ଜଙ୍ଗଲ ଚିନ୍ତା

ଜଙ୍ଗଲ ପୃଥିବୀର ଅନ୍ୟତମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିବେଶ ବ୍ୟବସ୍ଥା। ସବୁ ଭୂମିଗତ ଉଦ୍ଭିଦ, କୀଟପତଙ୍ଗ ଓ ପ୍ରାଣୀଙ୍କ ୮୦ ପ୍ରତିଶତ ବାସସ୍ଥାନ ହେଉଛି ଜଙ୍ଗଲ। ବିଶ୍ୱର ପାଖାପାଖି ଏକ ତୃତୀୟାଂଶ ଲୋକ ସେମାନଙ୍କ ଜୀବିକା ପାଇଁ ସିଧାସଳଖ ଏହା ଉପରେ ନିର୍ଭରଶୀଳ। ହେଲେ ଜଙ୍ଗଲକ୍ଷୟ ଦିନକୁ ଦିନ ବଢ଼ିଚାଲିଛି। ଜଙ୍ଗଲ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ କରି ତାହାକୁ ବିଶ୍ଳେଷଣ କରୁଥିବା ସଙ୍ଗଠନ ଗ୍ଲୋବାଲ ଫରେଷ୍ଟ ଓ୍ବାଚ୍‌ (ଜିଏଫ୍‌ଡବ୍ଲ୍ୟୁ)ର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୦୨୪ରେ ଭାରତ ୧୮,୨୦୦ ହେକ୍ଟରର ପ୍ରାକୃତିକ ଜଙ୍ଗଲ ହରାଇଛି। ୨୦୨୩ରେ ଏହା ୧୭,୭୦୦ ହେକ୍ଟର ପ୍ରାକୃତିକ ଜଙ୍ଗଲ ହରାଇଥିଲା। ଭାରତ ହରାଇଥିବା ଏହି ଜଙ୍ଗଲଗୁଡ଼ିକ ଅତି ପୁରୁଣା। ସାଧାରଣତଃ ଏଭଳି ଜଙ୍ଗଲ ହ୍ରାସ ଜଳବାୟୁ ପରିବର୍ତ୍ତନ, ମୃତ୍ତିକା କ୍ଷୟ, ଜୈବବିବିଧତା ହାନି ଓ ବାୟୁ ଗୁଣବତ୍ତାରେ ଅବନତି ଆଣିଥାଏ। ବିକାଶକୁ ଗୁରୁତ୍ୱ ଦିଆଯାଇ ଜଙ୍ଗଲ ଅଞ୍ଚଳକୁ ସଙ୍କୁଚିତ କରାଯାଉଛି । କିନ୍ତୁ କେଉଁ ଧରଣର ବନାଞ୍ଚଳ କମିବା ସତ୍ତ୍ୱେ ନିରନ୍ତର ବିକାଶ ହୋଇପାରିବ, ତାହା ଉପରେ ବିଧିବଦ୍ଧ ଅଧ୍ୟୟନ କରାଯାଉ ନ ଥିବାରୁ ମଣିଷ ଏବେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନକୁ ସିଧାସଳଖ ଅନୁଭବ କଲାଣି। ଯଦି ଜିଏଫ୍‌ଡବ୍ଲ୍ୟୁର ରିପୋର୍ଟକୁ ଦେଖାଯାଏ ତାହା ହେଲେ ୨୦୦୧ରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୨.୩୧ ମିଲିୟନ ହେକ୍ଟର ବୃକ୍ଷ ପରିବେଷ୍ଟିତ କ୍ଷେତ୍ର ନଷ୍ଟ ହୋଇସାରିଲାଣି। ଏହି ଅବଧି ମଧ୍ୟରେ ଦେଶରେ ବୃକ୍ଷ ପରିବେଷ୍ଟିତ କ୍ଷେତ୍ର ୭.୧ ପ୍ରତିଶତ ହ୍ରାସ ଘଟିଛି, ଯାହା ୧.୨୯ ଗିଗାଟନ ଅଙ୍ଗାରକାମ୍ଳ ନିର୍ଗମନ ସହ ସମାନ ବୋଲି କୁହାଯାଉଛି। ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ।
ଜଙ୍ଗଲ ସଂରକ୍ଷଣ ଲାଗି ଭାରତ ଅନେକ କାର୍ଯ୍ୟକ୍ରମ ଜାରି ରଖିଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା ସକାଶେ ଜାତୀୟ କାର୍ଯ୍ୟାନ୍ବୟନ ଯୋଜନା (ଏନ୍‌ଏପିସିସି), ସବୁଜ ଭାରତ ସକାଶେ ଜାତୀୟ ମିଶନ ଏବଂ କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା କର୍ତ୍ତୃପକ୍ଷ (କାମ୍ପା) ଆଦି କାର୍ଯ୍ୟକ୍ରମ ବନୀକରଣ, ନିରନ୍ତର ଜଙ୍ଗଲ ପରିଚାଳନା ଓ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିଆସୁଛି। ଏସବୁ ପଦକ୍ଷେପ ସତ୍ତ୍ୱେ ପ୍ରାକୃତିକ ଜଙ୍ଗଲକ୍ଷୟକୁ ରୋକିବା ସମ୍ଭବ ହେଉ ନାହିଁ। ଭାରତୀୟ ଜଙ୍ଗଲ ସମ୍ପଦକୁ ରକ୍ଷା କରିବା ଲାଗି ସ୍ଥାନୀୟ ସମ୍ପ୍ରଦାୟକୁ ସାମିଲ କରାଯାଇ ଏ ସମ୍ବନ୍ଧରେ ବାସ୍ତବ ତଥ୍ୟ ସଂଗ୍ରହ ସହ ସ୍ବଚ୍ଛ ଆକଳନ କରିବାର ଆବଶ୍ୟକତା ରହିଛି। ସରକାର ବିଭିନ୍ନ ପ୍ରକାର ଉନ୍ନୟନମୂଳକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକ ସ୍ଥଳେ ଗଛ କାଟୁଛନ୍ତି। ସେହିପରି କମ୍ପାନୀଗୁଡ଼ିକ ପାଇଁ ଜଙ୍ଗଲ ନଷ୍ଟ ହେଉଛି। ଅନେକ ସମୟରେ ଦେଖାଯାଉଛି ଗଛ କାଟି କାରଖାନା ବସାଯାଉଥିବା ବେଳେ ବନୀକରଣ କାର୍ଯ୍ୟକୁ ଯେଭଳି କମ୍ପାନୀ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା କଥା ତାହା ଦେଉନାହାନ୍ତି। କମ୍ପାନୀ ସାମାଜିକ ଦାୟିତ୍ୱବୋଧ(ସିଏସ୍‌ଆର୍‌) ଅନେକ ସମୟରେ ପ୍ରହସନରେ ରହିଯାଉଛି। ତେଣୁ ସରକାର ଜଙ୍ଗଲ କ୍ଷୟ ଓ ବନୀକରଣ ସମ୍ବନ୍ଧରେ ଠିକ୍‌ ତଥ୍ୟ ସଂଗ୍ରହ କରି ତାହାର ବିଶ୍ଳେଷଣ କରିବାର ସମୟ ଆସିଲାଣି।
ଏହି ପରିପ୍ରେକ୍ଷୀରେ ସରକାର ଓ କମ୍ପାନୀ ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଚେତନ ହେବାକୁ ପଡ଼ିବ। ନିଜେ ନିଜ ସ୍ତରରେ ଅଧିକ ଚାରା ରୋପଣ କରିପାରିଲେ ନିଜ ପରିବେଷ୍ଟନୀ ସୁରକ୍ଷିତ ରହିପାରିବ। ନିଜେ ବଢ଼ାଇଥିବା ଗଛକୁ ଜଣେ କଦାପି କାଟିବାକୁ ଚେଷ୍ଟା କରିବ ନାହିଁ ବୋଲି କୁହାଯାଇପାରେ। ଯେତିକି ଚାଷ ଜମି ଅଛି ତାହାକୁ ଉପଯୁକ୍ତ ଭାବେ କିଭଳି ବିଭିନ୍ନ ପଦ୍ଧତି ଅନୁସରଣ କରାଯାଇ ବ୍ୟବହାର କରାଯାଇପାରିବ, ତାହା ଉପରେ ପ୍ରାଧାନ୍ୟ ଦିଆଯିବା ଉଚିତ। ନିରନ୍ତର କୃଷି ବିକାଶ ଚିନ୍ତା ସୃଷ୍ଟି ହୋଇପାରିଲେ ଚାଷ କ୍ଷେତ୍ର ବିସ୍ତାର ଲାଗି ଜଙ୍ଗଲ ପଦା କରିବାର ଆବଶ୍ୟକତା ପଡ଼ିବ ନାହିଁ। ପ୍ରାକୃତିକ ଜଙ୍ଗଲ କ୍ଷୟକୁ ରୋକିବାକୁ ହେଲେ ସେହିସବୁ ଅଞ୍ଚଳକୁ ଜାତୀୟ ପାର୍କ ବା ସଂରକ୍ଷିତ ବନାଞ୍ଚଳ ଘୋଷଣା କରାଯିବା ଦରକାର। ଉଦାହରଣ ସ୍ବରୂପ, ବ୍ରାଜିଲ, ଇଣ୍ଡୋନେସିଆ ଓ କଙ୍ଗୋ ଆଦି ଦେଶରେ ଏଭଳି ପଦ୍ଧତି ଅନୁସରଣ କରାଯାଇ ଜଙ୍ଗଲ କ୍ଷୟକୁ ରୋକାଯାଇପାରିଛି। ଏହା କରାଗଲେ ସେହି ଅଞ୍ଚଳରେ ବେଆଇନ ଗଛ କଟାକୁ ଅନେକ ପରିମାଣରେ ରୋକାଯାଇପାରିବ। ବିଶ୍ୱ ପ୍ରେକ୍ଷାପଟକୁ ଦେଖି କୁହାଗଲାଣି ଯଦି ଜଙ୍ଗଲ ଧ୍ୱଂସ କ୍ରମାଗତ ଭାବେ ବଢ଼ିଚାଲେ, ତେବେ ଏବେଠାରୁ ୮୦ ବର୍ଷ ପରେ ଆମ ସବୁଜ ଗ୍ରହ ଜଙ୍ଗଲଶୂନ୍ୟ ହୋଇଯିବ। କାରଣ ଜଙ୍ଗଲକ୍ଷୟ ଯୋଗୁ ବିଶ୍ୱ ପ୍ରତି ମିନିଟ୍‌ରେ ୩୦ଟି ଫୁଟବଲ ପଡ଼ିଆର ଜଙ୍ଗଲାୟତନ ହରାଇବସୁଛି। ଅତଏବ ଭାରତରେ ବର୍ତ୍ତମାନ ସମୟରେ ବନୀକରଣକୁ ଗୁରୁତ୍ୱ ଦିଆଯିବା ସହ ପ୍ରାକୃତିକ ଜଙ୍ଗଲ କ୍ଷୟକୁ ରୋକିବା ଲାଗି ପ୍ରତି ସ୍ତରରେ ସଂଯୁକ୍ତ ପ୍ରୟାସ ହେଲେ ଯାଇ ମଣିଷ ସମେତ ପ୍ରାଣୀଜଗତ ତିଷ୍ଠି ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

