ଜଙ୍ଗଲ ସଂରକ୍ଷଣ ଏକମାତ୍ର ବାଟ

ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍‌ ଇନାସିଓ ଲୁଲା ଡି ସିଲ୍‌ଭା ଜାନୁୟାରୀ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆମାଜନରେ ଅବୈଧ ଜଙ୍ଗଲ ଧ୍ୱଂସ ଶେଷ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ। ସେ ଜଙ୍ଗଲ ସୁରକ୍ଷାର ପାଣ୍ଠି ବୃଦ୍ଧି କରିବା ଲାଗି ଭାଗୀଦାରି ପ୍ରକ୍ରିୟାକୁ ପୁନର୍ଜୀବିତ କରିବା ସହ ଆମାଜନ ଅବବାହିକା ଦେଶଗୁଡ଼ିର ମୁଖ୍ୟମାନଙ୍କୁ ନେଇ ଅଗଷ୍ଟରେ ଏକ ସମ୍ମିଳନୀ କରିବାକୁ ଘୋଷଣା କରିଥିଲେ। ଏବେ ତାଙ୍କ ପଦକ୍ଷେପରୁ ଜଣାପଡ଼ିଛି ଯେ, ବିଶ୍ୱର ବୃହତ୍ତମ ଉଷ୍ମମଣ୍ଡଳୀୟ ଜଙ୍ଗଲର ସୁରକ୍ଷା ପାଇଁ ବୈଶ୍ୱିକ ସହଯୋଗକୁ ଗତିଶୀଳ କରିବାକୁ ଲୁଲା ନିଶ୍ଚିତ ଅଛନ୍ତି। ତାଙ୍କର ମହତ୍‌ ଲକ୍ଷ୍ୟ ହାସଲ କରିବାକୁ ସେ ନରଓ୍ବେ ଓ ଜର୍ମାନୀ ସମର୍ଥନରେ ନୂଆକରି ଆମାଜନ ଫଣ୍ଡ୍‌ ମଧ୍ୟ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ଲୁଲା ଏବଂ ତାଙ୍କ ପରିବେଶ ମନ୍ତ୍ରୀ ମାରିନା ଡି ସିଲ୍‌ଭା ଆମାଜନ ସୁରକ୍ଷା ଓ ସଂରକ୍ଷଣକୁ ପ୍ରାଥମିକତା ଦେଇଛନ୍ତି। ସେମାନଙ୍କର ଏକ ବାସ୍ତବ ବିଚାର ରହିଛି। ଆମାଜନ, କଙ୍ଗୋ ଓ ଇଣ୍ଡୋନେସିଆରେ ଅକ୍ଷୁଣ୍ଣ ଥିବା ଜଙ୍ଗଲର ମୂଲ୍ୟ ସର୍ବାଧିକ ଓ ସେଗୁଡ଼ିକର ସଂରକ୍ଷଣ ବିନା ହାରାହାରି ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରୁ କମ୍‌ ରଖିବା ଆଶା ନାହିଁ। ଆମେ ବିଶ୍ୱାସ କରୁଛୁ, ସେଗୁଡ଼ିକର ସୁରକ୍ଷା ପାଇଁ ଏକ ନୂଆ ପ୍ରୋତ୍ସାହନଭିତ୍ତିକ ପଦ୍ଧତି ବା ଯୋଜନା ଆବଶ୍ୟକ, ଯାହା ସିଧାସଳଖ ଜଙ୍ଗଲ ସଂରକ୍ଷଣ ପାଇଁ ପାରିଶ୍ରମିକ ଯୋଗାଇଦେବାରେ ସାହାଯ୍ୟ କରିପାରିବ।
ଅଧିକାଂଶ ଜଳବାୟୁ ବିଜ୍ଞାନୀ ଏକମତ ଯେ, ଜୀବାଶ୍ମ ଇନ୍ଧନର ବ୍ୟବହାର ପର୍ଯ୍ୟାୟକ୍ରମେ ଦୂର କରିବା ଏବଂ ସବୁଜଗୃହ ବାଷ୍ପ ନିର୍ଗମନ ପରିମାଣ ତୁଳନାରେ ଏହାଠାରୁ ଅଧିକ ବାୟୁମଣ୍ଡଳରୁ ହଟାଇବା ହିଁ ବିଶ୍ୱତାପନ ହ୍ରାସ କରିବାର ଏକମାତ୍ର ଉପାୟ। କିନ୍ତୁ କେବଳ ନିର୍ଗମନ କମାଇବା ଯଥେଷ୍ଟ ହେବ ନାହିଁ। ମୁଖ୍ୟ କଥା ହେଉଛି ଜଙ୍ଗଲର ସୁରକ୍ଷା। ପୃଥିବୀ ଭୂଭାଗର ୩୧ ପ୍ରତିଶତ (ପାଖାପାଖି ୪ ବିଲିୟନ ହେକ୍ଟର)ଜଙ୍ଗଲ ଆଚ୍ଛାଦିତ। ଏହି ଜଙ୍ଗଲ ବର୍ଷକୁ ୭ ବିଲିୟନ ମେଟ୍ରିକ୍‌ ଟନ୍‌ କାର୍ବନ ଡାଇଅକ୍ସାଇଡ ଶୋଷିନେଉଛି। ଉଭୟ କାର୍ବନ ନିର୍ଗମନ ରୋକିବା ଏବଂ ଜୈବ ଭୌତିକ ପ୍ରଭାବକୁ ବିଚାରକୁ ନେଲେ ଉଷ୍ମମଣ୍ଡଳୀୟ ଜଙ୍ଗଲର ୧ ଡିଗ୍ରୀ ବୈଶ୍ୱିକ ଶୀତଳନ ପ୍ରଭାବ ରହିଛି। ଏଣୁ ଜଙ୍ଗଲରୁ ଯେଉଁସବୁ ଗଛ କଟାଯାଇଛି ତାହାକୁ ବୃକ୍ଷରୋପଣ ମାଧ୍ୟମରେ ଭରଣା କରିବା ହିଁ ଜଙ୍ଗଲ ସୁରକ୍ଷାର ଏକମାତ୍ର ସମାଧାନ। ଏଥିପାଇଁ ଦୃଢ଼ ପଦକ୍ଷେପ ମଧ୍ୟ ନିଆଯାଉଛି। ଟ୍ରିଲିୟନ ଟ୍ରିଜ ଇନିସିଏଟିଭ୍‌ ଏବଂ ଗ୍ରେଟ୍‌ ଗ୍ରୀନ୍‌ ଓ୍ବାଲ୍‌ ଭଳି ମଞ୍ଚ ସାହାରାର ଦକ୍ଷିଣରେ ଥିବା ଆଫ୍ରିକୀୟ ଦେଶଗୁଡ଼ିକର ସବୁଆଡ଼େ ପୁନର୍ବାର ଜଙ୍ଗଲ ସୃଷ୍ଟି କରିବା ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ପୁରୁଣା ଉଷ୍ମମଣ୍ଡଳୀୟ ଜଙ୍ଗଲଗୁଡ଼ିକର ସଂରକ୍ଷଣ ଉପରେ ବି ସମାନ ଭାବେ ଗୁରୁତ୍ୱ ଦେବା ଆବଶ୍ୟକ। ଏହାର ସଂରକ୍ଷଣ କରାଗଲେ କାର୍ବନ ଅବଶୋଷଣ କରିବାରେ ଏଗୁଡ଼ିକ ପ୍ରମୁଖ ଭୂମିକା ନେଇପାରିବେ। ଅପରପଯେ ଅସଂରକ୍ଷିତ ଜଙ୍ଗଲଗୁଡ଼ିକ ଧ୍ୱଂସ ପାଇବା ଦ୍ୱାରା କାର୍ବନ ନିର୍ଗମନ ବଢ଼ିପାରେ, ଯାହା ଘଟୁଛି ଆମାଜନ ଅବବାହିକାର ଅନେକ ସ୍ଥାନରେ।
ଏବେ ଭୂପୃଷ୍ଠରେ ଗଛଗୁଡ଼ିକ ରଖିବାର ମୂଲ୍ୟ ସ୍ଥାପନ କରିବା ହିଁ ଏକ ଲୋକାଦୃତ ପଦକ୍ଷେପ। କାର୍ବନ ନିର୍ଗମନ ହ୍ରାସ କରିବା ଲାଗି କାର୍ବନ୍‌ କ୍ରେଡିଟ, ବାୟୋଡାଇଭର୍ସିଟି କ୍ରେଡିଟ୍‌ ଏବଂ ସମାନ ପ୍ରକାର ଉପାୟ ଉପରେ ଅଧିକ ନିବେଶ କରାଯାଉଛି। ହେଲେ ଏହିସବୁ ପଦକ୍ଷେପଗୁଡ଼ିକ ଏବେ ଯେଉଁଭଳି ତ୍ୱରିତ ଗତିରେ ଲାଗୁ ହେବା ଓ ଯେଉଁ ସ୍ତରରେ ପହଞ୍ଚିବା କଥା ତାହା ହୋଇନାହିଁ। ତେବେ ବିଶ୍ୱର ପ୍ରମୁଖ ଉଷ୍ମମଣ୍ଡଳୀୟ ଜଙ୍ଗଲଗୁଡ଼ିକର କ୍ଷୟ ହ୍ରାସ କରିବାକୁ ଏଭଳି ବ୍ୟାପକ ନିବେଶ ଦରକାର। ବୃକ୍ଷରୋପଣଠାରୁ ଆରମ୍ଭ କରି ଶିଳ୍ପ ତଥା ମାନବୀୟ କାର୍ଯ୍ୟକଳାପ ଯୋଗୁ ବାୟୁମଣ୍ଡଳକୁ ନିର୍ଗମନ ହେଉଥିବା କାର୍ବନର କ୍ଷତି ପୂରଣ ଯାଏ ,ଏହିସବୁ ରଣନୀତି ୨୦୫୦ ସୁଦ୍ଧା ଶୂନ କାର୍ବନ ନିର୍ଗମନ ସ୍ତର ହାସଲ କରିବା ପାଇଁ ଉଦ୍ଦିଷ୍ଟ। କିନ୍ତୁ ନିର୍ଗମନ ହ୍ରାସ କରି ବିଶ୍ୱତାପନ କମାଇବା ସହ ପ୍ରାକୃତିକ ବ୍ୟବସ୍ଥାର ପୁନଃ ସର୍ଜନା ସକାଶେ ଏକ ଦୃଢ଼ ଓ ବିସ୍ତୃତ ଯୋଜନା ଆବଶ୍ୟକ; ଯାହା ୨୦୩୦ ସୁଦ୍ଧା ଜଙ୍ଗଲ ଧ୍ୱଂସ ରୋକିବା ସହ ୨୦୫୦ ସୁଦ୍ଧା ୧ ବିଲିୟନ ହେକ୍ଟର ଜଙ୍ଗଲ ସୃଷ୍ଟି କରିବାର ସର୍ବନିମ୍ନ ଗ୍ୟାରେଣ୍ଟି ଦେବ। କିନ୍ତୁ ପ୍ରଶ୍ନ ହେଉଛି,ଏଭଳି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡ଼ିକରେ କିଭଳି ସଫଳ ହେବା। ମୋର ବିଶ୍ୱାସ, ଜଙ୍ଗଲ ସଂରକ୍ଷଣ ପାଇଁ ବ୍ୟକ୍ତି ଓ ସଂସ୍ଥା ଏପରିକି ଦେଶଗୁଡ଼ିକୁ ଅର୍ଥ ଦେବାର ଏକ ବୈଶ୍ୱିକ ଯୋଜନା ଆଗକୁ ସବୁଠୁ ଭଲ ବାଟ ହେବ। ଜଙ୍ଗଲ ସଂରକ୍ଷଣରୁ ବାସ୍ତବରେ ଲାଭ ମିଳିବ ବୋଲି ନିଶ୍ଚିତ କରାଯାଇ ଏହି ନୂତନ ବ୍ୟବସ୍ଥା ଏକ ଗତିଶୀଳ ନିବେଶକୁ ଉତ୍ସାହିତ କରିବା ଦରକାର। ଜଙ୍ଗଲର ଅକଳ୍ପନୀୟ ମୂଲ୍ୟ ସମ୍ପର୍କରେ ଅବଗତ ହେବା ସହ ଏକ ବାସ୍ତବ ତଥା ଅଭୂତପୂର୍ବ ସ୍ତରର ନିବେଶକୁ ତୁରନ୍ତ ସଞ୍ଚାଳନ କରିବା ଆବଶ୍ୟକ। ଏକ ବ୍ୟବସ୍ଥା ସୃଷ୍ଟି କରିବାର ମୂଳ ଆଧାର ଏମିତି ହେବା ଆବଶ୍ୟକ ଯାହା ପ୍ରତି ହେକ୍ଟର ଜଙ୍ଗଲ ସଂରକ୍ଷଣ ପାଇଁ ଅର୍ଥ ଯୋଗାଇଦେବ। ତେବେ ତ୍ୱରିତ କାର୍ଯ୍ୟକାରୀ କରିବା ପାଇର୍ଁ ପଦ୍ଧତିର ଡିଜାଇନ ସରଳ ଓ ସହଜ ଜ୍ଞାନଯୁକ୍ତ ହେବା ଉଚିତ। ଉଦାହରଣ ସ୍ବରୂପ, ଜଣେ ବ୍ୟକ୍ତି, ଗୋଷ୍ଠୀ, କମ୍ପାନୀ କିମ୍ବା ସରକାରୀ ସଂସ୍ଥା ଏକ ଘରୋଇ କିମ୍ବା ସରକାରୀ ଜମିକୁ ପଞ୍ଜୀକୃତ କାର୍ଯ୍ୟାଳୟରେ ପଞ୍ଜୀକରଣ କରିପାରିବେ, ଯଦ୍ଦ୍ବାରା ଜମି ପଞ୍ଜୀକରଣ କାର୍ଯ୍ୟକାଳ ଏବଂ ଜଙ୍ଗଲ ସ୍ଥାୟିତ୍ୱ ଉପରେ ସମୀକ୍ଷା କରାଯାଇପାରିବ। ଯଦି ପଞ୍ଜୀକୃତ ୧ ହେକ୍ଟର ଜଙ୍ଗଲ ଅକ୍ଷୁଣ୍ଣ ରହେ ତେବେ ସେହି ଅନୁଯାୟୀ ଅର୍ଥ ଦିଆଯିବ। ଅପରପଟେ ଯଦି ଜଙ୍ଗଲ ନ ଥାଏ ତେବେ କଡ଼ା ଜରିମାନା ଆଦାୟ କରାଯିବ। ସେହି ଅନୁଯାୟୀ ହିତାଧିକାରୀ ୧୦୦ ହେକ୍ଟର ଜମି କିମ୍ବା ସମସ୍ତ ପଞ୍ଜୀକୃତ ଜମି ପାଇଁ ସମାନୁପାତିକ କ୍ଷତି ସହିବାକୁ ହେବ। ଏହା ସ୍ପଷ୍ଟ ଯେ, ଗୋଟିଏ ପ୍ରୋଜେକ୍ଟକୁ ପାଣ୍ଠି ଯୋଗାଣ ସହ ଏହିସବୁ ଧାରାରେ କାମ କରିବାକୁ ହେଲେ ବିଶ୍ୱସ୍ତରରେ ସ୍ବୀକୃତି ଓ ସହଯୋଗ ଦରକାର।
ଏଭଳି ଏକ ଯୋଜନା କାର୍ଯ୍ୟକାରୀ କରିବା କଷ୍ଟକର ହେଲେ ବି ଆମେ ଏଥିରେ ଅସହମତ ହୋଇପାରିବା ନାହିଁ। ପ୍ରତିଦିନ ଆମାଜନ ଜଙ୍ଗଲର ଗଛଗୁଡ଼ିକ ବାୟୁମଣ୍ଡଳକୁ ୨୦ ବିଲିୟନ ଜଳୀୟବାଷ୍ପ ଛାଡୁଛନ୍ତି। ଏକ ଆକଳନ ଅନୁଯାୟୀ ପାଣିରୁ ସମାନ ପରିମାଣ ବାଷ୍ପ ସୃଷ୍ଟି କରିବା ଲାଗି ୫୦,୦୦୦ ପାଓ୍ବାର ପ୍ଲାଣ୍ଟରୁ ଉପତ୍ାଦିତ ବିଜୁଳି ଆବଶ୍ୟକ ପଡ଼ିବ କିମ୍ବା ପାଖାପାଖି ଦିନକୁ ଏଥିପାଇର୍ଁ ୧ ଟ୍ରିଲିୟନ ଡଲାର ଆବଶ୍ୟକ ପଡ଼ିବ। ଆମେ ଏବେ ଯେଭଳି କାର୍ବନ ନିର୍ଗମନ କରିବା ପରେ ତାହାକୁ ଆୟତ୍ତ କରିବା ପାଇଁ ଲମ୍ବା ଯୋଜନା କରୁଛୁ, ସେହିଭଳି ଜଙ୍ଗଲ ଧ୍ୱଂସକୁ ରୋକିବାକୁ ଏକ ଦୀର୍ଘମିଆଦୀ ଲକ୍ଷ୍ୟ ଭାବେ ବିଚାର କରିବା ଉଚିତ ନୁହେଁ। ଜଳବାୟୁ ପରିବର୍ତ୍ତନ କାହାକୁ ଅପେକ୍ଷା କରିବ ନାହିଁ। ଆମେ ଯଦି ଠିକ୍‌ ପଦକ୍ଷେପ ନେବା ଓ ତ୍ୱରିତ କାର୍ଯ୍ୟକରିବା ତେବେ ବର୍ତ୍ତମାନ ଥିବା ୧.୮ ବିଲିୟନ ହେକ୍ଟର ପରିମିତରୁ ଊର୍ଦ୍ଧ୍ୱ ଉଷ୍ମମଣ୍ଡଳୀୟ ଜଙ୍ଗଲ ସଂରକ୍ଷଣ କରିବା ସହ ଅଧିକ ୧ ବିଲିୟନ ହେକ୍ଟର ଜଙ୍ଗଲ ପୁଣି ସୃଷ୍ଟି କରିପାରିବା। ଏବେ ଆମ ପାଖରେ ଥିବା ଜଙ୍ଗଲର ସଂରକ୍ଷଣ କରିବା ହିଁ ଏକ ଉଚିତ୍‌ ନିଷ୍ପତ୍ତି, କାରଣ ଏହା ହେଉଛି ଆମ ସାମୂହିକ ଭବିଷ୍ୟତକୁ ସୁରକ୍ଷିତ ରଖିବାର ଏକମାତ୍ର ବାଟ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri