Posted inଖେଳ

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ

ଇଂଲଣ୍ଡର କାଉଣ୍ଟି ଦଳ କେଣ୍ଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗ୍ରାହାମ କାଉଡ୍ରେଙ୍କ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। କାଉଡ୍ରେ ଇଂଲଣ୍ଡ ପାଇଁ ଯଦିଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିଲେ କିନ୍ତୁ ସେ କାଉଣ୍ଟି କ୍ରିକେଟ୍‌ରେ ବେଶ୍‌ ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍‌ ଥିଲେ। ଗ୍ରାହାମ କାଉଡ୍ରେ କେଣ୍ଟ ପାଇଁ ୧୪ ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ ଏବଂ ଏହି ସମୟ ମଧ୍ୟରେ ୨୦ଟି ଶତକ ମାରିଥିଲେ। ସେହିପରି ସେ ୧୭୯ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୮୮୫୮ ରନ ସ୍କୋର କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ କାଉଡ୍ରେ ୧୭ଟି ଶତକ ହାସଲ କରିଥିଲେ। ଏଥି ସହିତ, ଲିଷ୍ଟ ଏ କ୍ରିକେଟରେ ୫୧୪୨ ରନ କରିଥିଲେ। ଗ୍ରାହାମ କାଉଡ୍ରେଙ୍କ ତାଙ୍କ ପିତା କାଉଡ୍ରେ ଏବଂ ଭାଇ କ୍ରିସ କାଉଡ୍ରେ ଇଂଲଣ୍ଡର ଅଧିନାୟକତ୍ୱ କରିଥିଲେ। ଗ୍ରାହାମଙ୍କ ଜେଜେବାପା ଏବଂ ଜ୍ୱାଇଁ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ଗ୍ରାହାମ କାଉଡ୍ରେଙ୍କ ଆକସ୍ମିକ ଦେହାନ୍ତରେ କେଣ୍ଟ କ୍ରିକେଟ କ୍ଲବ ଏବଂ ସେମାନଙ୍କ ସାଙ୍ଗମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗ୍ରାହାମ କାଉଡ୍ରେଙ୍କର ୩ ସନ୍ତାନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଭାଲରେ ଅସଲ ପରୀକ୍ଷା: ଡରାଉଛି ରେକର୍ଡ

ଓଭାଲ,୧।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ – ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ସେପ୍ଟେମ୍ବର ୨ରୁ ଓଭାଲ ଗ୍ରାଉଣ୍ଡରେ ଖେଳାଯିବ। ଲର୍ଡସ ଟେଷ୍ଟ ଜିତିଥିବା ଟିମ...

ଅଧିନାୟକ ପଦ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୩୧।୧:ନିକଟରେ ବିରାଟ କୋହଲି ଭାରତର ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏହା ସହିତ ସେ ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକ ପଦ ହରାଇଛନ୍ତି। ବିରାଟଙ୍କ ଏହି...

ପ୍ରଥମ ବଲ୍‌ରେ ଉଇକେଟ୍‌ ନେଇଥିଲେ ଏହି ୫ ବୋଲ୍‌ର

ବିଶ୍ୱ କ୍ରିକେଟରେ କିଛି ବୋଲର ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ପ୍ରଥମ ବଲରେ ଉଇକେଟ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଇଞ୍ଜାମାନ ଉଲ୍‌-ହକ୍‌ ପାକିସ୍ତାନ କ୍ରିକେଟ...

ଫଟୋଗ୍ରାଫର୍‌ଙ୍କୁ ଖାସ୍‌ ଅନୁରୋଧ କଲେ କୋହଲି

ମୁମ୍ବାଇ,୧୬।୧୨: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଛି। ଏହି ଗସ୍ତରେ ଟେଷ୍ଟ ସିରିଜ ପରେ...

କ୍ରିକେଟ ଅଷ୍ଟ୍ରେଲିଆ ଇଲେଭେନରେ ୪ ଭାରତୀୟ

ମେଲବୋର୍ନ, ୩୧ା୧୨- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଇଲେଭେନ ଅଫ୍‌ ଦି ଇୟରରେ ଭାରତର ହ୍ବାଇଟ ବଲ୍‌ ଅଧିନାୟକ ରୋହିତ ଶର୍ମା ଓ ପ୍ରମୁଖ ଅଫ୍‌ ସ୍ପିନର...

ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ ଦୌଡ଼ରେ ଶେଫାଳି, ସ୍ନେହ

ଦୁବାଇ, ୮।୭(ପି.ଟି.)- ଭାରତର ଟିନ୍‌ ବ୍ୟାଟିଂ ସେନ୍‌ସେଶନ ଶେଫାଳି ବର୍ମା ଏବଂ ଅଲ୍‌ରାଉଣ୍ଡର ସ୍ନେହ ରାଣାଙ୍କ ନାମ ଆଇସିସି ମହିଳା ପ୍ଲେୟର ଅଫ୍‌ ଦି ମନ୍ଥ...

ଫିଫା ବିଶ୍ୱକପ-୨୦୨୬: ଯୋଜନାରେ ପରିବର୍ତ୍ତନ, ୪-୪ ଟିମର ୧୨ ଗ୍ରୁପ୍‌ ରହିବେ…

ଓ୍ବାଶିଂଟନ,୧୫।୩ : ଉତ୍ତର ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଫିଫା ବିଶ୍ୱକପ-୨୦୨୬ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆସନ୍ତା ବିଶ୍ୱକପରେ ୪-୪ ଟିମର ୧୨...

ଘରୋଇ ସିଜନ ପାଇଁ ବିସିସିଆଇର ବ୍ଲୁ ପ୍ରିଣ୍ଟ: ଡିସେମ୍ବର ୨୦ରୁ ମୁସ୍ତାକ ଅଲି , ଜାନୁୟାରୀ ୧୧ରୁ ରଣଜୀ ଟ୍ରଫି

ମୁମ୍ବାଇ,୩୦।୧୧(ପି.ଟି.): କୋଭିଡ୍‌-୧୯ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଘରୋଇ କ୍ରିକେଟ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମହାମାରୀର ପ୍ରକୋପ ଜାରି ରହିବା ସତ୍ତ୍ୱେ...

Advertisement
Archives

Model This Week