Posted inଜାତୀୟ

ମୋତେ ମାଫ୍‌ କର ରାହୁଲ ଭାଇ…ଭାଜପା ଛାଡିଥିବା ନେତା କିଛି ଭିନ୍ନ ଶୈଳୀରେ ଗୀତ ଗାଇ କଂଗ୍ରେସରେ କଲେ ଏଣ୍ଟ୍ରି

ଚଣ୍ଡିଗଡ,୨୮।୮: ହରିୟାଣା ନିର୍ବାଚନ ପାଖେଇ ଆସିଲାଣି। ଏହାରି ଭିତରେ ଦଳଡିଆଁ ମଧ୍ୟ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଭାଜପାରୁ ଇସ୍ତଫା ଦେବାର କିଛିଦିନ ପରେ ହରିୟାଣା ସରକାରଙ୍କର ବିଶେଷ ପ୍ରଚାର ପ୍ରକୋଷ୍ଠର ପୂର୍ବ ଅଧ୍ୟକ୍ଷ ଓ ଗାୟକ ଜୟ ଭଗବାନ ମିତଲ କଂଗ୍ରେସରେ ସାମିଲ୍‌ ହୋଇଛନ୍ତି। ଏହି ସମୟରେ ରାଜ୍ୟ ସଭା ଏମପି ରଣଦୀପ ସିଂହ ସୁରେଜଓ୍ବାଲା ତାଙ୍କୁ ପାର୍ଟିରେ ସଦସ୍ୟତା ଦେଇଛନ୍ତି।

ତେବେ ପାର୍ଟିରେ ସାମିଲ୍‌ ହେବା ସମୟରେ ସେ କିଛି ଭିନ୍ନ ଅନ୍ଦାଜରେ ଗୀତ ଗାଇ ପାର୍ଟିରେ ଏଣ୍ଟ୍ରି କରିଛନ୍ତି। ସେ ମଞ୍ଚରୁ ରାହୁଲ ଗାନ୍ଧୀଙ୍କୁ ସମ୍ବୋଧିତ କରି ଏକ ଗୀତ ଗାଇଛନ୍ତି। ଭାଜପାରେ ଥିବା ସମୟରେ ସେ ରାହୁଲଙ୍କୁ କରିଥିବା ଟିପ୍ପଣୀକୁ ନେଇ ମଧ୍ୟ କ୍ଷମା ମାଗିଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଲେଖାଯାଇଛି, ମୋତେ ମାଫ୍‌ କର ରାହୁଲ ଭାଇ…

ରକି ମିତଲ ଅଗଷ୍ଟରେ ୧ ଭାଜପା ଛାଡିଥିଲେ। ଏହି ସମୟରେ ସେ ଅଭିଯୋଗ ଆଣିଥିଲେ କି, ତାଙ୍କର ନିସ୍ବାର୍ଥ କାମ ପରେ ବି ପାର୍ଟି ତାଙ୍କୁ ଅଣଦେଖା କରୁଛି। ଗତ ୪ବର୍ଷ ବଧ୍ୟରେ ତାଙ୍କ ବିରୋଧରେ ମିଛ ମାମଲା ରୁଜୁ ହୋଇଛି। ୧୪ବର୍ଷ ଭିତରେ ଭାଜପା, ପ୍ରଧାନମନ୍ତ୍ରୀ ମୋଦି, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ୨୦୦ରୁ ଅଧିକ ଗୀତ ଲେଖିଛନ୍ତି। ଏହାପରେ ବି ତାଙ୍କୁ ଜେଲ୍‌ରେ ଭର୍ତ୍ତି କରାଯାଇଛି।
ମୁଁ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅନେକ ଗୀତ ଲେଖିଛି। କିନ୍ତୁ ସେ ଥରେ ହେଲେ ବି ମୋ ବିରୋଧରେ ଅଭିଯୋଗ ଆଣି ନାହାନ୍ତି। ୧୪ବର୍ଷ ଧରି ତାଙ୍କୁ ଖରାପ ବ୍ୟବହାର କରିଛି। ମୋତେ କ୍ଷମା କରିଦିଅ ରାହୁଲ ଭାଇ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ମାଗି ବାଇକରେ ବସିଲେ; ରାସ୍ତାରେ ମାଡ଼ ମାରି ଟଙ୍କା-ବ୍ରେସଲେଟ୍ ଲୁଟିନେଲେ ଦୁର୍ବୃତ୍ତ, ଥାନାରେ ଏତଲା

ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ…

କେନ୍ଦ୍ରାପଡ଼ାରେ ଗୁରୁ-ଶିଷ୍ୟା ସମ୍ପର୍କରେ କଳଙ୍କ: ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ନୃତ୍ୟ ଶିକ୍ଷକ ଗିରଫ

ଡେରାବିଶ, ୩୦।୯(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ଅଂଚଳର ଏକ ବିଦ୍ୟାଳୟର ନୃତ୍ୟ ଶିକ୍ଷକ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ…

ଫସଲ କ୍ଷୟକ୍ଷତି ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ଛତ୍ରପୁର,୩୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲାର ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷୟକ୍ଷତିର ସଠିକ୍‌ ଆକଳନ ସହ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି କରିଛି…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ପୋତି ହୋଇଗଲାଣି ଶିଳାନ୍ୟାସ ଫଳକ, ମହାଗୁଡ଼ା-ସରପଡ଼ା ସେତୁ କାମ ସରିବାର ନାଁ ଧରୁନି

ଭଞ୍ଜନଗର,୩୦ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଲୋହରାଖଣ୍ଡି ନଦୀ ଉପରେ ନିର୍ମାଣାଧୀନ ମହାଗୁଡ଼ା-ସରପଡ଼ା ସେତୁ କାମ ମନ୍ଥର ଗତିରେ ଚାଲିଛି। ନିର୍ଦ୍ଧାରିତ…

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

ନାଇଆଡିଆ ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲେ ଭିକାରୀ, କାରଣ ଜାଣିଲେ….

ପଟ୍ଟାମୁଣ୍ଡାଇ,୩୦।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ନାଇଆଡିଆ ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଡେଇଁ ଜଣେ ୫୨ ବର୍ଷୀୟ ବ୍ୟକ୍ତି । ନିଖୋଜ…

୨୦୨୯ରେ ରାହୁଲ ଗାନ୍ଧୀ ହେବେ କି ବିରୋଧୀଙ୍କ ଚେହେରା? ମମତାଙ୍କ ଜବାବକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୩୦।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀ INDIA ବ୍ଲକ୍‌ରେ ରାଜନୈତିକ ତତ୍ପରତା ବଢ଼ିଛି । ବୁଧବାର ନୂଆଦିଲ୍ଲୀରେ INDIA ବ୍ଲକ୍‌ର ନେତାମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?