Posted inଜାତୀୟ

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ ଘର ତେଜପୁରର ପଟିଆ ଅଞ୍ଚଳରେ।

ଦୀର୍ଘଦିନ ଧରି ତାଙ୍କ ଉପରେ ନଜର ରଖିବା ଓ ପ୍ରାରମ୍ଭିକ ତଦନ୍ତ ପରେ ପୋଲିସ ତାଙ୍କୁ ହାଜତକୁ ନେଇଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ସହ ସମ୍ପୃକ୍ତ ବ୍ୟକ୍ତି ଯୋଗାଯୋଗରେ ରହିବା ସହିତ ସମ୍ବେଦନଶୀଳ ସୂଚନା ଯୋଗାଉଥିଲେ। ତାଙ୍କ ମୋବାଇଲ ଫୋନ୍‌ ଏବଂ ଲାପ୍‌ଟପ୍‌ରୁ ସନ୍ଦେହଜନକ ତଥ୍ୟ ମିଳିଛି। କେତେକ ତଥ୍ୟକୁ ଲିଭାଇ ଦିଆଯାଇଥିବା ଜଣାପଡ଼ିଛି।

ଗୁପ୍ତଚରଗିରି ନେଇ ଶର୍ମାଙ୍କ ଉପରେ ସନ୍ଦେହ ଅତ୍ୟନ୍ତ ଦୃଢ଼ ହୋଇଥିଲେ ମଧ୍ୟ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ତାହା ସ୍ପଷ୍ଟ କରାଯାଇପାରିବ ନାହିଁ ବୋଲି ଡିଏସ୍‌ପି ହରିଚରଣ ଭୂମିଜ କହିଛନ୍ତି। ଶର୍ମା ଅବସର ନେବା ପୂର୍ବରୁ ତେଜପୁର ବାୟୁସେନା ଘାଟିରେ ଜୁନିୟର ଓ୍ବାରେଣ୍ଟ ଅଫିସର ଭାବେ ପୋଷ୍ଟିଂ ହୋଇଥିଲେ। ଯେଉଁଠି ସୁଖୋଇ-୩୦ ସ୍କ୍ବାଡ୍ରନ୍‌ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ବାୟୁସେନା ସମ୍ପତ୍ତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

କାନ୍ଥ ଉପରେ ମୋବାଇଲ ରଖି ମହିଳାଙ୍କ ଗାଧୁଆ ସମୟର ଭିଡିଓ ଶୁଟିଂ କରୁଥିଲେ ଯୁବକ , ତା’ପରେ…

ଜଳେଶ୍ୱର, ୧୯ା୬ (ନବୀନ ସାହୁ): ମହିଳାଙ୍କ ଗୋପନୀୟତାକୁ ନେଇ ଅତି ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା…

ଶ୍ୱଶୁରଙ୍କ ଘରେ ଜ୍ୱାଇଁଙ୍କ ଆତ୍ମହତ୍ୟା, ରାତିରେ ସମସ୍ତେ ଶୋଇଥିବାବେଳେ…

ଦେବଗଡ଼,୧୯ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ବେତେଇଝରଣ ଗ୍ରାମସ୍ଥିତ ଶ୍ୱଶୁରଙ୍କ ଘରେ ଫାଶୀ ଲଗାଇ ଜ୍ୱାଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲା…

ଶ୍ରେଷ୍ଠ ୨୦୦ ମଧ୍ୟରେ ୩ ଭାରତୀୟ ଶିକ୍ଷାନୁଷ୍ଠାନ, ଜାଣନ୍ତୁ ଶୀର୍ଷରେ କିଏ…

ନୂଆଦିଲ୍ଲୀ: ୧୯ା୬: ପ୍ରତିଷ୍ଠିତ ‘କ୍ୟୁଏସ୍‌ ୱାଲର୍‌ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍‌ ୨୦୨୭’ର ତାଲିକା ଗୁରୁବାର ପ୍ରକାଶ ପାଇଛି। ଏଥିରେ ବିଶ୍ୱର ଶ୍ରେଷ୍ଠ ୨୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ୩ଟି ଭାରତୀୟ…

ଭତ୍ତା ପାଇଁ ଲୋକମାନେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ: ନବୀନ

ଭୁବନେଶ୍ୱର,୧୯।୬(ସୁନିତ୍‌ ମିଶ୍ର): ରାଜ୍ୟର ଲୋକମାନେ ଭତ୍ତା ପାଇଁ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ଭାଜପା ସରକାରର ଏଇଆ କ’ଣ ଫାଇଦା କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri