Posted inଜାତୀୟ

କୋଲକାତା କାଣ୍ଡ: କୋର୍ଟରୁ ଫେରିବା ସମୟରେ ସନ୍ଦୀପ ଘୋଷଙ୍କୁ ଚାପୁଡା ମାରିଲେ ବ୍ୟକ୍ତି, ଭାଇରାଲ ହେଉଛି…

କୋଲକାତା,୪।୯: କୋଲକାତା ଆର୍‌.ଜି କର କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଉପରେ ଆକ୍ରମଣ ହୋଇଛି। କୋର୍ଟରୁ ବାହାରକୁ ଆସିବା ସମୟରେ ଏକ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଚାପୁଡା ମାରିଛନ୍ତି। ସେ ସିଆରଏଫ୍‌ ଏବଂ କୋଲକାତା ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ଥିଲେ ମଧ୍ୟ ବ୍ୟକ୍ତି ଜଣଙ୍କ ତାଙ୍କୁ ଚାପୁଡା ମାରିଛନ୍ତି। ଏଥିସହ ତାଙ୍କୁ ଦେଖିବା ମାତ୍ରେ ଲୋକମାନେ ଦୁର୍ବବ୍ୟହାର କରିବା ସହ ଏପରିକି ତାଙ୍କୁ ଫାଶୀ ଦେବାକୁ ନାରା ଲଗାଇଥିଲେ।

ମିଳିଥିବା ସୂଚନାନୁଯାୟୀ,ମଙ୍ଗଳବାର ସିବିଆଇର ଟିମ ସନ୍ଦୀପ ଘୋଷଙ୍କୁ ନେଇ ଅଲିପୁର କୋର୍ଟରେ ପହଞ୍ଚିଥିଲା। ସେହି ସମୟରେ ବହୁ ସଂଖ୍ୟକ ଲୋକଙ୍କର ଭିଡ ରହିଥିଲା। କୋର୍ଟରୁ ଫେରିବା ସମୟରେ ତାଙ୍କ ଚାରିପାଖରେ ବିରୋଧ ଆରମ୍ଭ ହୋଇଯାଇଥିଲା। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡା ମାରିଥିଲେ ।ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଆର୍‌.ଜି. କର ମେଡିକାଲ କଲେଜ ଆର୍ଥତ୍କ ଅନିୟମିତତା ମାମଲାରେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିବାର ଦିନକ ପରେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ନିଲମ୍ବନ କରିଛି। ତାଙ୍କ ବିରୋଧରେ ଆପରାଧିକ ତଦନ୍ତ ଚାଲିଥିବାରୁ ପଶ୍ଚିମବଙ୍ଗ ସର୍ଭିସେସ (କ୍ଲାସିଫିକେଶନ, କଣ୍ଟ୍ରୋଲ ଆଣ୍ଡ ଅପିଲ) ରୁଲ୍ସ, ୧୯୭୧ର ରୁଲ ୯(୧ସି) ଅନୁଯାୟୀ ତାଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଗତ ମାସ ୯ ତାରିଖରେ ଉକ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ସନ୍ଦୀପ୍ଙ୍କୁ ପ୍ରିନ୍ସିପାଲ ପଦରୁ ହଟାଯାଇ ତାଙ୍କୁ କାଲ୍କାଟା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସପାଲ ନିଯୁକ୍ତ କରାଯାଇଥିଲା। ଏହାକୁ ନେଇ ବିବାଦ ଜୋର୍ଦାର ହେବାରୁ ତାଙ୍କୁ ଅର୍ନିଦ୍ଦିଷ୍ଟ କାଳ ଛୁଟିରେ ରହିବାକୁ କୁହାଯାଇଥିଲା। ଅନିୟମିତତା ମାମଲାରେ ଗିରଫ ସନ୍ଦୀପଙ୍କୁ ୮ ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?