BRICS ସମ୍ମିଳନୀ ମଧ୍ୟରେ ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ମାଲେସିଆ ପ୍ରଧାନମନ୍ତ୍ରୀ; ବ୍ରେକଫାଷ୍ଟ ସମୟରେ କ’ଣ ଆଲୋଚନା ହେଲା? ଜାଣନ୍ତୁ…

ନୂଆଦିଲ୍ଲୀ,୧୩।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରହିମ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କ ସହ ଏକ ବ୍ରେକଫାଷ୍ଟ…

ସାରା ଦିନ ସମ୍ମିଳନୀରେ ବ୍ୟସ୍ତ ଥିଲେ ସି ଜିନପିଙ୍ଗ, ହେଲେ କାହିଁକି BRICSର ଭବ୍ୟ ଭୋଜିରେ ଯୋଗ ଦେଲେ ନାହିଁ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୩।୯: BRICS ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ବିଶିଷ୍ଟ ଅତିଥିମାନଙ୍କ ପାଇଁ ଶନିବାର ରାତିରେ ରାଜଧାନୀ ନୂଆଦିଲ୍ଲୀସ୍ଥିତ ‘ଭାରତ ମଣ୍ଡପମ’ରେ ଏକ ଅତ୍ୟନ୍ତ…

୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ; ସର୍ଚ୍ଚ ଅପରେଶନ ଆରମ୍ଭ

ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?