ପୁଅ, ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା

ଭୁବନେଶ୍ୱର, ୩ା୧୧(ବ୍ୟୁରୋ):ଆର୍ଥିକ ଅନଟନ ଓ ପାରିବାରିକ କଳହ ଆଉ ୨ଟି ଜୀବନ ନେଇଛି। ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗର ଅଞ୍ଚଳରେ ମଙ୍ଗଳବାର ଘଟିଛି ଡବଲ ମର୍ଡର। ଅବନ୍ତୀ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ତାଙ୍କ ୯ବର୍ଷର ପୁଅ ଦିପ୍ତିଦୀପକ ଏବଂ ସ୍ତ୍ରୀ ସ୍ବର୍ଣ୍ଣଲତା(୩୫)ଙ୍କୁ ସୋମବାର ରାତିରେ ପ୍ରଥମେ ଖାଦ୍ୟରେ ନିଦ ବଟିକା ଓ ପରେ ଭୋର ସମୟରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ହତ୍ୟା ପରେ ଘରର ବାହାରପଟୁ କବାଟ ଦେଇ ଫେରାର ହୋଇଯାଇଥିଲେ। ହତ୍ୟାକାଣ୍ଡ ବିଷୟରେ ଜଣାପଡ଼ିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ୨ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଅବନ୍ତୀଙ୍କ ଫୋନ୍‌ କଲ୍‌ ଟ୍ରେସିଂ କରାଯାଇ ତାଙ୍କୁ କମିଶନରେଟ ପୋଲିସ କାବୁ କରିବା ସହ ଅଟକ ରଖି ପଚରାଉଚରା ଜାରି ରଖିଛି। ପାରିବାରିକ କଳହ ଓ ଆର୍ଥିକ ଅନଟନକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଘଟଣାସ୍ଥଳରେ ଡିସିପି ଉମାଶଙ୍କର ଦାଶ, ବରିଷ୍ଠ ପୋଲିସ ଅଧିକାରୀ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାନୁସାରେ ଅବନ୍ତୀ ସ୍ତ୍ରୀ ସ୍ବର୍ଣ୍ଣଲତା ଓ ଏକମାତ୍ର ପୁଅ ଦୀପକଙ୍କ ସହ କଳିଙ୍ଗନଗର ଅଞ୍ଚଳର ଏଲ୍‌ଆଇଜି -୩୩୪ ନମ୍ବର କ୍ୱାର୍ଟର୍ସରେ ଗତ ୬ମାସ ହେଲା ରହୁଥିଲେ। ଅବନ୍ତୀଙ୍କ ମୂଳ ଗ୍ରାମ ଖୋର୍ଦ୍ଧା ରାଇପୁର ଅଞ୍ଚଳରେ। ସେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ହେଲେ କରୋନା ଯୋଗୁ ତାଙ୍କର ଚାକିରି ଚାଲିଯାଇଥିଲା। ଅର୍ଥାଭାବ ଯୋଗୁ ସେ ସବୁବେଳେ ଚିନ୍ତିତ ରହୁଥିଲେ। ପରେ ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ସେ ଶେୟାର ଟ୍ରେଡିଂ ମଧ୍ୟ କରିଥିଲେ। ହେଲେ ସେଥିରେ କ୍ଷତି ହେବାରୁ ବିଚଳିତ ହୋଇ ପଡ଼ିଥିଲେ। ଏହାକୁ ନେଇ ପରିବାର ମଧ୍ୟରେ ଅଧିକାଂଶ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ସୋମବାର ରାତିରେ ମଧ୍ୟ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ପଡ଼ୋଶୀଙ୍କଠାରୁ ସୂଚନା ମିଳିଛି। ଅବନ୍ତୀ ପୋଲିସ ନିକଟରେ ଦେଇଥିବା ବୟାନ ଅନୁସାରେ ସେ ଆର୍ଥିକ ଅନଟନରେ ବୁଡ଼ି ରହିଥିବାରୁ ସ୍ତ୍ରୀ ଓ ପୁଅକୁ ମାରି ନିଜେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ। ତେଣୁ ଗତ ରାତିରେ ସ୍ତ୍ରୀ ଓ ପୁଅଙ୍କ ଖାଦ୍ୟରେ ନିଦ ବଟିକା ମିଶାଇଥିଲେ। ରାତି ପ୍ରାୟ ୩ଟା ବେଳେ ଉଭୟଙ୍କୁ ଓଢ଼ଣୀରେ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଏକ ଛୁରିରେ ନିଜକୁ ମାରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହେବାରୁ ସେ କବାଟ ବାହାରପଟୁ ବନ୍ଦ କରି ଚାଲି ଯାଇଥିଲେ। ପରେ ଘଟଣା ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ସୁନ୍ଦରପଦାରେ ରହୁଥିବା ଶଳା ଓ ଭଣଜାଙ୍କୁ ଜଣାଇଥିଲେ।
ଖବରପାଇ ପରିବାର ଲୋକ ପୋଲିସକୁ ସୂଚନା ଦେବା ସହ କଳିଙ୍ଗନଗରସ୍ଥିତ ଭଡ଼ାଘରେ ପହଞ୍ଚତ୍ଥିଲେ। ସେଠାରେ ପୋଲିସ ଉପସ୍ଥିତିରେ କବାଟ ଭଙ୍ଗାଯାଇଥିଲା। ଘର ଭିତରେ ଦୀପକ ଖଟ ଉପରେ ମୁହଁ ମାଡ଼ି ପଡ଼ିଥିବାବେଳେ ସ୍ବର୍ଣ୍ଣଲତା ଚଟାଣରେ ମୁହଁମାଡ଼ି ପଡ଼ିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିବା ପରେ ପୋଲିସ ମୃତଦେହ ଜବତ କରି ଏମ୍‌ସକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏଥିସହ ଘଟଣାସ୍ଥଳରୁ ଓଢ଼ଣୀ ଓ କିଛି ଆସବାବପତ୍ର ଜବତ କରିଛି। ଏନେଇ ଡିସିପି ଉମାଶଙ୍କରଙ୍କୁ ପଚାରିବାରେ ଅଭିଯୁକ୍ତ ସ୍ତ୍ରୀ ଓ ପୁଅଙ୍କୁ ଶ୍ୱାସରୁଦ୍ଧ କରି ମାରିଥିବା ଜଣାପଡ଼ିଛି। ହତ୍ୟା ପରେ ସେ ଘଟଣା ସମ୍ପର୍କରେ ଶଳା ଓ ଭଣଜାକୁ ଜଣାଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଖୁବ୍‌ଶୀଘ୍ର ସମସ୍ତ ବିଷୟ ଜଣାପଡ଼ିଯିବ ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri