ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା, ପିଚୁରେ ମୋରମ ପଡୁଥିବାରୁ ଅସନ୍ତୋଷ

କେନ୍ଦୁଝର,୨୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ରିଜର୍ଭ ପୋଲିସ ଓ ପରେଡ୍‌ ପଡିଆ (ଷ୍ଟାଡିୟମ) ରାସ୍ତାକୁ ପ୍ରଶାସନ ମରାମତି କରିଛି। ଧରିତ୍ରୀରେ ୨୫ ତାରିଖରେ ‘ରିଜର୍ଭ ପୋଲିସ ଓ ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ’ ଶୀର୍ଷକ ଖବର ପାଇବା ପରେ ରାସ୍ତା ମରାମତି କାମ ହୋଇଛି। ବର୍ଷା ଯୋଗୁ ବଡ଼ବଡ଼ ଖାଲ ସୃଷ୍ଟି ହୋଇ ଯାତାୟାତରେ ବ୍ୟାହତ ସୃଷ୍ଟି କରୁଥିବା ବେଳେ ବର୍ଷା ପାଣି ଜମି ବିପଦ ପୂର୍ଣ୍ଣ ଅବସ୍ଥାରେ ରହିଥିଲା। ଅନେକ ଏହି ଖାଲଖମାରେ ପଡ଼ି ଆହତ ହୋଇଥିବା ବେଳେ ଗାଡ଼ି ଭାଙ୍ଗୁଥିବାରୁ ଅସନ୍ତୋଷ ଦେଖା ଦେଇଥିଲେ ହେଁ କାହାରି ନଜର ପଡୁ ନ ଥିଲା। ପୋଲିସ କର୍ମଚାରୀମାନେ ଯିବା ଆସିବାରେ ବହୁ ଅସୁବିଧା ଭୋଗୁଥିଲେ। ଏପରିକି ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ମଧ୍ୟ ଅତିଥି ତଥା ସାଧାରଣ ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି କରିଥିଲା। ଖବର ପ୍ରକାଶ ପାଇବା ପରେ ମରାମତି କାମ ଆରମ୍ଭ ହୋଇଥିଲେ ହେଁ ପିଚୁ ରାସ୍ତାରେ ମୋରମ ମାଟି ପକାଇ ରାସ୍ତା ମରାମତି କରାଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ବର୍ଷରେ କାଦୁଅ ହୋଇ ଅଧିକ ବିପଦ ପୂର୍ଣ୍ଣ ହୋଇ ପଡିବା ସହ ପୁଣି ଖାଲଖମା ହୋଇପଡ଼ିଛି। ଅନ୍ୟପକ୍ଷରେ ପିଚୁ ରାସ୍ତାରେ ପିଚୁ ଚିପ୍‌ସ ଓ ମେଟାଲ ବଦଳରେ ମୋରମ ପକାଇ କିଭଳି ମରାମତି କରାଯାଉଛି ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

ହାଟଡିହୀରେ ବିରୋଧୀଙ୍କୁ ଶକ୍ତ ଝଟକା: ଭାଜପାରେ ମିଶିଲେ…

ହାଟଡିହୀ,୧୩।୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ମରୈଗାଁ ପଞ୍ଚାୟତ ବେତିରା ଗ୍ରାମର ୬୦ରୁ ଉର୍ଦ୍ଧ ଅନ୍ୟ ଦଳର କର୍ମୀ ଦଳ ଛାଡି…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?