ସ୍ପେନ୍‌ରେ ବନାଗ୍ନି ଅଣାୟତ୍ତ

ମାଡ୍ରିଡ୍‌,୧୭।୭: ସ୍ପେନ୍‌ କାନାରି ଆଇଲାଣ୍ଡର ଲା ପାଲମାରେ ବନାଗ୍ନି ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରୁ ପାଖାପାଖି ୪୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି। ଲଗାତର ସ୍ପେନ୍‌ରେ ସମାନ ସ୍ଥିତି ଲାଗି ରହୁଥିବାରୁ ୟୁରୋପରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଶନିବାର ସକାଳେ ଆଇଲାଣ୍ଡର ଉତ୍ତରାଞ୍ଚଳର ଏଲ୍‌ ପିନାର ଅଞ୍ଚଳର ଜଙ୍ଗଲରେ ପ୍ରଥମେ ନିଆଁ ଲାଗିଥିଲା। କମ୍‌ ସମୟରେ ନିଆଁ ଦ୍ରୁତ ବେଗରେ ବ୍ୟାପିବାକୁ ନେଇ ନିକଟସ୍ଥ ଗ୍ରାମ ପୁଣ୍ଟାଗୋର୍ଡ ଏବଂ ତିଜାରାଫେର ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।
ଜଙ୍ଗଲ ନିଆଁରେ ୧୩ ଘର ପୋଡ଼ିଯାଇଥିବାବେଳେ ପାଖାପାଖି ୪,୬୫୦ ହେକ୍ଟର (୧୧,୪୯୦ ଏକର) ଜମିର ଫସଲ ଜଳି ନଷ୍ଟ ହୋଇଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୩୦୦ରୁ ଊର୍ଦ୍ଧ୍ୱ ଅଗ୍ନିଶମ କର୍ମଚାରୀ ଏବଂ ୧୦ ଉଡ଼ାଜାହାଜକୁ ନିୟୋଜିତ କରାଯାଇଛି। ଓ୍ବାଟର ଡ୍ରପିଂ ପ୍ଲେନ୍‌କୁ ଏଥିରେ ସାମିଲ କରାଯିବ। କମ୍‌ ସମୟରେ ନିଆଁ ଚାରିଆଡ଼େ ଖେଳିଯାଉଥିବା କାନାରୀ ଆଇଲାଣ୍ଡ ରାଷ୍ଟ୍ରପତି ଫେର୍ନାଣ୍ଡୋ କ୍ଲାଭିଜୋ କହିଛନ୍ତି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପରିବର୍ତ୍ତିତ ଜଳବାୟୁ ଅଗ୍ନିକାଣ୍ଡର ମୁଖ୍ୟ କାରଣ। ଏ ସଂକ୍ରାନ୍ତରେ ସ୍ପେନ୍‌ ରାଜା ଫେଲିପ୍‌ ଷଷ୍ଠ ରାଷ୍ଟ୍ରପତି କ୍ଲାଭିଜୋଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଲା ପାଲମା ଲୋକଙ୍କୁ ବିପଦରୁ ଉଦ୍ଧାର ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ଲାଗି ସେ ପ୍ରତିଶ୍ରୁତି ଦେଇଛନ୍ତି।
୨୦୨୧ରେ ଲାଭା ଉଦ୍‌ଗିରଣ ଫଳରେ ଆଇଲାଣ୍ଡ ଜଙ୍ଗଲରେ ନିଆଁ ଲାଗିଯାଇଥିଲା। ଏହା ଯୋଗୁ ୨,୦୦୦ ବିଲ୍ଡିଂ ଜଳି ଧ୍ୱଂସ ହୋଇଯାଇଥିଲା। ରିପୋର୍ଟ ମୁତାବକ ଗତବର୍ଷ ସ୍ପେନ୍‌ରେ ୫୦୦ ବନାଗ୍ନି ହୋଇଥିବାବେଳେ ୩୦,୦୦,୦୦୦ ହେକ୍ଟର ପରିମିତ ସ୍ଥାନ ଜଳି ନଷ୍ଟ ହୋଇଯାଇଛି। ୟୁରୋପିଆନ୍‌ ଫରେଷ୍ଟ ଫାୟାର ଇନ୍‌ଫରମେଶନ୍‌ ସିଷ୍ଟମ (ଇଏଫ୍‌ଏଫ୍‌ଆଇଏସ୍‌) ଡେଟା ଅନୁସାରେ ଜଙ୍ଗଲ ନିଆଁରେ ଚଳିତବର୍ଷ ମୋଟ ୬୬,୦୦୦ ହେକ୍ଟର ଜମି ଜଳିଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ପୁରୀ ବେଳାଭୂମି ହେବ ଆଧ୍ୟାତ୍ମିକ ବେଳାଭୂମି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୨ା୮: ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ, ସୁରକ୍ଷା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଲୋକ ସେବା…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

ରାହୁଲ ଗାନ୍ଧୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଙ୍ଗନା, ଇଟାଲୀୟ ମା’ ହିଁ…..

ନୂଆଦିଲ୍ଲୀ,୧୨ା୮: ଛାତ୍ରମାନଙ୍କୁ ଲାଠିଚାର୍ଜ ଏବଂ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ବିବୃତ୍ତି ଦାବି ପ୍ରସଙ୍ଗରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କ୍ରମାଗତ ଭାବରେ ସରକାରଙ୍କୁ…

୧୦ଟି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର, ପେପରଲେସ୍‌ ହେବ ଅଫିସ କାର୍ଯ୍ୟ

ଭୁବନେଶ୍ବର,୧୨ା୮: ରାଜ୍ୟ କ୍ୟାବିନେଟ୍‌ରେ ବୁଧବାର ୬ ବିଭାଗର ୧୦ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ…

ଟେବୁଲ୍‌ ଟେନିସ୍‌ ଫେଡେରେଶନ ସ୍ବୀକୃତି ରଦ୍ଦ, କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୮: ବୁଧବାର ଦିନ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଟେବୁଲ୍ ଟେନିସ୍ ମହାସଂଘ (TTFI) ର ସ୍ୱୀକୃତି ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ସଂଘକୁ…

ଉଦଘାଟନର ବର୍ଷେ ପରେବି ଅଚଳ ନୂଆ ମେଡିକାଲ, ଅବ୍ୟବସ୍ଥା ନେଇ ବର୍ଷିଲେ ବିଧାୟକ

କୋରାପୁଟ,୧୨ା୮(ଅମିତାଭ ବେହେରା ): କୋରାପୁଟ ମେଡିକାଲ ଉଦ୍‌ଘାଟନକୁ ବର୍ଷେ ପୂରିଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି ନୂଆ ମେଡିକାଲ କୋଠା। ଫଳରେ ପୁରୁଣା ମେଡିକାଲ କଲେଜ ଓ ହସ୍ପିଟାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri