ହେଲିକପ୍ଟର ବ୍ୟବହାର କରି ମହିଳାଙ୍କ ଅଶ୍ଳୀଳ ଭିଡିଓ କରୁଥିଲେ କନଷ୍ଟେବଳ, ଆଉ ତା ପରେ

ଲଣ୍ଡନର ୟର୍କସାୟାରରେ ପୂର୍ବତନ ଗ୍ଲାମର ମଡେଲ ଟ୍ରେସି (୫୪)ଡିକ୍ସନ ପୋଲିସ ବିରୋଧରେ ଏକ ମାମଲା ଜିତିଛନ୍ତି। ଟ୍ରେସି ଅଭିଯୋଗ କରିଥିଲେ ଯେ, ସେ ବଗିଚାରେ ଉଲଗ୍ନ ଅବସ୍ଥାରେ ସୂର୍ଯ୍ୟକିରଣ ନେଉଥିବାବେଳେ ଜଣେ ପୋଲିସ ହେଲିକପ୍ଟର ବ୍ୟବହାର କରି ଏକ ଭିଡିଓ କରିଥିଲେ। ଏହି ମାମଲାରେ ଟ୍ରେସି ମାନହାନି ମାମଲା ରୁଜୁ କରିବା ସହ ପ୍ରାୟ ୨ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଏହି ମାମଲାରେ ପୋଲିସ କହିଛି ଯେ, ସେମାନେ ଟ୍ରେସିଙ୍କ ସହ ଆପୋଷ ବୁଝାମଣା ହୋଇ ସାରିଛି। ତେବେ ୨ କୋଟି ଟଙ୍କା ନେଇ ପୋଲିସ ଚୁପ୍‌ ରହିଥିବା ଜଣାପଡ଼ିଛି।

ଟ୍ରେସି କହିଛନ୍ତି ଯେ ଅଭିଯୁକ୍ତ ୫୪ ବର୍ଷିୟ କନଷ୍ଟେବଳ ଆଡ୍ରିଆନ ପୋଗମୋର ନିଜ ଖୁସି ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ। ଅପରାଧୀଙ୍କ ଉପରେ ନଜର ରଖିବା ପରିବର୍ତ୍ତେ ଏଭଳି କାମ କରୁଥିବା ପୋଲିସ ସାଧାରଣ ଲୋକଙ୍କ ପାଇଁ ବିପଦ । ଏହି ଘଟଣା ପାଇଁ ସେ ମାନସିକ ସ୍ତରରେ ବିଚଳିତ ହୋଇପଡ଼ିଥିଲେ। ପୋଗମୋର ସ୍ବୀକାର କରିଛନ୍ତି ଯେ, ସେ ଦକ୍ଷିଣ ୟର୍କଶାୟର ପୋଲିସର ହେଲିକପ୍ଟର ବ୍ୟବହାର କରି ଟ୍ରେସିଙ୍କୁ ପିଛା କରିଥିଲେ। ଏହି ସରକାରୀ ହେଲିକପ୍ଟରରେ ବହୁତ ଶକ୍ତିଶାଳୀ କ୍ୟାମେରା ଅଛି, ଯାହା ଦୁଇ ମାଇଲ ଦୂରରେ ମଧ୍ୟ କାରର ନମ୍ବର ପ୍ଲେଟକୁ ସ୍ପଷ୍ଟ ଭାବରେ ଦେଖିପାରିବ।

