ଗୋଟିଏ ପିଲା ପାଇଁ

ବିରୋଧୀ ଦଳଙ୍କ କହିବା ଅନୁଯାୟୀ ଓଡ଼ିଶାରେ ୧୪,୫୦୦ ସ୍କୁଲ (ସରକାରୀ ତଥ୍ୟ କହୁଛି ୭,୭୭୨) ବନ୍ଦ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଉଛନ୍ତି। ଏହି ପ୍ରସଙ୍ଗକୁ ନେଇ ବିଧାନସଭାର ଶୀତକାଳୀନ ଅଧିବେଶନରେ ବିରୋଧୀ ୩ ଦିନ ଧରି ଶାସକ ଦଳକୁ ଟାର୍ଗେଟ୍‌ କରିଥିଲେ। ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସଫେଇ ଦିଆଗଲା ଯେ, ସ୍କୁଲଗୁଡ଼ିକୁ ବନ୍ଦ କରାଯାଉ ନାହିଁ ବରଂ ୨୫ ନୁହେଁ, ୧୫ରୁ କମ୍‌ ପିଲା ଥିଲେ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯିବ। ୨୦୧୩ ନିୟମ ଅନୁସାରେ ନନ୍‌-ସିଡ୍ୟୁଲ ଅଞ୍ଚଳରେ ୪୦ ପିଲା ଓ ସିଡ୍ୟୁଲ ଅଞ୍ଚଳରେ ୨୫ ପିଲାରୁ କମ୍‌ ଥିଲେ ସ୍କୁଲ ବନ୍ଦ କରିଦେବାର ବ୍ୟବସ୍ଥା କରାଯାଇଥିଲା। ସରକାରଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏକତ୍ରୀକରଣ ପ୍ରକ୍ରିୟାରେ ସ୍ଥାନାନ୍ତରଣ ବାବଦକୁ ବିଦ୍ୟାର୍ଥୀଙ୍କୁ ୩ ହଜାର ଟଙ୍କା ଲେଖାଏ ଏକକାଳୀନ ରାଶି ପ୍ରଦାନ କରାଯିବ। ଛୋଟ ଛୋଟ ବିଦ୍ୟାଳୟକୁ ଏକତ୍ରୀକରଣ କରି ବୃହତ୍‌ ସ୍କୁଲ କଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ ବୋଲି ସରକାରୀ ଭାବେ କୁହାଯାଇଛି।
ଉପରଲିଖିତ ବିନ୍ଦୁଗୁଡ଼ିକୁ ଆଲୋଚନା କରାଗଲେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବେ ଛାତ୍ରୀଛାତ୍ର। କୁହାଯାଉଛି ପାଖ ସ୍କୁଲଗୁଡ଼ିକୁ ମିଶ୍ରଣ କରାଯିବାରେ ତାହା ଯଦି ସର୍ବନିମ୍ନ ଦୂରତା ୩ କିଲୋମିଟର ହୁଏ, ତଥାପି ପିଲାମାନେ ଯିବାଆସିବାରେ ଭୀଷଣ ଅସୁବିଧା ଭୋଗିବେ। ସ୍ଥାନାନ୍ତରଣ ଲାଗି ଏକକାଳୀନ ୩ ହଜାର ଟଙ୍କା ଲେଖାଏ ବିଦ୍ୟାର୍ଥୀଙ୍କୁ ଦିଆଗଲେ ସେହି ଅର୍ଥ ଅଭିଭାବକଙ୍କ ଦ୍ୱାରା ଖର୍ଚ୍ଚ ହୋଇଯିବ। ଭାବିବା ଦରକାର ଯେ, ସବୁ ସମସ୍ୟାର ସମାଧାନ ଅର୍ଥ ଦେଇ କରିହେବ ନାହିଁ। ଗୋଟେ ସ୍କୁଲ ସହ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଭାବାବେଗ ଜଡ଼ିତ ଥାଏ। ବିଦ୍ୟାଳୟ ନିକଟରେ ହୋଇଥିବାରୁ ଅଭିଭାବକ ପିଲାକୁ ସେଠାକୁ ଛାଡ଼ିବାକୁ ନିରାପଦ ମଣିଥାଆନ୍ତି। ଏହାଛଡ଼ା