ପଞ୍ଚଲିଙ୍ଗେଶ୍ୱର, କୁଲଡ଼ିହାରେ ବିଦେଶୀ ପର୍ଯ୍ୟଟକ

ନୀଳଗିରି,୨୮ା୧(ପ୍ରଶାନ୍ତ କୁମାର ବିଶ୍ୱାଳ): ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୀଳଗିରିର ପଞ୍ଚଲିଙ୍ଗେଶ୍ୱର ଓ କୁଲଡିହା ଅଭୟାରଣ୍ୟର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଥାଏ। ଚଳିତବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି।
କୁଲଡିହା ଅଭୟାରଣ୍ୟରେ ଚଳିତବର୍ଷ ପ୍ରଥମ ବିଦେଶୀ ପର୍ଯ୍ୟଟକ ଭାବେ ହଲାଣ୍ଡରୁ ବ୍ରାମ ଦୁଇଟ୍ସ ଓ ତାଙ୍କ ସ୍ତ୍ରୀ ଲାରାଭାନ ରୋଏସେଲ ନୀଳଗିରି କୁଲଡିହା ଅଭୟାରଣ୍ୟ ଆସିଥିଲେ। ଗୋହିରାଭୋଳଠାରେ ‘ରିଷିଆ ପ୍ରକୃତି ନିବାସ’ରେ ସେମାନେ ରାତ୍ରିଯାପନ କରି ଫେରିଛନ୍ତି। ଇଣ୍ଟରନେଟରୁ କୁଲଡିହା ସମ୍ପର୍କରେ ଜାଣିବା ପରେ ସେ ଗତ ୨୫ ତାରିଖ ଅପରାହ୍ନରେ ଭୁବନେଶ୍ୱରରୁ ବୁଲେଟରେ ଏଠାକୁ ଆଗମନ କରି କୁଲଡିହା ଅଭୟାରଣ୍ୟର ରିଷିଆ ବିଭିନ୍ନ ଅଞ୍ଚଳରେ ବୁଲି ରମଣୀୟ ଦୃଶ୍ୟ ଦେଖି ବିଭୋର ହୋଇଥିଲେ। ନେଚର୍ସ କ୍ୟାମ୍ପରେ ରହିବା ସହ ତମ୍ବୁ ଘରେ ଶୌଚାଳୟ, ଆଲୋକ ବ୍ୟବସ୍ଥା ଓ ରୁଚିକର ଦେଶୀ ଖାଦ୍ୟ ଖାଇ ସନ୍ତୋଷ ପ୍ରକାଶ କରିଥିଲେ। ୨୬ତାରିଖ ପୂର୍ବାହ୍ନରେ ଟିଫିନ କରି ଫେରିଯାଇଥିଲେ। ସେହିପରି ଇଟାଲୀରୁ ଏକ ଦମ୍ପତି ଭାରତ ଭ୍ରମଣରେ ଆସି ଇଣ୍ଟରନେଟରୁ ପଞ୍ଚଲିଙ୍ଗେଶ୍ୱର ବିଷୟ ଜାଣିବା ପରେ ସେ କୋଲକାତାରୁ ବୁଲେଟରେ ବାହାରି ନୀଳଗିରି ନିକଟ ପଞ୍ଚଲିଙ୍ଗେଶ୍ୱରସ୍ଥିତ ଏକ ଘରୋଇ ସାଇ ହିଲ ଭ୍ୟୁ ରିସର୍ଟକୁ ଗତ ୧୪ତାରିଖରେ ଆଗମନ କରିଥିଲେ। ଜେନ ଫ୍ରାନକୋଜ ଖ୍ରୀଷ୍ଟଫେ ରେନେ ଓ ସ୍ତ୍ରୀ ମାର୍ଗେରିଟା ଇଭାସେଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଦୁଇ ଦିନର ରହଣିରେ ସେମାନେ ପଞ୍ଚଲିଙ୍ଗେଶ୍ୱର ପ୍ରାକୃତିକ ସୌନ୍ଦର୍ଯ୍ୟ, ଖୁମକୁଟ, ବିଶେଶ୍ବର, ବଉଳଗଡ଼ିଆର ପଥର ମୂର୍ତ୍ତି, ଚିନ୍ତାମଣିପୁରର ଟେରାକୋଟା କାମ ଆଦି ବୁଲି ଦେଖିଥିଲେ। ସେମାନେ ଖାଦ୍ୟରେ ଡାଲମା, ରୁଟି, ଦହି, ପଖାଳ, ବାଇଗଣ ବଡି ଚୁରା ଖାଦ୍ୟ ଖାଇ ଆନନ୍ଦ ଅନୁଭବ କରିଥିଲେ। ରହଣି ମଧ୍ୟରେ ଏଠାକାର ମନଲୋଭା ପରିବେଶ ହୃଦୟସ୍ପର୍ଶୀ ଥିଲା ବିଦେଶୀ ପର୍ଯ୍ୟଟକମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?