ବନ ବିଭାଗର ତଥ୍ୟ ଖୋଲିଲା ଗୁମର

ନୟାଗଡ଼,୧୭।୧୨(ଲୋକନାଥ ମିଶ୍ର)ନୟାଗଡ଼ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତିରେ ଅନିୟମିତତା ଅଭିଯୋଗ ଆସିବା ପରେ ଏହାର ତଦନ୍ତ ନ ହୋଇ ପ୍ରସଙ୍ଗକୁ ଚାପି ଦେବାକୁ ଚେଷ୍ଟା ଚାଲିଛି। ତେବେ ବନବିଭାଗରୁ ଡିଏଫ୍‌ଓଙ୍କ କ୍ୱାର୍ଟର୍ସକୁ ନେଇ ମିଳିଥିବା ଆରଟିଆଇ ତଥ୍ୟ ଏହି ଅନିୟମିତତାର ଗୁମରକୁ ପଦାରେ ପକାଇଛି ା ଏହାକୁ ନେଇ ଡିଏଫ୍‌ଓଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ଲଗାଇଛି । ପର୍ବତ ୨ କିସମରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ହେବା ବେଆଇନ ହୋଇଥିଲେ ହେଁ ଆଇନକୁ ଦଳି ଚକଟି କ୍ୱାର୍ଟର୍ସ ନିର୍ମାଣ ହୋଇଛି । ପୁଣି କ୍ୱାର୍ଟର୍ସ ନିର୍ମାଣ ପାଇଁ ନୟାଗଡ଼ ତହସିଲଦାରଙ୍କ ଠାରୁ ଅନୁମତି ନିଆଯାଇନାହିଁ । ଅନ୍ୟପକ୍ଷେ ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସକୁ ବିପଦସଙ୍କୁଳ ଘୋଷଣା ପରେ ବି ସରକାରୀ ଅନୁଦାନ ଖର୍ଚ୍ଚ ହୋଇଛି ।
ଆରଟିଆଇରେ ମିଳିଥିବା ତଥ୍ୟ କହୁଛି, ୧୫।୯।୨୦୨୨ରେ ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସକୁ ପୂର୍ତ୍ତ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର(ଏସସି) ବିପଦସଙ୍କୁଳ ଘୋଷଣା କରିଛନ୍ତି । ତେବେ ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସରେ ୨୦୧୯ ଜାନୁୟାରୀରୁ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ମରାମତି ବାବଦକୁ ୧୧ ଲକ୍ଷ ୮୭୮ ହଜାର ୫୪୫ ଟଙ୍କା ଖର୍ଚ୍ଚ ହୋଇଛି । ଯଦି ନୂଆ କ୍ୱାର୍ଟର୍ସ ନିର୍ମାଣ କରିବାର ଥିଲା ତେବେ ପରିତ୍ୟକ୍ତ କ୍ୱାର୍ଟର୍ସରେ ୧୧ ଲକ୍ଷ ୭୮ ହଜାର ୮୪୫ ଟଙ୍କା କାହିଁକି ଖର୍ଚ୍ଚ କରାଗଲା । ନୟାଗଡ଼ ବନଖଣ୍ଡରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତିରେ ପ୍ରାୟ ୬୫ ଲକ୍ଷ ଖର୍ଚ୍ଚ ପରେ ବି ଜିଲା ପ୍ରଶାସନ ପକ୍ଷରୁ ଅନିୟମିତତା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରି ଡିଏଫ୍‌ଓଙ୍କୁ ଅନୁକମ୍ପା ପ୍ରଦର୍ଶନ ସାଧାରଣରେ ଅସନ୍ତୋଷ ଓ ଉଦ୍‌ବେଗ ସୃଷ୍ଟି କରିଛି ।
ଅଭିଯୋଗ ଅନୁଯାୟୀ, ନୟାଗଡ଼ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପୂର୍ବରୁ ଖାତା ନଂ.୧୨୫୯, ପ୍ଲଟ ନଂ.୫୮୫ ରେ ବନବିଭାଗର ଏକ ନର୍ସରୀ ରହିଥିଲା । ନର୍ସରୀଟି ୫୧ ଡେସିମିଲ ଜମିରେ ଥିଲା । ନର୍ସରୀକୁ ବାରପଲ୍ଲା ସ୍ଥାନାନ୍ତରିତ କରାଇ ସଂପୃକ୍ତ ଜମି ଉପରେ ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସ ନିର୍ମାଣ ହୋଇଥିଲା । ଡିଏଫ୍‌ଓଙ୍କ ନୂଆ କ୍ୱାର୍ଟର୍ସରେ ୫୩ ଲକ୍ଷ ଖର୍ଚ୍ଚ ହୋଇଛି। ପୁରୁଣା କ୍ୱାର୍ଟର୍ସ ବିପଦସଙ୍କୁଳ ହେବା ପରେ ବିପଦସଙ୍କୁଳ ଘୋଷଣା କରାଯାଇ ନୂଆ କ୍ୱାର୍ଟର୍ସ ନିର୍ମାଣ ହୋଇଛି । ପୁଣି ନୂଆ କ୍ୱାର୍ଟର୍ସ ନିର୍ମାଣରେ ୫୩ ଲକ୍ଷ ଖର୍ଚ୍ଚ ପରେବି ଟେଣ୍ଡର ନ ହୋଇ ଡିପାର୍ଟମେଣ୍ଟାଲି କାମ ହୋଇଛି । ଡିପାର୍ଟମେଣ୍ଟାଲି କାମ, କ୍ୱାର୍ଟର୍ସ ନିର୍ମାଣ ଓ ପୁରୁଣା କ୍ୱାର୍ଟର୍ସ ମରାମତି କାମ ସରକାରୀ ନୀତି ନିୟମ ଭିତ୍ତିରେ ହୋଇଛି ବୋଲିି ଗତ ଅକ୍ଟୋବର ମାସରେ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀ ଧରିତ୍ରୀକୁ କହିଥିଲେ। ଯଦି ଡିଏଫ୍‌ଓଙ୍କ ସୂଚନା ଅନୁସାରେ ଅନିୟମିତତା ହୋଇନି ତେବେ ନୂଆ ଡିଏଫ୍‌ଓଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ କାହିଁକି ତହସିଲଦାରଙ୍କ ଅନୁମତି ନିଆଯାଇନି। ପୁରୁଣା କ୍ୱାର୍ଟର୍ସରେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ପରେ କିପରି ବିପଦସଙ୍କୁଳ ଘୋଷଣା ହେଲା ତାହା ସନ୍ଦେହ ଘେରରେ। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସକୁ ପୂର୍ତ୍ତ ବିଭାଗର ସୁପରିଟେଣ୍ଡିଂ ଇଞ୍ଜିନିୟର (ଏସସି) ବିପଦସଙ୍କୁଳ ଘୋଷଣା ସନ୍ଦେହ ଘେରକୁ ଆସିଛି। ଡିଏଫ୍‌ଓଙ୍କ ପୁରୁଣା କ୍ୱାର୍ଟର୍ସ ଯାଞ୍ଚ କରାଗଲେ ବିପଦସଙ୍କୁଳ ଘଟଣାର ରହସ୍ୟ ଉନ୍ମୋଚନ ହେବବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?