ବାଲେଶ୍ୱର,୧୧।୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଶନିବାର ସହରର ବିଭିନ୍ନ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ବାଲେଶ୍ବର ସହରର ନୂଆବଜାର, ଯାଦବପୁର, ଗୋଳାପୋଲ ରେଲୱେ ଜମି ଜବରଦଖଲ ଉଚ୍ଛେଦ କରାଯାଉଛି l ବାଲେଶ୍ବରରେ ତୃତୀୟ ରେଳ ଲାଇନ ନିର୍ମାଣ ପାଇଁ ପ୍ରଶାସନ ତରଫରୁ ବସ୍ତି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଦୀର୍ଘ ଦିନ ହେବ ରେଲୱେ ଜାଗାକୁ ମାଡ଼ି ବସି ଅରଡ଼ ବଜାର,ନୂଆ ବଜାର,ଭାସ୍କରଗଞ୍ଜ ଅଞ୍ଚଳରେ ଲୋକମାନେ ବସ୍ତି ନିର୍ମାଣ କରି ରହୁଥିଲେ। ପାଖିପାଖି ୪୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି। ଜିଲା ପ୍ରଶାସନ ,ପୋଲିସ ପ୍ରଶାସନ, ରେଳ ବିଭାଗ ଅଧିକାରୀ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଏହି କାର୍ଯ୍ୟ ଜାରି ରହିଛି । ସୁରଖୁରରେ ଉଚ୍ଛେଦ କାମ ଚାଲିଥିବା ନେଇ ଏଡିଏମ ସୁଧାକର ନାୟକ ସୂଚନା ଦେଇଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଦୁଇଦିନିଆ (୧୧ ଓ ୧୨ ତାରିଖ) ସ୍ଥାନୀୟ ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି। ଭୋର ୪ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ପ୍ରଶାସନ ପକ୍ଷରୁ ଶୁକ୍ରବାର ରାତିରେ ସୂଚନା ଦିଆଯାଇଥିଲା l ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୭ ସେକ୍ଟର ପୋଲିସ ଫୋର୍ସ ନିୟୋଜିତ ଅଛନ୍ତି l
Posted inଆମ ଜିଲା ଖବର, ବାଲେଶ୍ୱର