Posted inଖେଳ

ପୂର୍ବତନ ଭାରତୀୟ କ୍ରିକେଟରଙ୍କ ପରଲୋକ

ମୁମ୍ବାଇ, ୧୬ା୯ (ପି.ଟି.)-ପୂର୍ବତନ ଭାରତୀୟ କ୍ରିକେଟର ସଦାଶିବ ରାଓଜୀ ପାଟିଲଙ୍କ ତାଙ୍କ କୋହ୍ଲାପୁରସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ନିଦ୍ରାଗତ ଅବସ୍ଥାରେ ମଙ୍ଗଳବାର ପ୍ରତ୍ୟୁଷରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପାଟିଲଙ୍କ ବିୟୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି। ପାଟିଲ ଜଣେ ମିଡିୟମ ପେସ୍‌ ବୋଲର ଥିଲେ। ୧୯୫୨-୫୩ ସିଜନରେ ମହାରାଷ୍ଟ୍ର ତରଫରୁ ତାଙ୍କର ପ୍ରଥମଶ୍ରେଣୀ ପଦାର୍ପଣ ପ୍ରଭାବଶାଳୀ ଥିଲା। ଏହି ମ୍ୟାଚ୍‌ରେ ମହାରାଷ୍ଟ୍ର ୧୬୭ ରନରେ ବୋଲ୍ଡ ହୋଇଯିବା ପରେ ପାଟିଲଙ୍କ ଚମତ୍କାର ବୋଲିଂ ଯୋଗୁ ଘରୋଇ କ୍ରିକେଟ ଚାମ୍ପିୟନ ମୁମ୍ବାଇକୁ ୧୧୨ରେ ଅଲଆଉଟ କରିଦେଇଥିଲେ। ଦ୍ୱିତୀୟ ଇନିଂସରେ ସେ ୬୮ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ। ମହାରାଷ୍ଟ୍ର ୧୯ ରନରେ ବିଜୟ ଲାଭ କରିଥିଲା। ୧୯୫୫ରେ ବ୍ରାବୋର୍ନ ଷ୍ଟାଡିୟମରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କୁ ପଦାର୍ପଣ ଟେଷ୍ଟ ମ୍ୟାଚ ଖେଳିବା ସୁଯୋଗ ମିଳିଥିଲା। ସେତେବେଳେ ପଲି ଉମ୍ରିଗର ଭାରତୀୟ ଦଳର ଅଧିନାୟକ ଥିଲେ। ଭାରତ ଏହି ମ୍ୟାଚରେ ଏକ ଇନିଂସ ଓ ୨୭ ରନରେ ବିଜୟୀ ହୋଇଥିଲା। ପାଟିଲ ପ୍ରତ୍ୟେକ ଇନିଂସରେ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ ପୂର୍ବରୁ ପାଟିଲ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଅଭ୍ୟାସ ମ୍ୟାଚରେ ପଶ୍ଚିମାଞ୍ଚଳ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ସେ ୭୪ ରନ ବିନିମୟରେ ୭ ଉଇକେଟ ଅକ୍ତିଆର କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାରତର ତରଫରୁ ଯଦିଓ ତାଙ୍କୁ ଆଉ କେବେ ସୁଯୋଗ ମିଳି ନ ଥିଲା, ସେ କିନ୍ତୁ ମହାରାଷ୍ଟ୍ର ତରଫରୁ ତାଙ୍କ ଖେଳ ଜାରି ରଖିଥିଲେ। ପାଟିଲ ଆହୁରି ମଧ୍ୟ ଲାଙ୍କାଶାୟାର ଲିଗ୍‌ରେ ଖେଳିଥିଲେ। ସେ ଦୁଇଟି ସିଜନ (୧୯୫୯ ଓ ୧୯୬୧)ରେ ୫୨ ମ୍ୟାଚ୍‌ ଖେଳି ୧୧୧ ଉଇକେଟ ଅକ୍ତିଆର କରିଥିଲେ। ପାଟିଲ ମହାରାଷ୍ଟ୍ରରୁ ୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ୩୬ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ। ସେ ୮୬୬ ରନ ସ୍କୋର କରିବା ସହ ୮୩ ଉଇକେଟ ଅକ୍ତିଆର କରିଥିଲେ। ସେ ଆହୁରି ମଧ୍ୟ ରଣ୍‌ଜୀ ଟ୍ରଫିରେ ମହାରାଷ୍ଟ୍ରର ଅଧିନାୟକତ୍ୱ କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri