ଜଙ୍ଗଲ ଓ ରାସ୍ତା

ଜଙ୍ଗଲ ଓ ରାସ୍ତା ପ୍ରସଙ୍ଗ ବହୁ ଜରୁରୀ। ଗୋଟେ ହେଉଛି ପ୍ରାକୃତିକ ଓ ଅନ୍ୟଟି କୃତ୍ରିମ ବ୍ୟବସ୍ଥା। ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ହେଲା ବେଳେ ରାସ୍ତା ମଧ୍ୟ ଜୀବନ ଶୈଳୀକୁ ଉତ୍କୃଷ୍ଟ କରିବାର ଅନ୍ୟ ଏକ ଜରୁରୀ ମୌଳିକ ବ୍ୟବସ୍ଥା। ଏ ପ୍ରସଙ୍ଗରେ ଲେଖିବାର କାରଣ ହେଉଛି ଦୀର୍ଘଦିନର ସମସ୍ୟା ପାଲଟି ଯାଇଥିବା ମୟୂରଭଞ୍ଜ ଜିଲାର ୪୯ନଂ. ଜାତୀୟ ରାଜପଥ ବାଙ୍ଗିରିପୋଷିର ଦ୍ବାରଶୁଣୀ ଘାଟି ରାସ୍ତା ପ୍ରଶସ୍ତୀକରଣ ବା ନିର୍ମାଣରେ ବିଳମ୍ବ । ତାହା ନିଶ୍ଚିତ ଭାବରେ ଆଲୋଚନାର ବିଷୟବସ୍ତୁ, କିନ୍ତୁ ତା’ ପୂର୍ବରୁ ଆମେ ଜଙ୍ଗଲ ଓ ରାସ୍ତା ଆବଶ୍ୟକତା ପ୍ରସଙ୍ଗକୁ ଯିବା।
ଭାରତବର୍ଷରେ ଜଙ୍ଗଲର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଯାହାକୁ ନେଇ ଆମ ଦେଶର ବହୁ ଲୋକ ନିଜର ଜୀବନ ଜୀବିକା ନିର୍ବାହ କରିଥାନ୍ତି। ଏହା ପରେ ବି ବହୁ ପ୍ରଜାତିର ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରକାର ଗୁଳ୍ମଲତା ଜଙ୍ଗଲରେ ଦେଖାଯାଏ। ଜଙ୍ଗଲଗୁଡ଼ିକ ଅମ୍ଳଜାନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। କୁହାଯାଏ ଯେ ଯଦି ପୃଥିବୀର ସବୁ ଜଙ୍ଗଲ ନଷ୍ଟ କରିଦିଆଯାଏ, କେଇ ଘଣ୍ଟାରେ ପୂରାପୂରି ନିର୍ଜନ ପାଲଟିଯିବ ଏଇ ଧରାପୃଷ୍ଠ। ପରିବେଶ ଯଦି ସନ୍ତୁଳନ ରକ୍ଷା କରିଛି କେବଳ ଏଇ ଜଙ୍ଗଲ ପାଇଁ।
ଆଜିର ପରିସ୍ଥିତିରେ ଜଙ୍ଗଲର ଆବଶ୍ୟକତା ପରେ ବିଶ୍ବ ପ୍ରଗତିରେ ରାସ୍ତାର ମଧ୍ୟ ଆବଶ୍ୟକତା ରହିଛି। ଯଦି ରାସ୍ତା ନ ଥାଆନ୍ତା ସଭ୍ୟତା କୌଣସି ପ୍ରକାର ଏତେ ଆଗକୁ ଯାଇପାରି ନ ଥାନ୍ତା। ରାସ୍ତା ଆମକୁ ଦୁନିଆ ଦେଖାଇଥାଏ। ଘରୁ ପାଦ କାଢିଲେ ପାଦଚଲା ରାସ୍ତାରେ ଆମେ ଆମର ଗାଁ ଦେଖିଥାଉ। ଆଉ ଟିକେ ପାଦ କାଢିଲେ ଗାଁରୁ ପଡ଼ୋଶୀ ଗାଁ ଦେଖିପାରିଥାଉ। ସେମିତି ଆଉ ଟିକେ ଆଗକୁ ଗଲେ ସହର ଦେଖିଥାଉ। ପଡ଼ୋଶୀ ଗାଁ ଅବା ସହର ଦେଖିବାଟା ବଡ଼କଥା ନୁହଁ। ଆମକୁ ଗାଁରୁ ସହରକୁ ଯିବାକୁ କେତେ ସମୟ ଲାଗୁଛି ଏବଂ କେତେ କଷ୍ଟ ଲାଗୁଛି ତାହା ନିରୀକ୍ଷଣ କରିବାର ଅଛି। ପୂର୍ବରୁ କଷ୍ଟସାଧ୍ୟ ରାସ୍ତା ଥିଲା କିନ୍ତୁ ଏବେ ଘଣ୍ଟାକୁ ୧୦୦ କିମି ବି ସମ୍ଭବପର ହୋଇପାରୁଛି। ବହୁ ଗାଁର ପାଦଚଲା ରାସ୍ତା ଏବେ ପିଚୁରେ ପରିଣତ ହୋଇଯାଇଛି। ବର୍ତ୍ତମାନ ଭାରତରେ ରାସ୍ତାର ମେରୁଦଣ୍ଡ ଟାଣ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ବହୁ ଅଞ୍ଚଳର ରାସ୍ତା ନିର୍ମାଣର ସାଧନ ଥିଲେ ବି ବିଭିନ୍ନ କାରଣରୁ ଅନେକ ରାସ୍ତାର ଉନ୍ନତୀକରଣ ହୋଇପାରୁନାହିଁ। ଇତି ମଧ୍ୟରେ ୪୯ନଂ. ଜାତୀୟ ରାଜପଥରେ ବହଳାଗୋଡା-ସିଙ୍ଗଡା ସେକ୍ସନ୍‌ର ବାଙ୍ଗିରିପୋଷି ଦ୍ବାରଶୁଣୀ ଘାଟି ରାସ୍ତା ମୁମ୍ବାଇ-କୋଲକାତାକୁ ସଂଯୋଗ କରୁଥିବା ବହୁ ଜରୁରିକାଳୀନ ରାସ୍ତା। ବର୍ତ୍ତମାନ ପରିପେକ୍ଷୀରେ ଯାନବାହନ ସଂଖ୍ୟା ବଢିବା ଯୋଗୁ ଏହି ଜାତୀୟ ରାଜପଥଟି ଦୁଇଲେନ ବିଶିଷ୍ଟ ଥିବାରୁ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ଏହା ବାଦ୍‌ ରାସ୍ତାଟି ମଝିରେ ମଝିରେ ବହୁ ଶୋଚନୀୟ ଅବସ୍ଥାକୁ ଚାଲିଆସୁଛି। ଯାହା ଫଳରେ ବହୁ କମ୍‌ ଦିନ ବ୍ୟବଧାନରେ ଅନେକ ଦୁର୍ଘଟଣା ଘଟି ଜୀବନ ହାନି ହେଉଛି। ପ୍ରମୁଖ ଭାବରେ ମୟୂରଭଞ୍ଜ ଜିଲାର ଜୀବନରେଖା କହିପାରିବା ଏଇ ରାସ୍ତାକୁ। ଜିଲା ମୁଖ୍ୟାଳୟ ତଥା ଅନ୍ୟାନ୍ୟ ଜିଲାସ୍ତରୀୟ କାର୍ଯ୍ୟାଳୟ ଏବଂ ଚିକିତ୍ସାଳୟ ଆଦି ବାରିପଦାରେ ଥିବାରୁ ବାମନଘାଟି ଓ ପାଞ୍ଚପିଢ଼ ଭଳି ଉପଖଣ୍ତର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। କାରଣ ଜନସାଧାରଣଙ୍କ ହିତରେ ଏସବୁର କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥା ନାହିଁ। ଏ ରାସ୍ତା ଉପରେ ତିନୋଟି ରାଜ୍ୟ ଓଡ଼ଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଭଳି ରାଜ୍ୟର ଲୋକେ ନିର୍ଭର କରିଥାନ୍ତି। ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଓ ୧୯୮୦ ଜଙ୍ଗଲ ସଂରକ୍ଷଣ ଆଇନକୁ ଭିତ୍ତିକରି ସରକାରଙ୍କ ନିୟମ ଅନୁଯାୟୀ ଜଙ୍ଗଲ ବିଭାଗ ମଧ୍ୟ ନିରୀକ୍ଷଣ କରି ରାଜପଥ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଛି। କାରଣ ଏହା ଶିମିଳିପାଳ ଜଙ୍ଗଲର ବଫର ଜୋନ୍‌ରେ ଅନ୍ତର୍ଭୁକ୍ତ ଥିବାରୁ ତା’ର ଅନୁମୋଦନ ଲାଗି ବହୁ ସୋପାନ ରହିଥିବାରୁ ବିଳମ୍ବ ହୋଇଥାଇପାରେ। ପ୍ରାୟ ୭.୬ କିମି ଜଙ୍ଗଲ ଓ ଘାଟି ରାସ୍ତା ଥିବାରୁ ପ୍ରଶସ୍ତୀକରଣରେ ବିଳମ୍ବ ହୋଇଛି। ଜଙ୍ଗଲ ବିଭାଗର ରିପୋର୍ଟ ଅନୁଯାୟୀ ରାସ୍ତା ପ୍ରଶସ୍ତୀକରଣ ହେଲେ ପ୍ରାୟ ୧୦ ହଜାରରୁ ଊଦ୍ଧର୍‌ବ ଗଛ କଟା ଯିବା ଏକ କାରଣ। ଜଙ୍ଗଲ ଓ ରାସ୍ତା ପୃଥକ୍‌ ପୃଥକ୍‌ ବ୍ୟବସ୍ଥା ହୋଇପାରେ କିନ୍ତୁ ଏହା କେଉଁଠି ନା କେଉଁଠି ଜଡିତ। ବିକାଶ ଓ ସୁବିଧାର ଚିତ୍ରକୁ ଦେଖିବାକୁ ଗଲେ ରାସ୍ତା ପ୍ରଶସ୍ତୀକରଣ ଜରୁରୀ ମନେହୁଏ। ଏହି ଘାଟି ରାସ୍ତା ନିର୍ମାଣ ପ୍ରସଙ୍ଗ ତ୍ୱରାନ୍ବିତ ହେଲେ ଜନସାଧାରଣ ବିଶେଷ ଉପକୃତ ହୋଇପାରିବେ। ଜଙ୍ଗଲ ସୁରକ୍ଷା ଦୃଷ୍ଟିରୁ ବନୀକରଣ ଏବଂ ଅନ୍ୟ ପ୍ରଭାବିତ ପ୍ରସଙ୍ଗ ଉପରେ କର୍ତ୍ତୃପକ୍ଷ ଚିନ୍ତା କରିବା ଦରକାର।
ଏକତାଳୀ, ଯଶିପୁର,ମୟୂରଭଞ୍ଜ
ମୋ:୯୪୩୮୫୩୭୦୧୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?