ଭୁଲିଗଲେ ବର୍ଷା ଜଳ ସଂରକ୍ଷଣ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ନିଅଣ୍ଟିଆ ବର୍ଷା ଯୋଗୁ ରାଜ୍ୟରେ ଅନେକ ନଦୀ, ନାଳ ଓ ପୋଖରୀ ଉଭେଇ ଗଲେଣି। ସେଥିରୁ ଅଧିକାଂଶ ବର୍ଷା ଦିନେ ମଧ୍ୟ ଶୁଖିଲା ରହୁଛି। ଜଳାଶୟ ଶୁଖିଲା ପଡ଼ିବା ଯୋଗୁ ଏହାର ଗୁରୁତର ପ୍ରଭାବ ଭୂଗର୍ଭ ଜଳସ୍ତର ଉପରେ ପଡ଼ୁଛି। ଗତ କିଛିବର୍ଷ ହେବ ଭୂଗର୍ଭ ଜଳସ୍ତର ହ୍ରାସ ପାଇଲାଣି। ଆସନ୍ତା ୨୦୫୦ ବେଳକୁ ରାଜ୍ୟରେ ଭୟଙ୍କର ଜଳ ସଙ୍କଟ ସୃଷ୍ଟି ହେବ ବୋଲି ପରିବେଶବିତ୍‌ ଆଶଙ୍କା କଲେଣି। ବୋହି ଯାଉଥିବା ବର୍ଷା ଜଳକୁ କିପରି ସଂରକ୍ଷଣ କରାଯାଇପାରିବ ସେ ନେଇ ଓ ଜଳ ସମ୍ପଦ ବିଭାଗ ପକ୍ଷରୁ ୨୦୧୪-୧୫ ଆର୍ଥିକ ବର୍ଷରେ ସହରାଞ୍ଚଳରେ ‘ଛାତ ଉପର ବର୍ଷା ଜଳ ସଂରକ୍ଷଣ’(ରୁଫ୍‌ ଟପ୍‌ ରେନ୍‌ ଓ୍ବାଟର୍‌ ହାର୍ଭେଷ୍ଟିଂ) ଯୋଜନା ଆରମ୍ଭ ହୋଇଥିଲା। ତେବେ ଏହି ଯୋଜନାକୁ ଏବେ ସରକାର ଭୁଲିଯିବା ପରି ମନେହେଉଛି। ଚଳିତ ଆର୍ଥିକବର୍ଷରେ ଏହି ଯୋଜନା ପାଇଁ କାୈଣସି ବ୍ୟୟବରାଦ କରାଯାଇ ନାହିଁ। ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଅର୍ଥ ବିଭାଗ ଏହାକୁ ଅନୁମୋଦନ କରି ନ ଥିବାରୁ ଚଳିତବର୍ଷ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରି ନାହିଁ।
ରାଜ୍ୟରେ ଥିବା ସହରାଞ୍ଚଳଗୁଡିକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳରୁ ୪୦ ପ୍ରତିଶତ ଭୂତଳ ଜଳରୁ ଯୋଗାଇ ଦିଆଯାଉଛି। ଏହାଛଡା ସହରାଞ୍ଚଳରେ ଅନେକ ଲୋକ ନିଜସ୍ବ ବୋରୱେଲ ଜରିଆରେ ପାଣି ଉଠାଉଛନ୍ତି। ଭୁବନେଶ୍ୱର, କଟକ ଭଳି ବଡ ବଡ ସହରରେ ଭୂଗର୍ଭ ଜଳ ଉପରେ ପ୍ରବଳ ଚାପ ପଡୁଛି। ଫଳରେ ଜଳସ୍ତର ତଳକୁ ଖସି ଚାଲିଛି। କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି।
ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟର ୩୧୪ ବ୍ଲକରୁ ୫ଟି ବ୍ଲକରେ ଭୂତଳ ଜଳ ସମସ୍ୟା ସୃଷ୍ଟି ହେବା ଆରମ୍ଭ ହେଲାଣି। ସେହି ବ୍ଲକଗୁଡିକ ହେଲା ବାଲେଶ୍ୱର ଜିଲାର ବାହାନଗା ଓ ବାଲିଆପାଳ, ଯାଜପୁରର କୋରେଇ, କେନ୍ଦ୍ରାପଡାର ଗରଦପୁର ଏବଂ ଖୋର୍ଦ୍ଧାର ବୋଲଗଡ ବ୍ଲକ। ଏହି ସବୁ ବ୍ଲକରେ ୭୦ରୁ ୯୦ ଭାଗ ଭୂତଳ ଜଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ, ୪୪ଟି ବ୍ଲକରେ ମଧ୍ୟ ଜଳ ସମସ୍ୟା ଉତ୍କଟ ହେବାକୁ ଯାଉଥିବା ନେଇ ସତର୍କ କରାଯାଇଛି। ଏହାଛଡା ୨୭ଟି ସହରାଞ୍ଚଳରେ ଭୂତଳ ଜଳର ଅବସ୍ଥା ସଙ୍ଗିନ ହେଲାଣି। ସେହି ସହରଗୁଡିକ ହେଲା ଅନୁଗୋଳ, ତାଳଚେର, ବରଗଡ, ପଦମପୁର, ବରପାଲି, ଟିଟିଲାଗଡ, କଟକ, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡା, ଖୋର୍ଦ୍ଧା, ଭୁବନେଶ୍ୱର, ବାରିପଦା, ନବରଙ୍ଗପୁର, ନୟାଗଡ, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ। ଉକ୍ତ ବ୍ଲକ ଓ ସହରାଞ୍ଚଳରେ ଭୂତଳ ଜଳକୁ ପୁଣି ଭରିବା ପାଇଁ ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ଛାତ ଉପରେ ବର୍ଷାଜଳ ସଂରକ୍ଷଣ ଯୋଜନା କାର୍ଯ୍ୟକାରୀ କରାଯାଉଥିଲା। ଏଥିରେ ୧,୮୮୫ ସରକାରୀ କୋଠା ଏବଂ ପ୍ରାୟ ୨୫ ହଜାର ୫୦୦ ବେସରକାରୀ ଛାତ ଉପରେ ବର୍ଷା ଜଳ ଅମଳ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିସହିତ ୩,୩୦୦ ଅକାମୀ ହୋଇଯାଇଥିବା ନଳକୂପ ଦ୍ୱାରା ଭୂତଳ ଜଳ ସଂରକ୍ଷଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ଯୋଜନା ପାଇଁ ବ୍ୟୟବରାଦ ନ ହେବା ଦ୍ୱାରା ଭୂତଳ ଜଳ ସଂରକ୍ଷଣ ଦିଶାହୀନ ହୋଇଯାଇଛି।
ଭବିଷ୍ୟତରେ ଜଳ ସଙ୍କଟକୁ ଏଡାଇବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଛାତ ଉପର ବର୍ଷା ଜଳ ସଂରକ୍ଷଣ ଯୋଜନା ଆରମ୍ଭ କରାଯାଇଥିଲା। ଭୁବନେଶ୍ୱର, ବ୍ରହ୍ମପୁର, ଟିଟିଲାଗଡ, ବଲାଙ୍ଗୀର ଏବଂ ଝାରସୁଗୁଡା ସହରରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିଲା। ଏହି ଯୋଜନା
ପ୍ରତି ଲୋକମାନଙ୍କର ଆଗ୍ରହ ବଢିବାରୁ ଏହାକୁ ୧୧ଟି ସହରାଞ୍ଚଳକୁ ସମ୍ପ୍ରସାରଣ କରାଯାଇଥିଲା। ଏହି ଯୋଜନା ଭୂତଳ ଜଳ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିଲା। ୨୦୧୫ରୁ ୨୦୧୯ ମଧ୍ୟରେ ୯୪୩୮ଟି ବେସରକାରୀ କୋଠା ଓ ୩୫୮ଟି ସରକାରୀ ଛାତ ଉପରେ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟକାରୀ ହୋଇଥିଲା। ସେହିପରି ୨୦୧୯-୨୦ରେ ୨୫ଟି ସହରରେ ୬୫ ସରକାରୀ ଏବଂ ୫୫୦୦ ବେସରକାରୀ ଘର ଛାତ ଉପରେ ଏହି ଜଳ ଅମଳ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ପ୍ରତ୍ୟେକ ବର୍ଷ ଏଥିପାଇଁ ୫୦ରୁ ୧୦୦ କୋଟି ଟଙ୍କାର ବଜେଟ ହେଉଥିଲା। ଏହାର ଲୋକପ୍ରିୟତାକୁ ଦେଖି ଜଳସମ୍ପଦ ବିଭାଗ ଏହି ସ୍କିମକୁ ରାଜ୍ୟର ୨୭ଟି ସହର ଏବଂ ୪୯ଟି ବ୍ଲକକୁ ସମ୍ପ୍ରସାରଣ କରିବାକୁ ନିଷ୍ପତ୍ତି ନେଇଥିଲା। ୨୦୧୯ ଫେବୃୟାରୀରେ ଭୂତଳ ଜଳ ନିର୍ଦ୍ଦେଶାଳୟ ପକ୍ଷରୁ ଏଥିପାଇଁ ୨.୫ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହି ଯୋଜନାକୁ ଅର୍ଥ ବିଭାଗର ଇଏଫସି (ଏକ୍ସପେଣ୍ଡିଚର ଫାଇନାନ୍ସ କମିଟି) ବୈଠକରେ ଅନୁମୋଦନ କରାଗଲା ନାହିଁ। ଫଳରେ ଏହି ଯୋଜନା ଏବେ ବାଟବଣା ହୋଇଯାଇଛି। ଏହି ଯୋଜନା ବନ୍ଦ ହେବା ଦ୍ୱାରା ୧୦୦ରୁ ଊର୍ଦ୍ଧ୍ୱ ଡିପ୍ଲୋମା ଇଞ୍ଜିନିୟର ମଧ୍ୟ କାମ ହରାଇଛନ୍ତି।
ଜଳ ସଂରକ୍ଷଣ ଭଳି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ କେଉଁଥିପାଇଁ ବନ୍ଦ କରିଦିଆଗଲା ତାହା ଅସ୍ପଷ୍ଟ ରହିଛି। ଭୂତଳ ଜଳ ନିର୍ଦ୍ଦେଶାଳୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ପଟ୍ଟନାୟକ କହିଛନ୍ତି ଯେ, ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା, ମାତ୍ର ତାହାକୁ ଇଆଇସି ପକ୍ଷରୁ ଅନୁମୋଦନ କରାଯାଇ ନାହିଁ। ଆମେ ପ୍ରସ୍ତାବ ଦେଇଛୁ। କେବେ ହେବ ସେ କଥା ଆମେ କହିପାରିବୁ ନାହିଁ। ରାଜ୍ୟରେ ଜଳର ଚାହିଦା ବଢି ଚାଲୁଥିବା ବେଳେ ସଂରକ୍ଷଣ ପ୍ରତି ଧ୍ୟାନ ନ ଦେବା ନେଇ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri