ଭୁଲିଗଲେ ବର୍ଷା ଜଳ ସଂରକ୍ଷଣ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ନିଅଣ୍ଟିଆ ବର୍ଷା ଯୋଗୁ ରାଜ୍ୟରେ ଅନେକ ନଦୀ, ନାଳ ଓ ପୋଖରୀ ଉଭେଇ ଗଲେଣି। ସେଥିରୁ ଅଧିକାଂଶ ବର୍ଷା ଦିନେ ମଧ୍ୟ ଶୁଖିଲା ରହୁଛି। ଜଳାଶୟ ଶୁଖିଲା ପଡ଼ିବା ଯୋଗୁ ଏହାର ଗୁରୁତର ପ୍ରଭାବ ଭୂଗର୍ଭ ଜଳସ୍ତର ଉପରେ ପଡ଼ୁଛି। ଗତ କିଛିବର୍ଷ ହେବ ଭୂଗର୍ଭ ଜଳସ୍ତର ହ୍ରାସ ପାଇଲାଣି। ଆସନ୍ତା ୨୦୫୦ ବେଳକୁ ରାଜ୍ୟରେ ଭୟଙ୍କର ଜଳ ସଙ୍କଟ ସୃଷ୍ଟି ହେବ ବୋଲି ପରିବେଶବିତ୍‌ ଆଶଙ୍କା କଲେଣି। ବୋହି ଯାଉଥିବା ବର୍ଷା ଜଳକୁ କିପରି ସଂରକ୍ଷଣ କରାଯାଇପାରିବ ସେ ନେଇ ଓ ଜଳ ସମ୍ପଦ ବିଭାଗ ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷରେ ସହରାଞ୍ଚଳରେ ‘ଛାତ ଉପର ବର୍ଷା ଜଳ ସଂରକ୍ଷଣ’(ରୁଫ୍‌ ଟପ୍‌ ରେନ୍‌ ଓ୍ବାଟର୍‌ ହାର୍ଭେଷ୍ଟିଂ) ଯୋଜନା ଆରମ୍ଭ ହୋଇଥିଲା। ତେବେ ଏହି ଯୋଜନାକୁ ଏବେ ସରକାର ଭୁଲିଯିବା ପରି ମନେହେଉଛି। ଚଳିତ ଆର୍ଥିକବର୍ଷରେ ଏହି ଯୋଜନା ପାଇଁ କାୈଣସି ବ୍ୟୟବରାଦ କରାଯାଇ ନାହିଁ। ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଅର୍ଥ ବିଭାଗ ଏହାକୁ ଅନୁମୋଦନ କରି ନ ଥିବାରୁ ଚଳିତବର୍ଷ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରି ନାହିଁ।
ରାଜ୍ୟରେ ଥିବା ସହରାଞ୍ଚଳଗୁଡିକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳରୁ ୪୦ ପ୍ରତିଶତ ଭୂତଳ ଜଳରୁ ଯୋଗାଇ ଦିଆଯାଉଛି। ଏହାଛଡା ସହରାଞ୍ଚଳରେ ଅନେକ ଲୋକ ନିଜସ୍ବ ବୋରୱେଲ ଜରିଆରେ ପାଣି ଉଠାଉଛନ୍ତି। ଭୁବନେଶ୍ୱର, କଟକ ଭଳି ବଡ ବଡ ସହରରେ ଭୂଗର୍ଭ ଜଳ ଉପରେ ପ୍ରବଳ ଚାପ ପଡୁଛି। ଫଳରେ ଜଳସ୍ତର ତଳକୁ ଖସି ଚାଲିଛି। କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି।
ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟର ୩୧୪ ବ୍ଲକରୁ ୫ଟି ବ୍ଲକରେ ଭୂତଳ ଜଳ ସମସ୍ୟା ସୃଷ୍ଟି ହେବା ଆରମ୍ଭ ହେଲାଣି। ସେହି ବ୍ଲକଗୁଡିକ ହେଲା ବାଲେଶ୍ୱର ଜିଲାର ବାହାନଗା ଓ ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡାର ଗରଦପୁର ଏବଂ ଖୋର୍ଦ୍ଧାର ବୋଲଗଡ ବ୍ଲକ। ଏହି ସବୁ ବ୍ଲକରେ ୭୦ରୁ ୯୦ ଭାଗ ଭୂତଳ ଜଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ୪୪ଟି ବ୍ଲକରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ସତର୍କ କରାଯାଇଛି। ଏହାଛଡା ୨୭ଟି ସହରାଞ୍ଚଳରେ ଭୂତଳ ଜଳର ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡିକ ହେଲା ଅନୁଗୋଳ, ତାଳଚେର, ବରଗଡ, ପଦମପୁର, ବରପାଲି, ଟିଟିଲାଗଡ, କଟକ, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡା, ଖୋର୍ଦ୍ଧା, ଭୁବନେଶ୍ୱର, ବାରିପଦା, ନବରଙ୍ଗପୁର, ନୟାଗଡ, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ। ଉକ୍ତ ବ୍ଲକ ଓ ସହରାଞ୍ଚଳରେ ଭୂତଳ ଜଳକୁ ପୁଣି ଭରିବା ପାଇଁ ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ଛାତ ଉପରେ ବର୍ଷାଜଳ ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ କରାଯାଉଥିଲା। ଏଥିରେ ୧,୮୮୫ ସରକାରୀ କୋଠା ଏବଂ ପ୍ରାୟ ୨୫ ହଜାର ୫୦୦ ବେସରକାରୀ ଛାତ ଉପରେ ବର୍ଷା ଜଳ ଅମଳ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିସହିତ ୩,୩୦୦ ଅକାମୀ ହୋଇଯାଇଥିବା ନଳକୂପ ଦ୍ୱାରା ଭୂତଳ ଜଳ ସଂରକ୍ଷଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ଯୋଜନା ପାଇଁ ବ୍ୟୟବରାଦ ନ ହେବା ଦ୍ୱାରା ଭୂତଳ ଜଳ ସଂରକ୍ଷଣ ଦିଶାହୀନ ହୋଇଯାଇଛି।
ଭବିଷ୍ୟତରେ ଜଳ ସଙ୍କଟକୁ ଏଡାଇବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଛାତ ଉପର ବର୍ଷା ଜଳ ସଂରକ୍ଷଣ ଯୋଜନା ଆରମ୍ଭ କରାଯାଇଥିଲା। ଭୁବନେଶ୍ୱର, ବ୍ରହ୍ମପୁର, ଟିଟିଲାଗଡ, ବଲାଙ୍ଗୀର ଏବଂ ଝାରସୁଗୁଡା ସହରରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିଲା। ଏହି ଯୋଜନା
ପ୍ରତି ଲୋକମାନଙ୍କର ଆଗ୍ରହ ବଢିବାରୁ ଏହାକୁ ୧୧ଟି ସହରାଞ୍ଚଳକୁ ସମ୍ପ୍ରସାରଣ କରାଯାଇଥିଲା। ଏହି ଯୋଜନା ଭୂତଳ ଜଳ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିଲା। ୨୦୧୫ରୁ ୨୦୧୯ ମଧ୍ୟରେ ୯୪୩୮ଟି ବେସରକାରୀ କୋଠା ଓ ୩୫୮ଟି ସରକାରୀ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟକାରୀ ହୋଇଥିଲା। ସେହିପରି ୨୦୧୯-୨୦ରେ ୨୫ଟି ସହରରେ ୬୫ ସରକାରୀ ଏବଂ ୫୫୦୦ ବେସରକାରୀ ଘର ଛାତ ଉପରେ ଏହି ଜଳ ଅମଳ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ପ୍ରତ୍ୟେକ ବର୍ଷ ଏଥିପାଇଁ ୫୦ରୁ ୧୦୦ କୋଟି ଟଙ୍କାର ବଜେଟ ହେଉଥିଲା। ଏହାର ଲୋକପ୍ରିୟତାକୁ ଦେଖି ଜଳସମ୍ପଦ ବିଭାଗ ଏହି ସ୍କିମକୁ ରାଜ୍ୟର ୨୭ଟି ସହର ଏବଂ ୪୯ଟି ବ୍ଲକକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୧୯ ଫେବୃୟାରୀରେ ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ୨.୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହି ଯୋଜନାକୁ ଅର୍ଥ ବିଭାଗର ଇଏଫସି (ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି) ବୈଠକରେ ଅନୁମୋଦନ କରାଗଲା ନାହିଁ। ଫଳରେ ଏହି ଯୋଜନା ଏବେ ବାଟବଣା ହୋଇଯାଇଛି। ଏହି ଯୋଜନା ବନ୍ଦ ହେବା ଦ୍ୱାରା ୧୦୦ରୁ ଊର୍ଦ୍ଧ୍ୱ ଡିପ୍ଲୋମା ଇଞ୍ଜିନିୟର ମଧ୍ୟ କାମ ହରାଇଛନ୍ତି।
ଜଳ ସଂରକ୍ଷଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ କେଉଁଥିପାଇଁ ବନ୍ଦ କରିଦିଆଗଲା ତାହା ଅସ୍ପଷ୍ଟ ରହିଛି। ଭୂତଳ ଜଳ ନିର୍ଦ୍ଦେଶାଳୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ପଟ୍ଟନାୟକ କହିଛନ୍ତି ଯେ, ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା, ମାତ୍ର ତାହାକୁ ଇଆଇସି ପକ୍ଷରୁ ଅନୁମୋଦନ କରାଯାଇ ନାହିଁ। ଆମେ ପ୍ରସ୍ତାବ ଦେଇଛୁ। କେବେ ହେବ ସେ କଥା ଆମେ କହିପାରିବୁ ନାହିଁ। ରାଜ୍ୟରେ ଜଳର ଚାହିଦା ବଢି ଚାଲୁଥିବା ବେଳେ ସଂରକ୍ଷଣ ପ୍ରତି ଧ୍ୟାନ ନ ଦେବା ନେଇ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?