ଜଙ୍ଗଲ କିସମ ଜମି ପାକ୍ସରେ ଚାଷୀ ପଞ୍ଜୀକରଣରେ ବାଧକ, ସ୍ବଳ୍ପ ମୂଲ୍ୟରେ ଧାନ କିଣି ମାଲାମାଲ ଦଲାଲ ହେଉଛନ୍ତି

ମହାକାଳପଡ଼ା, ୨୬ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ଖରିନାସି, ଜମ୍ବୁ, ରାମନଗର, ସୁନିତି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳରୁ କେତେଜଣ ଧାନ ବ୍ୟବସାୟୀ ଓ ଦଲାଲ ଚାଷୀଙ୍କଠାରୁ ସ୍ବଳ୍ପ ମୂଲ୍ୟରେ ଧାନ କିଣି ମାଲାମାଲ ହେଉଛନ୍ତି। ନଦୀ ପଥ ଦେଇ ଡଙ୍ଗା ଓ ସଡ଼କ ପଥରେ ବଡ଼ ଟ୍ରକ ଯୋଗେ ଜିଲା ବାହାରକୁ ଚାଲାଣ କରୁଥିବା ନଜରକୁ ଆସୁଛି। ବତିଘର ଓ ଖରିନାସି ପଞ୍ଚାୟତର କେତେଜଣ ଚାଷୀଙ୍କ କହିବା କଥା, ବ୍ୟବସାୟୀ, ଦଲାଲମାନଙ୍କ ଜରିଆରେ ଅମଳ ଧାନକୁ କୁଇଣ୍ଟାଲ ପିଛା ୧୫ ଶହରୁ ୧୬ ଶହ ଟଙ୍କାରେ ବିକ୍ରି କରିବାକୁ ପଡୁଛି। ବ୍ୟବସାୟୀଙ୍କ କମ୍ପ୍ୟୁଟର ମେଶିନ କଣ୍ଟା ଓଜନରେ ଠକେଇ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କାରଣ ବହୁ ଚାଷୀଙ୍କ ଜଙ୍ଗଲ କିସମ ଜମି ହୋଇଥିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ପଞ୍ଜୀକୃତ ହୋଇନାହିଁ। ତେଣୁ ବାଧ୍ୟ ହୋଇ ଖୋଲା ବଜାରରେ ଧାନ ବ୍ୟବସାୟୀମାନଙ୍କୁ ସ୍ବଳ୍ପ ମୂଲ୍ୟରେ ବିକିବାକୁ ବାଧ୍ୟ ହେଉଛୁ ବୋଲି କମଲ ଦାସ, ହରି ମଣ୍ଡଳ, ଖୋକନ ମଣ୍ଡଳ, ଭବସିନ୍ଧୁ ମାଇତି ପ୍ରମୁଖ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ଲକର ୨୪ ପାକ୍ସରେ ମଣ୍ଡି ଖୋଲାଯାଇ ଚାଷୀମାନଙ୍କଠାରୁ ଧାନ କିଣାଯାଉଛି। ହେଲେ ମାସେ ଗଲାଣି ଆଉ ୨ ମାସ ମଧ୍ୟରେ ସମସ୍ତ ଚାଷୀମାନେ ମଣ୍ଡିରେ ଧାନ ଦେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। କଟନିଛଟନି ଉପରେ ପ୍ରଶାସନ ତୀକ୍ଷଣ ନଜର ରଖିବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ସମବାୟ ଓ ଯୋଗାଣ ବିଭାଗ ପକ୍ଷରୁ ଏକ ମିଳିତ ସ୍କ୍ବାଡ ଗଠନ କରାଯାଇ ବେଆଇନ ଧାନ ବ୍ୟବସାୟୀ ଓ ଦଲାଲମାନଙ୍କ ପ୍ରତି କଡ଼ା ନଜର ରଖିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ପଚାରିବାରେ ଅଭିଯୋଗ ଆସିଲେ ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

ଡେଙ୍ଗୁ ରୋଗୀଙ୍କ ପାଇଁ ହସ୍ପିଟାଲରେ ମିଳୁନି ସ୍ଥାନ, ଚଟାଣରେ ଚାଲିଛି ଚିକିତ୍ସା; ୧୮ ଦିନରେ ୭୯ ମୃତ୍ୟୁ

ଢାକା,୧୯।୯: ବର୍ତ୍ତମାନ ବାଂଲାଦେଶ ଏକ ଭୟଙ୍କର ଡେଙ୍ଗୁ ପ୍ରକୋପର ସାମ୍ନା କରୁଛି। ରାଜଧାନୀ ଢାକା ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରୋଗ ଦ୍ରୁତ ଗତିରେ ବ୍ୟାପୁଥିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?