Posted inଖେଳ

ପୂର୍ବତନ ଚାମ୍ପିୟନ ଓଷ୍ଟାପେଙ୍କୋ ବିଦା

ପ୍ୟାରିସ୍‌, ୧ା୬(ପି.ଟି.): କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନରୁ ବିଦାୟ ନେଇଛନ୍ତି ପୂର୍ବତନ ଚାମ୍ପିୟନ ଜେଲେନା ଓଷ୍ଟାପେଙ୍କୋ। ଏକାଧିକ ସିଡେଡ୍‌ ଖେଳାଳି ସହଜ ବିଜୟ ହାସଲ କରିଥିବା ବେଳେ ଓଷ୍ଟାପେଙ୍କୋ ଓ ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା କାରୋଲିନା ଗାର୍ସିଆ ବିଜୟୀ ହୋଇଛନ୍ତି। ସେହିପରି ପୁରୁଷ ବର୍ଗରେ ଷ୍ଟିଫାନୋସ୍‌ ସିତ୍‌ସିପାସ, ସେବାଷ୍ଟିଆନ ଅଫ୍‌ନର ଓ ଫାବିଓ ଫଗନିନି ବିଜୟୀ ହୋଇଛନ୍ତି। ୨୦୧୭ରେ ଫ୍ରେଞ୍ଚ ଓପନ ଚାମ୍ପିୟନ୍‌ ରହିଥିବା ଓଷ୍ଟାପେଙ୍କୋ ବୁଧବାର ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ପଦାର୍ପଣକାରୀ ଆମେରିକାର ପେଟନ୍‌ ଷ୍ଟିଅର୍ନସଙ୍କ ନିକଟରୁ ପରାଜିତ ହୋଇଛନ୍ତି। ୟୁନିଭର୍ସିଟି ଅଫ ଟେକ୍ସାସ ପକ୍ଷରୁ ଖେଳୁଥିବା ଷ୍ଟିଅର୍ନସ ଜୁନ୍‌ ୨୦୨୨ରେ ହିଁ ପ୍ରଫେସନାଲ ଟେନିସ ଖେଳିବା ଆରମ୍ଭ କରିଥିଲେ। ବିଶ୍ୱ ମାନ୍ୟତାର ୧୭ ନମ୍ବର ସ୍ଥାନରେ ରହିଥିବା ଲାଟଭିଆର ଓଷ୍ଟାପେଙ୍କୋ ୨୮ଟି ଅନଫୋର୍ସଡ ଏରର୍‌ କରିଥିଲେ। ଏହା ସହିତ ସେ ୬-୩, ୧-୬ ଓ ୬-୨ ସେଟରେ ପରାଜିତ ହୋଇଥିଲେ। ପ୍ରଥମ ରାଉଣ୍ଡରେ ୨୧ ବର୍ଷୀୟ ଷ୍ଟିଅର୍ନସ ବିଜୟୀ ହୋଇଥିବା ବେଳେ ପରବର୍ତ୍ତୀ ରାଉଣ୍ଡକୁ ଜିତିଥିଲେ। ଅନ୍ତିମ ରାଉଣ୍ଡରେ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହିତ ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ଷ୍ଟିଅର୍ନସ୍‌। ଅନ୍ୟପକ୍ଷରେ ୫ ନମ୍ବର ମାନ୍ୟତାପ୍ରାପ୍ତ ଗାର୍ସିଆ ୬-୪, ୩-୬ ଓ ୫-୭ ସେଟରେ ଆନ୍ନା ବ୍ଲିଙ୍କୋଭାଙ୍କ ନିକଟରୁ ପରାଜିତ ହୋଇଛନ୍ତି। ୩ ନମ୍ବର ମାନ୍ୟତା ପ୍ରାପ୍ତ ଜେସିକା ପେଗୁଲା ମଧ୍ୟ ବିଜୟୀ ହୋଇଛନ୍ତି। ଜେସିକା ଇଟାଲୀର କାମିଲା ଗିଓର୍ଗିଙ୍କ ବିପକ୍ଷରେ ୬-୨ରେ ଆଗୁଆ ରହିଥିଲେ। କାମିଲା ଓହରିଯିବା କାରଣରୁ ଜେସିକା ତୃତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ। ଅନ୍ୟ ଏକ ମ୍ୟାଚରେ ଦାରିଆ କାସାଟ୍‌କିନା ୬-୩ ଓ ୬-୪ ସେଟରେ ମାର୍କେଟା ଭୋଣ୍ଡ୍ରୋସୋଭାଙ୍କୁ ପରାସ୍ତ କରିଥିଲେ। ସ୍ବାମୀ ଗେଲ୍‌ ମନଫିଲ୍ସ ମଙ୍ଗଳବାର ବିଜୟୀ ହୋଇଥିବା ବେଳେ ଏଲିନା ସ୍ବିତୋଲିନା ୨-୬, ୬-୩ ଓ ୬-୧ ରେ ଆମେରିକାର ଷ୍ଟର୍ମ ସାଣ୍ଡର୍ସଙ୍କୁ ପରାସ୍ତ କରିଛନ୍ତି। ଦୁଇ ନମ୍ବର ମାନ୍ୟତାପ୍ରାପ୍ତ ଆରିନା ସାବାଲେଙ୍କା ୭-୫, ୬-୨ ସେଟ୍‌ରେ ଇରିନା ଶାମନୋଭିଚ୍‌ଙ୍କୁ ପରାସ୍ତ କରିଥିଲେ।
ପୁରୁଷ ସିଙ୍ଗଲ୍ସରେ ଗ୍ରୀସ୍‌ର ଷ୍ଟିଫାନୋସ୍‌ ସିତ୍‌ସିପାସ ୬-୩, ୭-୬(୭-୪) ଓ ୬-୨ ସେଟରେ ସ୍ପେନ୍‌ର ରବର୍ଟୋ କାରବାଲେସ୍‌ ବାଏନାଙ୍କୁ ପରାସ୍ତ କରିଥିଲେ। ୨୪ ନମ୍ବର ମାନ୍ୟତାପ୍ରାପ୍ତ ଆମେରିକାର ସେବାଷ୍ଟିଆନ କୋର୍ଡାଙ୍କୁ ପରାସ୍ତ କରିଛନ୍ତି ଅଷ୍ଟ୍ରିଆର ଅଣସିଡେଡ୍‌ ଖେଳାଳି ସେବାଷ୍ଟିଆନ ଅଫ୍‌ନର। ୬-୩, ୭-୬(୭-୧) ଓ ୬-୪ ସେଟରେ ଅଫ୍‌ନର ଏହି ମ୍ୟାଚ୍‌କୁ ଜିତି ନେଇଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଇଟାଲୀର ଫାବିଓ ଫଗନିନି ୬-୪, ୭-୬(୭-୫) ଓ ୬-୨ ସେଟ୍‌ରେ ଅଷ୍ଟ୍ରେଲିଆର ଜାସନ କବଲେରଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…

ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ପ୍ରସାର ପାଇଁ ଆହ୍ବାନ

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ଆଧ୍ୟାତ୍ମିକ ଜ୍ଞାନ ପ୍ରଚାର ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରମୋଦ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସଭାରେ ପୁରୀ ଗୋବର୍ଦ୍ଧନ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ନେସଲେ, ପେପ୍ସିକୋରୁ ଡୋମିନୋଜ୍… ଭ୍ରାମକ ବିଜ୍ଞାପନ ପାଇଁ ୧୫୦ରୁ ଅଧିକ କମ୍ପାନୀକୁ ନୋଟିସ୍!

ନୂଆଦିଲ୍ଲୀ,୨୩ା୮: ଭାରତର ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ‘ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ’ (FSSAI) ଦେଶର କେତେକ ପ୍ରମୁଖ ଖାଦ୍ୟ ଏବଂ ପାନୀୟ (Food…

କୁଲଦୀପ ଯାଦବଙ୍କୁ ଦ୍ୱିତୀୟ ଟେଷ୍ଟରୁ କାହିଁକି ବାଦ ଦିଆଗଲା? ବିସିସିଆଇ ପ୍ରକୃତ କାରଣ ପ୍ରକାଶ କଲା

ନୂଆଦିଲ୍ଲୀ,୨୩।୮: କୁଲଦୀପ ଯାଦବ ବର୍ତ୍ତମାନ କଲମ୍ବୋରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାଁନ୍ତି। ତାଙ୍କ ସ୍ଥାନରେ ଅଫ ସ୍ପିନର ସାରାଂଶ ଜୈନଙ୍କୁ ପ୍ଲେଇଂ ଏକାଦଶରେ ସାମିଲ…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri