Posted inଖେଳ

ପୂର୍ବତନ ଖେଳାଳିଙ୍କ ଦାବି ଦୁଇ ଥର ୧୬୦ କିମିରୁ ଅଧିକ ବେଗରେ ବୋଲିଂ କରିଛି

କରାଚୀ,୧।୫ : ପୂର୍ବତନ ପାକିସ୍ତାନ ପେସର ମହମ୍ମଦ ସାମି କ୍ୟାରିୟର ଆରମ୍ଭରୁ ଦ୍ରୁତଗତିରେ ବୋଲିଂ କରିବା ପାଇଁ ଜଣାଯାଉଥିଲେ। ସେ ଘଣ୍ଟା ପ୍ରତି ୧୪୫ରୁ ୧୫୦ କିମି ବେଗରେ ବଲ ପକାଉଥିଲେ। ଶୋଏବ ଅଖତରଙ୍କ ସହ ମିଶି ପ୍ରତିପକ୍ଷ ବ୍ୟାଟରଙ୍କୁ ଭୟଭିତ କରୁଥିଲେ। ଏହି ପୂର୍ବତନ ପାକିସ୍ତାନ ପେସର ଗୋଟିଏ ମ୍ୟାଚ୍‌ରେ ଘଣ୍ଟା ପ୍ରତି ୧୬୦ କିମି ବେଗରେ ଦୁଇ ଥର ବୋଲିଂ କରିଥିବା ଦାବି କରିଛନ୍ତି। କିନ୍ତୁ ସେହି ମ୍ୟାଚ୍‌ରେ ସ୍ପିଡ୍‌ ଗନ କାମ କରୁ ନ ଥିବାରୁ ବଲର ଗତି ମପାଯାଇ ପାରି ନ ଥିଲା।
”ମୁଁ ଗୋଟିଏ ମ୍ୟାଚ୍‌ରେ ଦୁଇ ଥର ୧୬୦ରୁ ଅଧିକ କିମି ବେଗରେ ବୋଲିଂ କରିଛି। ଗୋଟିଏ ୧୬୨ ଓ ଅନ୍ୟ ବଲର ଗତି ୧୬୪ କିମି ଥିଲା। ତା’ ପରେ ବୋଲିଂ ମେସିନ (ସ୍ପିଡ୍‌ ଗନ) କାମ କରୁ ନ ଥିବା କୁହାଗଲା। ଏଣୁ ବଲକୁ ହିସାବକୁ ନିଆଗଲା ନାହିଁ। କିନ୍ତୁ ଯଦି ମୋଟ ଉପରେ ଦେଖିବା, ଯିଏବି ୧୬୦ରୁ ଅଧିକ ବେଗରେ ବୋଲିଂ କରିଛନ୍ତି, ସେ ଥରେ କିମ୍ବା ଦୁଇ ଥର ଏହି ଗତି ହାସଲ କରିଛନ୍ତି। ଏହାର ଅର୍ଥ ନୁହେଁ, ସେମାନେ ନିୟମିତ ଭାବେ ଏହି ଗତିରେ ବୋଲିଂ କରନ୍ତି“ ବୋଲି ଶାମି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ବଲ ପକାଇବାର ରେକର୍ଡ ଶୋଏବ ଅଖତରଙ୍କ ନାମରେ ରହିଛି। ୨୦୦୨ରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଘଣ୍ଟା ପ୍ରତି ୧୬୧ କିମି ବେଗ ହାସଲ କରିଥିଲେ। ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଶାମି ୩୬ ଟେଷ୍ଟ, ୮୭ ଦିନିକିଆ ଓ ୧୩ଟି୨୦ ଖେଳି ମୋଟ ୨୨୩ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri