ଜଙ୍ଗଲରେ ଖସିପଡ଼ିଲା ବିମାନ, ଏମିତି ଉପାୟରେ ଜୀବନ ବଞ୍ଚାଇଲେ ପାଇଲଟ

ବ୍ରାଜିଲ,୧୨।୩: ଆମାଜନ ଜଙ୍ଗଲରେ ଫସିଥିବା ୩୬ ବର୍ଷୀୟ ଜଣେ ପାଇଲଟ ଶେଷରେ ତାଙ୍କ ଘରେ ପହଞ୍ଚଛନ୍ତି। ଆଣ୍ଟୋନିଆ ସେନା ନାମକ ଏହି ଯୁବ ପାଇଲଟ ୫ ସପ୍ତାହ ଧରି ବିଶ୍ୱର ସବୁଠୁ ବଡ଼ ଜଙ୍ଗଲ ଆମାଜନରେ ବିତାଇଥିଲେ। ଏହି ସମୟ ମଧ୍ୟରେ ସେ ପକ୍ଷୀଙ୍କ ଅଣ୍ଡା ଏବଂ ଜଙ୍ଗଲର ଫଳ ଖାଇ ଜୀବନ ବଞ୍ଚାଇଥିଲେ।

ଆଣ୍ଟୋନିଆ ସେନା ୨୮ ଜାନୁୟାରୀରୁ ନିଖୋଜ ଥିଲେ। ପେସାରେ ପାଇଲଟ ଥିବା ଆଣ୍ଟୋନିଆ ପର୍ତ୍ତୁଗାଲର ଆଲେଙ୍କର ସହରରୁ ଆଲେମେରିୟମ ସହରକୁ ବିମାନ ଉଡ଼ାଣ କରିଥିଲେ। ଉଡ଼ାଣ ମଧ୍ୟରେ ବିମାନର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ତେଣୁ ଆଣ୍ଟୋନିଆଙ୍କୁ ଆମାଜନ ଜଙ୍ଗଲରେ ବିମାନ ଅବତରଣ କରିବା ସମୟରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟ ବଶତଃ ଆଣ୍ଟୋନିଆ ବର୍ତ୍ତି ଯାଇଥିଲେ। ଏହାର ଗୋଟିଏ ସପ୍ତାହ ପରେ ଉଦ୍ଧାରକାରୀ ଦଳ ବିମାନ ଖୋଜିବାରେ ଲାଗିପଡ଼ିଲେ। ଆମାଜନ ଜଙ୍ଗଲ ଆଖପାଖରେ ଉଦ୍ଧାରକାରୀଦଳ ଆଣ୍ଟୋନିଆଙ୍କୁ ଖୋଜିଲେ। ବହୁତ ଖୋଜିବା ପରେ ଆଣ୍ଟୋନିଆଙ୍କ ନିକଟରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ। ଏହି ଉଦ୍ଧାରକାରୀ ଦଳଙ୍କୁ ଦେଖି ଆଣ୍ଟୋନିଆ ଭାବପ୍ରବଣ ହୋଇଯାଇଥିଲେ। ସେ କେମିତି ଏତେଦିନ ଜଙ୍ଗଲରେ ଫଳମୂଳ ଆଉ ପକ୍ଷୀଙ୍କ ଅଣ୍ଡା ଖାଇ ବିତାଇଥିଲେ ତାହା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ମଝି ସମୁଦ୍ରରେ ବୁଡ଼ିଗଲା ବୋଟ୍‌, ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି , ନିଖୋଜ ଅଛନ୍ତି ଅନେକ ଯାତ୍ରୀ

ନିକୋସିଆ,୩୦ା୮: ଉତ୍ତର ସାଇପ୍ରସ୍‌ ଉପକୂଳରେ ଏକ ବୋଟ୍‌ ରବିବାର ବୁଡ଼ିଯାଇ ୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ନିଖୋଜ ଅଛନ୍ତି। ଏନେଇ ମୃତ୍ୟୁ ସଂଖ୍ୟା…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri