ପ୍ରଥମ ଥର ହେବ ମତ୍ସ୍ୟ-ପ୍ରାଣୀ ସମାବେଶ

ଭୁବନେଶ୍ୱର, ୧୩।୨(ଅସମାପିକା ସାହୁ):ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷକଙ୍କୁ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ବିଷୟରେ ସଚେତନ କରାଇବା ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୪ ଆୟୋଜନ କରୁଛନ୍ତି। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ଭୁବନେଶ୍ୱର ଜନତା ମଇଦାନଠାରେ ‘କଲେ ମତ୍ସ୍ୟ- ପ୍ରାଣୀପାଳନ, ଆୟ ହୋଇବ ବହୁଗୁଣ’ ଥିମ୍‌କୁ ନେଇ ଏହି ସମାବେଶ ଆସନ୍ତା ୧୬ରୁ ୧୮ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସମାବେଶରେ ପ୍ରତି ବ୍ଲକ୍‌ରୁ ୨୦ଜଣ ଚାଷୀଙ୍କୁ ମିଶାଇ ୬,୦୦୦ରୁ ଊର୍ଦ୍ଧ୍ୱ ମତ୍ସ୍ୟଚାଷୀ, ପ୍ରାଣୀପାଳକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ଉଦ୍ୟୋଗୀ ଯୋଗଦେବେ। ଏହି ଅବସରରେ ପ୍ରାୟ ୨୦୦ ଚାଷୀ ଏବଂ ଉଦ୍ୟୋଗୀଙ୍କୁ ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ସେମାନଙ୍କ ସଫଳତା ପାଇଁ ଚାମ୍ପିୟନ ଭାବେ ପୁରସ୍କୃତ କରାଯିବ। ଶ୍ରେଷ୍ଠ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ବିକାଶରେ ଅବଦାନ ପାଇଁ ସମ୍ମାନିତ କରାଯିବ। ରାଜ୍ୟର ୨୪୦୦ ଅଗ୍ରଣୀ କୃଷକ/ଉଦ୍ୟୋଗୀ/ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା, ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ କୃଷି ଉପରେ ୧୨ଟି ଇଣ୍ଟରାକ୍ଟିଭ୍‌ ପ୍ୟାନେଲ୍‌ ଆଲୋଚନାରେ ଅଂଶଗ୍ରହଣ କରିବେ। ଏକ ନୂତନ କାର୍ଯ୍ୟକ୍ରମ ‘ଆସ୍କ୍‌ ଦି ମିନିଷ୍ଟର’ର ପରିକଳ୍ପନା କରାଯାଇଛି। ଏଥିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ମନ୍ତ୍ରୀ କୃଷକଙ୍କ ବିଭିନ୍ନ ପ୍ରଶ୍ନର ସିଧାସଳଖ ଉତ୍ତର ରଖିବେ। ପ୍ରାୟ ୪୦୦ ଷ୍ଟଲ୍‌ ପଡ଼ିବ। ୨ଟି ଖୋଲା ହ୍ୟାଙ୍ଗରରେ ଜୀବନ୍ତ ପ୍ରାଣୀ ଏବଂ ମତ୍ସ୍ୟ ପ୍ରଦର୍ଶନୀ କରାଯିବ। ସମାବେଶର ଖୋଲା ସ୍ଥାନରେ ପ୍ରଦର୍ଶିତ ହେବାକୁ ଯାଉଥିବା ଯୁବରାଜ ବୋଫାଲୋ ବୁଲ୍‌, ଏଲ୍‌ଇଡି ଟନେଲ୍‌ ଆକ୍ବାରିୟମ୍‌, ଭର୍ଚ୍ଚୁଆଲ ରିଅଲିଟି ଫାର୍ମ ଟୁର୍‌, ଡଗ୍‌ ଶୋ ଆଦି ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବ। ହରିୟାଣାର ‘ବୋଫାଲୋ ବୁଲ୍‌ ଯୁବରାଜ’ ମୁରା ପ୍ରଜାତିର ଏବଂ ଏହା ଓଡ଼ିଶାର ଦୁଗ୍ଧଚାଷୀଙ୍କ ମଧ୍ୟରେ ଉନ୍ନତ ଦୁଗ୍ଧ ଉତ୍ପାଦନ ପାଇଁ ମଇଁଷିଙ୍କ ମୁରା ସହିତ ପ୍ରଜନନ କରିବାକୁ ସଚେତନତା ସୃଷ୍ଟି କରିବ। ୧୬ ତାରିଖ ସକାଳ ୬ଟାରେ ଏକ ୱାକାଥନ୍‌ ଆୟୋଜନ ହେବ। ଏହି ଉପଲକ୍ଷେ ଭେଟେରିନାରି, ଫିଶରିଜ୍‌ ଏବଂ ମ୍ୟାନେଜ୍‌ମେଣ୍ଟ କଲେଜ/ପଲିଟେକ୍‌ନିକ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବକ୍ତବ୍ୟ ଓ କୁଇଜ୍‌ ପ୍ରତିଯୋଗିତା ଆୟୋଜିତ କରାଯାଉଛି। ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଛାତ୍ରୀଛାତ୍ରଙ୍କୁ ସମାବେଶରେ ପୁରସ୍କୃତ କରାଯିବ। ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଏ ନେଇ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି। ସୋମବାର କୃଷି ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ମନ୍ତ୍ରୀ ଏହି ସୂଚନା ଦେବା ସହିତ ମତ୍ସ୍ୟ-ପ୍ରାଣୀ ସମାବେଶର ଲୋଗୋ, ମାସ୍କଟ, ଥିମ୍‌ ଏବଂ ଥିମ୍‌ ସଙ୍ଗ୍‌ର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ୍‌, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ରାମାଶିଷ ହାଜରା, ଓମ୍‌ଫେଡ୍‌ ପରିଚାଳନା ନିର୍ଦ୍ଦେଶକ ବିମଳେନ୍ଦୁ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?