୨୦୩୦ ସୁଦ୍ଧା ବନ୍ଦ ହେବ ଜଙ୍ଗଲ ନଷ୍ଟ

ଗ୍ଲାସ୍‌ଗୋ, ୩ା୧୧: ଜଳବାୟୁରେ ନକାରାତ୍ମକ ପରିବର୍ତ୍ତନର ପ୍ରମୁଖ କାରଣ ପାଲଟିଥିବା ବନାଞ୍ଚଳ ନଷ୍ଟ ଓ ମୃତ୍ତିକା କ୍ଷୟ ୨୦୩୦ ସୁଦ୍ଧା ବନ୍ଦ କରିବାକୁ ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ପ୍ରତିଶ୍ରୁତି ଦେଇଛନ୍ତି ବିଶ୍ୱର ପ୍ରାୟ ଶହେ ନେତା। ଜଙ୍ଗଲ ସୁରକ୍ଷା ତଥା ଏହାର ପୁନରୁଦ୍ଧାର ପାଇଁ ସରକାରୀ ଓ ବେସରକାରୀ ପାଣ୍ଠିରୁ ୧୯ ବିଲିୟନ ଡଲାର ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। କୋପ୍‌୨୬ ବୈଠକରେ ସୋମବାର ରାତିରେ ହୋଇଥିବା ଆଲୋଚନାରେ ଏ ବାବଦରେ ଏକ ମିଳିତ ବିବୃତି ଜାରି କରାଯାଇଛି। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଓ୍ବାଲର୍‌ଡ ଲିଡରଙ୍କ ତରଫରୁ ଏହି ବିବୃତିକୁ ସାର୍ବଜନୀନ କରିଛନ୍ତି। ବିଶ୍ୱର ୮୫ ପ୍ରତିଶତ ଜଙ୍ଗଲ ଥିବା ବ୍ରାଜିଲ, ଇଣ୍ଟୋନେସିଆ, ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋ ଆଦି ଦେଶ ଏହି ବିବୃତିରେ ନିଜ ସମର୍ଥନ ଜଣାଇଛନ୍ତି।
ଜଙ୍ଗଲ, ଜମି ବ୍ୟବହାର ଉପରେ ଗ୍ଲାସ୍‌ଗୋ ନେତାଙ୍କ ଏହି ଘୋଷଣାନାମା ମୋଟ ୧୩ ନିୟୁତ ବର୍ଗ ମାଇଲରୁ ଅଧିକ ବନାଞ୍ଚଳକୁ ଆବୃତ୍ତ କରିବ। ପ୍ରକୃତି ଉପରେ ବିଜୟ ମାନବିକତାକୁ ଶେଷ କରି ଆମକୁ ପ୍ରକୃତିର ରକ୍ଷକ ହେବାକୁ ପଡ଼ିବ ବୋଲି ବୋରିସ୍‌ କହିଛନ୍ତି। ଆମେରିକାର ନୂଆ ଯୋଜନା ପ୍ରାକୃତିକ ଜଙ୍ଗଲ କ୍ଷୟ ରୋକିବା ପାଇଁ ମିଳିତ ଲକ୍ଷ୍ୟ ପୂରଣ ଏବଂ ଅନୂ୍ୟନ ୨୦୦ ନିୟୁତ ହେକ୍ଟର ଜଙ୍ଗଲ ଓ ଅନ୍ୟ ଇକୋସିଷ୍ଟମର ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ସରକାରୀ ଓ ବେସରକାରୀ ଭାବେ ଏକାଧିକ ଅତିରିକ୍ତ ଅଭିଯାନ ଲଞ୍ଚ୍‌ କରାଯାଇଛି। ଏଥିରେ ଜଙ୍ଗଲ ଓ ସ୍ଥାୟୀ କୃଷି ଭୂମିର ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କୁ ଜଗୁଆଳି ରଖାଯିବାକୁ ସ୍ଥିର ହୋଇଛି। ସେହିପରି ଅଙ୍ଗାରକାମ୍ଳ ପରେ ଗ୍ରୀନହାଉସ୍‌ ଗ୍ୟାସ୍‌ର ଅନ୍ୟତମ ପ୍ରମୁଖ ଉପାଦାନ ମିଥେନ୍‌ ଗ୍ୟାସ୍‌ ନିର୍ଗମନକୁ ୨୦୨୦ ତୁଳନାରେ ୨୦୩୦ ସୁଦ୍ଧା ୩୦ ପ୍ରତିଶତ ହ୍ରାସ କରିବାକୁ ଗ୍ଲାସ୍‌ଗୋ ସମ୍ମିଳନୀରେ ବିଶ୍ୱନେତାମାନେ ହାତ ମିଳାଇଛନ୍ତି।
ଅଣଲାଭକାରୀ ସଂସ୍ଥା ଓ୍ବାଲ୍ଡ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ (ଡବ୍ଲ୍ୟୁଆର୍‌ଆଇ)ଅନୁସାରେ, ବିଶ୍ୱ ଅଙ୍ଗାରକାମ୍ଳର ପ୍ରାୟ ୩୦ ପ୍ରତିଶତକୁ ଜଙ୍ଗଲ ଅବଶୋଷଣ କରିଥାଏ। କିନ୍ତୁ ଏବେ ଏହି ପ୍ରକ୍ରିୟା ଧିମେଇଥିବାରୁ ବିଶ୍ୱତାପନ ବୃଦ୍ଧି ପାଇଛି। କେବଳ ୨୦୨୦ରେ ବିଶ୍ୱରେ ୨ ଲକ୍ଷ ୫୮ ହଜାର ବର୍ଗ କିଲୋମିଟର ଜଙ୍ଗଲ ନଷ୍ଟ ହୋଇଛି, ଯାହାର ଆକାର ବ୍ରିଟେନ୍‌ଠାରୁ ମଧ୍ୟ ବଡ଼। ପୂର୍ବରୁ ମଧ୍ୟ ବିଶ୍ୱ ନେତାମାନେ ପରିବେଶ, ଜଙ୍ଗଲ ସୁରକ୍ଷା ଦିଗରେ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ତାହା କାର୍ଯ୍ୟକାରୀ ହୋଇନାହିଁ। ଏବେ ଜଳବାୟୁ ସମ୍ମିଳନୀରେ ବିଶ୍ୱନେତାଙ୍କ ନୂଆ ପ୍ରତିଶ୍ରୁତି କିପରି କାର୍ଯ୍ୟକ୍ଷମ ହୋଇପାରିବ ତାହା ସ୍ପଷ୍ଟ କରାଯାଇନାହିଁ ବୋଲି ଡବ୍ଲ୍ୟୁଆର୍‌ଆଇ ପକ୍ଷରୁ କୁହାଯାଇଛି।

‘ଏବେ ଆକ୍ସନର ବେଳ’

ଭବିଷ୍ୟତ ପିଢ଼ି ପାଇଁ ପୃଥିବୀକୁ ରକ୍ଷା କରିବାକୁ ହେଲେ ଏବେ ହିଁ ଆକ୍ସନ ବା ସକ୍ରିୟ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ। ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ୟ ବିଶ୍ୱ ନେତାମାନଙ୍କ ଉପସ୍ଥିତିରେ ୯୫ ବର୍ଷୀୟ ମହାରାଣୀଙ୍କ ଏକ ଭିଡିଓ ବାର୍ତ୍ତାକୁ ବିଶେଷ ସ୍ବାଗତ ସମାରୋହରେ ଚଲାଯାଇଥିଲା। ଏହି ସମ୍ମିଳନୀରେ ସେ ବ୍ୟକ୍ତିଗତ ଭାବେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏଥିରୁ ବିରତ ରହିଥିଲେ। ଆଲୋଚନା ପ୍ରତିଶ୍ରୁତିର ସମୟ ଯାଇଛି। ଏବେ କେବଳ କାର୍ଯ୍ୟ କରିବାର ବେଳ। ଅନେକ ସମୟରେ ନେତାମାନେ କେବଳ ସରକାର ଗଠନ ଏବଂ ରାଜନୀତି ପାଇଁ ଲୋକଙ୍କ କାମ କରୁଥିବା ଦେଖାଯାଇଛି। କିନ୍ତୁ ଆସନ୍ତାକାଲି ପାଇଁ ସେମାନଙ୍କ କାର୍ଯ୍ୟ ବେଶ୍‌ ମହତ୍ତ୍ୱ ରଖେ। ଏହି ସମ୍ମିଳନୀ ଏକ ନିଆରା ସୁଯୋଗ ଦେବ, ଯାହା ଦ୍ୱାରା ବିଶ୍ୱ ନେତାମାନେ ରାଜନୀତିରୁ ଉପରକୁ ଉଠି ପ୍ରକୃତ ଲିଡର ଭାବେ କାର୍ଯ୍ୟ କରିବେ ବୋଲି ସେ ଆଶାବାଦୀ ଥିବା ପ୍ରକାଶ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?