ଚର୍ଚ୍ଚାରେ ବନ କର୍ମଚାରୀଙ୍କ ଆନ୍ଦୋଳନ: ଅଧେ ଛୁଟିରେ, ଅଧେ କାର୍ଯ୍ୟରତ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ପ୍ରାୟ ୬୨ କର୍ମଚାରୀ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୋମବାର ସେମାନେ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ କରିଥିବାବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଅଛନ୍ତି। ଡିଏଫ୍‌ଓ ସେମାନଙ୍କୁ ଶାରୀରିକ, ମାନସିକ ଏବଂ ଆର୍ଥିକ ଚାପ ଦେଉଥିବା ଅଭିଯୋଗ କରି ସେମାନେ ଏଭଳି ଆନ୍ଦୋଳନକୁ ଓହ୍ଲାଇବା ସହିତ ଡିଏଫ୍‌ଓଙ୍କ ବଦଳି ଦାବି କରିଛନ୍ତି। ଅନ୍ୟପଟେ ଡିଏଫ୍‌ଓ ସରୋଜ ପଣ୍ଡା ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ କାର୍ଯ୍ୟରେ ଯୋଗଦେବା ପାଇଁ ସମ୍ପୃକ୍ତ ବନ କର୍ମଚାରୀମାନଙ୍କୁ କହିଛନ୍ତି। ଅପରପକ୍ଷେ ଏହି ଆନ୍ଦୋଳନରେ ବନଖଣ୍ଡରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ସାମିଲ ହୋଇନାହାନ୍ତି। ଅନ୍ୟ କେତେକ କର୍ମଚାରୀ ଏବେ ମଧ୍ୟ ଅନ୍ୟଦିନ ଭଳି କାର୍ଯ୍ୟରେ ଯୋଗଦେଇ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ଏହି ଦୃଷ୍ଟିରୁ ଅଧେ କର୍ମଚାରୀ ଆନ୍ଦୋଳନରେ ଥିବାବେଳେ ଆଉ ଅଧେ କାର୍ଯ୍ୟରତ ରହିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ୬୨ କର୍ମଚାରୀ ଆନ୍ଦୋଳନରେ ଥିବାଯୋଗୁ ବନ ବିଭାଗ କାର୍ଯ୍ୟ ପ୍ରଭାବିତ ହୋଇଛି।
ସୂଚନା ଅନୁଯାୟୀ, ବରଗଡ଼ ବନଖଣ୍ଡ ଅଧୀନରେ ୬ ଫରେଷ୍ଟ ରେଞ୍ଜ (ବନାଞ୍ଚଳ) ରହିଛି। ସେଗୁଡ଼ିକ ହେଲା: ବରଗଡ଼, ଭଟଲି, ଘେଁସ୍‌, ପଦ୍ମପୁର, ପାଇକମାଳ ଓ ନୃସିଂହନାଥ ବନାଞ୍ଚଳ। ଏହି ବନାଞ୍ଚଳଗୁଡ଼ିକ ଅଧୀନରେ ବନପାଳ (ଫରେଷ୍ଟର), ବନରକ୍ଷୀ (ଫରେଷ୍ଟ ଗାର୍ଡ଼)ଗୁଡ଼ିକ କାର୍ଯ୍ୟ କରୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୬୨ କର୍ମଚାରୀ ଡିଏଫ୍‌ଓଙ୍କ ବିରୋଧରେ ଗତ ପ୍ରାୟ ୩ମାସ ତଳୁ ନାନାଦି ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଗତ ଫେବୃୟାରୀ ୭ ତାରିଖ ସମ୍ବଲପୁର ଆର୍‌ସିସିଏଫ୍‌ ତଦନ୍ତ କରିଥିଲେ। ଡିଏଫ୍‌ଓ ପଣ୍ଡାଙ୍କ ବିରୋଧରେ ସମ୍ପୃକ୍ତ ବନ କର୍ମଚାରୀମାନେ ଆରସିସିଏଫ୍‌ଙ୍କ ସମ୍ମୁଖରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ଆକ୍ରୋଶମୂଳକ ଭାବେ ବଦଳି, ମାନସିକ ଓ ଶାରୀରିକ ଚାପ ଏବଂ ଗାଳିଗୁଳଜ କରିଥିବା ଅଭିଯୋଗ କରି ଡିଏଫ୍‌ଓଙ୍କ ବିରୋଧରେ କର୍ମଚାରୀମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ବେଳେ ସେମାନଙ୍କ ବିରୋଧରେ ଡିଏଫ୍‌ଓଙ୍କ ଆଚରଣରେ ମଧ୍ୟ କୌଣସି ପରିବର୍ତ୍ତନ ଘଟି ନଥିବା ସମ୍ପୃକ୍ତ କର୍ମଚାରୀମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଡିଏଫ୍‌ଓ ପଣ୍ଡା କହିଛନ୍ତି, ସମସ୍ତ ବନ କର୍ମଚାରୀଙ୍କ ସହଯୋଗରେ ବରଗଡ଼ ବନଖଣ୍ଡ ବିଭାଗ ଆଗକୁ ଯାଉଛି। ଚାରାରୋପଣ, ଚାରା ପ୍ରଦାନ ଭଳି ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହୋଇଛି। ତାଙ୍କ ବିରୋଧରେ ବନ କର୍ମଚାରୀମାନେ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଯଦିଓ ସେ କାହାକୁ ଭଲ କାମ କରିବାକୁ ତାଗିଦ କରିଛନ୍ତି ଏବଂ ତାକୁ ସେ ଚାପ ବୋଲି ଅନୁଭବ କରିଛନ୍ତି, ତାହା ଦୁଃଖର ବିଷୟ ବୋଲି ଡିଏଫ୍‌ଓ ପଣ୍ଡା କହିଛନ୍ତି। ତେବେ ବର୍ତ୍ତମାନ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ କ୍ଷୟ ହେଉଥିବାବେଳେ ଏଭଳି ସ୍ଥିତିରେ ବନ କର୍ମଚାରୀଙ୍କ ଆନ୍ଦୋଳନ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ସେହିପରି ବିଗତ ବର୍ଷଗୁଡ଼ିକରେ ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ୍‌ କାଠ ଚୋରିଠାରୁ ଚାରା ଦୁର୍ନୀତି ପର୍ଯ୍ୟନ୍ତ ଅଭିଯୋଗ ନେଇ ବରଗଡ଼ ବନଖଣ୍ଡ ଚର୍ଚ୍ଚାରେ ଥିବାବେଳେ ଏବେ ବନ କର୍ମଚାରୀଙ୍କ ଏଭଳି ଆନ୍ଦୋଳନ ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

ଭାରତ ମହାସାଗରରେ ବଡ଼ ବିସ୍ଫୋରଣ ଘଟାଇବ ଇରାନ; ଟ୍ରମ୍ପଙ୍କୁ ଦେଲା ଖୋଲା ଚେତାବନୀ!

ତେହରାନ,୨୧।୯: ଅନେକ ମାସ ବିତିଯାଇଥିଲେ ମଧ୍ୟ ଆମେରିକା ଏବଂ ଇରାନ ମଧ୍ୟରେ ଥିବା ବିବାଦ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଏହି ପରିପ୍ରେକ୍ଷୀରେ, ଇରାନ ଏକ ଚେତାବନୀ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?