ଟ୍ରେସି ଆହୁରି ମଧ୍ୟ କହିଛନ୍ତି, ପୋଗମୋର୍‌ ଏବଂ ସେ ଗୋଟିଏ ବିଦ୍ୟାଳୟରେ ପଢ଼ୁଥିଲେ। ପୋଗମୋର ହୁଏତ ଦୀର୍ଘ ବର୍ଷ ଧରି ଗୁପ୍ତ ଭାବରେ ତାଙ୍କୁ ଦେଖୁ ଥିବେବୋଲି ସେ ଆଶଙ୍କା କରିଛନ୍ତି। ଏହି ଘଟଣା ପରେ ମୋର ପୋଲିସ ଉପରେ ବିଶ୍ୱାସ ନାହିଁ ବୋଲି ଟ୍ରେସି କହିଛନ୍ତି। ପୋଗମୋର ଦକ୍ଷିଣ ୟର୍କଶାୟର୍‌ ପୋଲିସର ଏୟାର ସପୋର୍ଟ ୟୁନିଟରେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ନାମରେ ଅଭିଯୋଗ ହୋଇଛି ଯେ, ସେ ହେଲିକପ୍ଟର ବ୍ୟବହାର କରିଜଣେ ଦମ୍ପତିଙ୍କ ସେକ୍ସ ଭିଡିଓ ମଧ୍ୟ ଶୁଟିଂ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

Video: ନେପାଳରେ ଭୟଙ୍କର ବନ୍ୟାର ୩ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇ ସମସ୍ତଙ୍କୁ ଚକିତ କରିଦେଲେ ଏହି ଶିଶୁ

କାଠମାଣ୍ଡୁ,୩୦।୮: ନେପାଳର ରାସୁୱା ଜିଲାରେ ଭୟଙ୍କର ବନ୍ୟା ଆସିବାର ତିନି ଦିନ ପରେ, ଜଣେ ୨ ବର୍ଷର ଶିଶୁକୁ କାଦୁଅ ଏବଂ ଭଗ୍ନାବଶେଷ ତଳୁ ଜୀବନ୍ତ ବାହାର…

ବଢୁଛି ଅନଲାଇନ ଓ୍ବେଡିଂ ଟ୍ରେଣ୍ଡ, ଚଳିତ ବର୍ଷ ୩୮% ବିବାହ ଅନଲାଇନରେ ଅନୁଷ୍ଠିତ ହୋଇଛି , ଜାଣନ୍ତୁ ଏହାର କାରଣ କ’ଣ

କ୍ୱିଭ,୩୦।୮: ପ୍ରଚଣ୍ଡ ସୂର୍ଯ୍ୟ ତାପ ମଧ୍ୟରେ, ଟେଟିଆନା – ଏକ ବର ପୋଷାକ ପିନ୍ଧିଥିବା ଏବଂ ଓଲେକଜାଣ୍ଡର – ସାମରିକ ପୋଷାକ ପିନ୍ଧି କ୍ରାମଟୋର୍ସ୍କର କେନ୍ଦ୍ରୀୟ ଶାନ୍ତି…

ମୃତ୍ୟୁମୁହଁରୁ ୧୬୪୩ ପିଲାଙ୍କୁ ଟାଣିଆଣିଲେ ଶିକ୍ଷକ; ନେପାଳ ବନ୍ୟାରେ ସାଜିଲେ ହିରୋ, ଚାରିଆଡେ ଚର୍ଚ୍ଚା

କାଠମାଣ୍ଡୁ,୩୦ା୮: ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟାରେ ଅନେକ ଅଞ୍ଚଳ ଛାରଖାର ହୋଇଯାଇଛି। ହଠାତ୍ ନଦୀର ପାଣି ବସ୍ତି ଓ ରାସ୍ତାରେ ପଶିଯିବାରୁ ଚାରିଆଡ଼େ ଆତଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନ: ଏପର୍ଯ୍ୟନ୍ତ ୩୬ଟି ଦେଶ ଦ୍ୱାରା ସମ୍ମାନିତ ହେଲେଣି…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଜବେକିସ୍ତାନର ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ ‘ଓଲି ଦାରାଜଲି ଦୋ’ଷ୍ଟଲିକ’ (ସର୍ବୋଚ୍ଚ ଡିଗ୍ରୀର ବନ୍ଧୁତା କ୍ରମ) ପ୍ରଦାନ କରାଯାଇଥିଲା। ଉଜବେକିସ୍ତାନର ରାଷ୍ଟ୍ରପତି ଶାଭକତ…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri