ଶିଶ୍‌ମହଲ ବନାମ ରାଜମହଲ:ସରକାରୀ ବଙ୍ଗଳାକୁ ନେଇ ହାଇଡ୍ରାମା

ନୂଆଦିଲ୍ଲୀ,୯ା୧:ଏକଦା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦଖଲରେ ଥିବା ସରକାରୀ ବଙ୍ଗଳା (ଭାଜପା ଭାଷାରେ ଶିଶ୍‌ମହଲ) ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ କଲ୍ୟାଣ ମାର୍ଗସ୍ଥିତ ସରକାରୀ ବାସଭବନ (ଆପ୍‌ ମତରେ ରାଜମହଲ)କୁ ନେଇ ବୁଧବାର ହାଇଡ୍ରାମା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାଜପା ନେତାଙ୍କ ଅଭିଯୋଗ ହେଲା ପୂର୍ବରୁ ସରକାରୀ ସୁବିଧା ହାସଲ କରିବେ ନାହିଁ ବୋଲି ପଣ କରିଥିବା ଆପ୍‌ ରାଷ୍ଟ୍ରୀୟ ଆବାହକ କେଜ୍‌ରିଓ୍ବାଲ ବିଳାସପୂର୍ଣ୍ଣ ଜୀବନ ବିତାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଦିଲ୍ଲୀବାସୀଙ୍କ ଟିକସ ଅର୍ଥରେ ଶିଶ୍‌ମହଲ ଭଳି ସଜାଇଥିଲେ। ଏହାର ତଦନ୍ତ କରି କେଜ୍‌ରିଓ୍ବାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆପ୍‌ ନେତାମାନେ ଏହାର ପ୍ରତିବାଦରେ ତଥାକଥିତ ଶିଶ୍‌ମହଲକୁ ଯାଇ ପ୍ରକୃତ ସତ୍ୟ ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଦିଲ୍ଲୀ ପୋଲିସ ସେମାନଙ୍କୁ ଭିତରକୁ ଯିବାକୁ ଦେଇ ନ ଥିଲା।
ପରେ ଆପ୍‌ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଅଗ୍ରସର ହେଉଥିବାବେଳେ ପୋଲିସ ସେମାନଙ୍କୁ ପୁଣି ଅଟକାଇଥିଲା। ଫଳରେ ସେମାନେ ଧରାଣା ଦେଇଥିଲେ। ଏହା ପରେ ଦିଲ୍ଳୀ ଭାଜପା ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ମଥୁରା ରୋଡ୍‌ସ୍ଥିତ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନାଙ୍କ ଏବି-୧୭ ବାସଭବନକୁ ଯାଇଥିଲେ। ଆତିଶୀ ପୂର୍ବରୁ ଏକ ସରକାରୀ ବଙ୍ଗଳା ନିଜ ଦଖଲରେ ରଖିଥିବା ସତ୍ତ୍ୱେ ପୁଣି କ’ଣ ପାଇଁ ବଙ୍ଗଳା ମାଗୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଇତିମଧ୍ୟରେ ଆପ୍‌ ନେତା ସଞ୍ଜୟ ସିଂ ଏବଂ ସୌରଭ ଭରଦ୍ୱାଜ ଉତ୍ତର ଦିଲ୍ଲୀ ସିଭିଲ୍‌ ଲାଇନ୍ସରେ ଭାଜପା ବିରୋଧରେ ବିକ୍ଷୋଭ କରି ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲେ। ସେପଟେ ବିରୋଧୀ ଇଣ୍ଡିଆ ବ୍ଲକ୍‌ର ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ତୃଣମୂଳ କଂଗ୍ରେସ (ଟିଏମ୍‌ସି) କେଜ୍‌ରିଓ୍ବାଲଙ୍କ ଦଳକୁ ନିର୍ବାଚନରେ ସମର୍ଥନ ଘୋଷଣା କରିବା ପରେ କଂଗ୍ରେସ ଏକଘରିକିଆ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାରଠାରୁ ଶିମିଳିପାଳ ଜଗିବେ ପୋଲିସ ଫୋର୍ସ, କଳାବାଘ ହତ୍ୟା ପରେ ତପ୍ତର ପ୍ରଶାସନ

ବାରିପଦା,୧୬।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳରେ ଶୁକ୍ରବାରଠାରୁ ନିୟୋଜିତ ହେବେ ପୋଲିସ ଫୋର୍ସ। ପ୍ରାଥମିକ ପର୍ଯ୍ୟାୟରେ ୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଜଏଣ୍ଟ ଟାସ୍କଫୋର୍ସ ସହ...

ପାଣି ହଣ୍ଡାରେ ପଡ଼ିଗଲେ ୨ ବର୍ଷର ଶିଶୁକନ୍ୟା, ତା’ପରେ…

ଝରିଗାଁ,୧୬।୧(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅଧୀନ ଏକମ୍ବା- ଖ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ଅଘଟଣ ଘଟିଛି। ପାଣି ଭର୍ତ୍ତି...

ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ଇ-କେୱାଇସି କରିବା ଜରୁରୀ,ଆସିଲା ନୂଆ ସୂଚନା

ଭୁବନେଶ୍ୱର,୧୬।୧: ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ...

ବରଗଡ଼ରେ ପୁଣି ଚାଞ୍ଚଲ୍ୟ: ଶ୍ୱଶୁର ଘରେ ଜ୍ବାଇଁଙ୍କୁ ହତ୍ୟା

ପାଇକମାଳ.୧୬।୧(ବଡ଼ ଶତପଥି): ବରଗଡ଼ଜିଲା ପାଇକମାଳ ଥାନା ନରସିଂହପଡ଼ାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଗୁରୁବାର ପାଇକମାଳ ଥାନାରେ ଅଭିଯୋଗ ହୋଇଛି । ମୃତକ ଯୁବକ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଭୁବନେଶ୍ୱର,୧୬।୧: ରାଜ୍ୟ ସରକାର ଗୁରୁବାର ପଦ୍ମ ବିଜେତାଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପଦ୍ମ ପୁରସ୍କାର ବିଜେତାଙ୍କୁ ରାଜ୍ୟ ସରକାର ମାସିକ ୩୦ ହଜାର...

ଜାତୀୟ ଶିକ୍ଷା ନୀତି ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର, ୧୬।୧: ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ପରିସର ମଧ୍ୟରେ ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା ବିକଶିତ କରିବା ପାଇଁ ଓଡ଼ିଶା ସରକାର ଗୁରୁବାର ଏକ...

ନୟାପଲ୍ଲୀ ଅଞ୍ଚଳରେ ଅଭାବନୀୟ ଘଟଣା, ଶିଶୁପୁତ୍ର ମୃତଦେହ ଝୁଣି ଖାଇଲା କୁକୁର

ଭୁବନେଶ୍ୱର,୧୬।୧: ନବଜାତ ପୁତ୍ରର ମୃତଦେହକୁ ଝୁଣି ଖାଇଲା କୁକୁର। ନୟାପଲ୍ଲୀ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ ଖବର ପରେ ମୃତଦେହ...

ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ଖୁସିଖବର: ବଢିବ ଦରମା! ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୬।୧: ରାଜ୍ୟ ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବଢ଼ିପାରେ। ଏ ନେଇ ରାଜସ୍ଥାନ ଜୟପୁର ଚିନ୍ତନ ଶିବିରରେ କେନ୍ଦ୍ରକୁ ପ୍ରସ୍ତାବ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri