍‌

ପ୍ୟାରିସ, ୫ା୭: ଅଷ୍ଟ୍ରେଲିଆର ବେନ୍‌ ଓ’ କୋନର ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୯ମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। କ୍ଲସେସ୍‌ଠାରୁ ଟାଇଗ୍ନେସ ୧୪୪.୯ କିଲୋମିଟର...

ପ୍ରଥମ କେତୋଟି ମ୍ୟାଚ ଖେଳି ନ ପାରନ୍ତି ମାଲିଙ୍ଗା

ନୂଆଦିଲ୍ଲୀ, ୨୨ା୮ (ପି.ଟି.)- ବ୍ୟକ୍ତିଗତ କାରଣରୁ ଆସନ୍ତା ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ କେତୋଟି ମ୍ୟାଚ୍‌ ଲାଗି ଉପଲବ୍ଧ ହୋଇ ନ ପାରନ୍ତି ଶ୍ରୀଲଙ୍କାର...

ବିଶ୍ୱକପ୍‌ ଖେଳି ନ ଥିବା ମହାନ ଟେଷ୍ଟ ବ୍ୟାଟ୍ସମ୍ୟାନ

କ୍ରିକେଟରଙ୍କ ପାଇଁ ବିଶ୍ୱକପ୍‌ ଖେଳିବା ଏକ ସମ୍ମାନର ବିଷୟ। କ୍ରିକେଟ ଇତିହାସରେ କିଛି ଏଭଳି ମହାନ ଖେଳାଳି ଅଛନ୍ତି, ଯେଉଁମାନେ ଲମ୍ବା ସମୟ ଧରି ଦଳରେ...

ସାମ କୁରାନଙ୍କ କୋଭିଡ୍‌-୧୯ ଟେଷ୍ଟ

ସାଉଥାମ୍ପଟନ,୩।୭(ପି.ଟି.): ଇଂଲଣ୍ଡ ଅଲରାଉଣ୍ଡର ସାମ୍‌ କୁରାନଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯାଇଛି। ଅସୁସ୍ଥ ଅନୁଭବ କରିବା ପରେ ତାଙ୍କର ଏହି ଟେଷ୍ଟ କରାଯାଇଛଇ ବୋଲି କୁହାଯାଇଛି। ସେ...

ଆଗାମୀ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ: ଆଇଓସି

ମଣ୍ଟ୍ରିଲ,୨୪।୩(ଏଏଫ୍‌ପି)- କୋଭିଡ-୧୯ ଏବେ ବିଶ୍ୱ ମହାମାରୀରେ ପରିଣତ ହୋଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରୁ କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ଦେଶ ଓହରିଯାଇଛନ୍ତି। ଫଳରେ...

ମ୍ୟାଚ୍‌ ଚାଲିଥିବାବେଳେ ଡ୍ରେସିଂ ରୁମରେ ସିଗାରେଟ ଟାଣିଲେ କୋଚ: କାର୍ଯ୍ୟାନୁଷ୍ଠାନ ଦାବି

ଢାକା,୧୨।୨: ବାଂଲାଦେଶ ପ୍ରିମିୟର ଲିଗ (ବିପିଏଲ)ରେ ଖେଳାଯାଇଥିବା ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ସମୟରେ ଖୁଲନା ଟାଇଗର୍ସର...

ବିଶ୍ୱକପ୍‌ ସ୍ଥଗିତ ଲାଗି ବିସିସିଆଇକୁ ଦାୟୀ କଲେ ଅଖତର୍‌

କରାଚୀ, ୨୩।୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ୍‌ ସ୍ଥଗିତ ହୋଇଛି। ଏହା ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ...

ଅନ୍‌ଲାଇନ୍‌ ଚେସ୍‌: ଶୁଭମ୍‌ଜ୍ୟୋତି ଚାମ୍ପିୟନ

ଭୁବନେଶ୍ୱର, ୩।୬(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର୍‌ ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୫ମ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଶୁଭମ୍‌ଜ୍ୟୋତି ସାହୁ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ...

Advertisement
Archives

Model This Week