ଗ୍ରାମାଞ୍ଚଳରେ ପିଲାମାନଙ୍କୁ ପାଠ ପଢ଼ାଇବା ସକାଶେ ମାତାପିତାଙ୍କ ଆଗ୍ରହ ଯଥେଷ୍ଟ ପରିମାଣରେ ଦେଖିବାକୁ ମିଳେ ନାହିଁ। ପୁଣି ବିଦ୍ୟାଳୟକୁ ଏକତ୍ରୀକରଣ କରି ବୃହତ୍‌ ସ୍କୁଲ କରାଗଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ ବୋଲି ଯାହା କୁହାଯାଉଛି, ତାହା ମୌଳିକ ଶିକ୍ଷାର ଲକ୍ଷ୍ୟ ପୂରଣ କରିବ ବୋଲି ବିଶ୍ୱାସ ହେଉ ନାହିଁ। କାରଣ ଶୈକ୍ଷିକ ପରିବେଶ ସୁନ୍ଦର ଦିଶୁଥିବା କୋଠାବାଡ଼ିରେ ନ ଥାଏ, ତାହା ଉତ୍ତମ ଶିକ୍ଷକ ଓ ଶୃଙ୍ଖଳିତ ବାତାବରଣ ଯୋଗୁ ହୋଇଥାଏ।
ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅଣାଯାଉଛି ବୋଲି କେନ୍ଦ୍ରଠାରୁ ରାଜ୍ୟ ପର୍ଯ୍ୟନ୍ତ ସର୍ବଦା କୁହାଚାଲିଛି। କିନ୍ତୁ ବାସ୍ତବତା ଭିନ୍ନ ଚିତ୍ର ଦର୍ଶାଉଛି। ସମସ୍ତେ ଜାଣନ୍ତି ଯେ, ସରକାରୀ ସ୍କୁଲଗୁଡ଼ିକର ଶୈକ୍ଷିକ ବାତାବରଣ ଦୁର୍ବଳ ରହୁଥିବାରୁ ଧନୀ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ନାମ ଲେଖାଉଛନ୍ତି। ଫଳରେ ସରକାରୀ ସ୍କୁଲର ଉପସ୍ଥାନ କମିଯାଉଛି। ଏଥିସହିତ ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ଅତି ଦରିଦ୍ର ପରିବାରରୁ ଆସିଥାଆନ୍ତି, ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନର ଗୁରୁତ୍ୱ ଦେଖିବାକୁ ମିଳେ। ଯାହା ଜଣାପଡ଼ୁଛି, ଉଚ୍ଚ ପଦପଦବୀରେ ଥିବା ଅନେକ ଅମଲାତନ୍ତ୍ରୀ ଓଡ଼ିଆ ସ୍କୁଲ ଓ ଭାଷା ପ୍ରତି ଶ୍ରଦ୍ଧାଶୀଳ ହେଉ ନ ଥିବାରୁ ବ୍ୟବସ୍ଥାରେ ସୁଧାର ଆସିପାରୁ ନାହିଁ। ଏଭଳି ଏକ ସମୟ ୧୫ ବର୍ଷ ତଳେ ଦେଖାଦେଇଥିଲା। ୨୭ ମେ ୨୦୦୫ରେ ଏହି ସ୍ତମ୍ଭରେ ‘ପୂର୍ଣ୍ଣ, ମଧୁ ଏବଂ ଫକିରା କିଏ?’ ଶୀର୍ଷକରେ ଲେଖା ପ୍ରକାଶ କରିଥିଲୁ। ସେହି ସମୟରେ ଜଣେ ବଙ୍ଗାଳୀ ଲୋକ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଥିଲେ। ସେତେବେଳେ ଶିକ୍ଷା ବ୍ୟବସ୍ଥାର ପୁନର୍ଗଠନ ଓ ଖର୍ଚ୍ଚକାଟ କରିବାକୁ ଯାଇ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା ଯେ, ବିଭିନ୍ନ ମହାବିଦ୍ୟାଳୟରେ ଥିବା ପାଠ୍ୟକ୍ରମରୁ ଅନର୍ସ ବ୍ୟତୀତ ଯେଉଁ ଇଚ୍ଛାଧୀନ ବିଷୟଗୁଡ଼ିକ ପଢ଼ିବାକୁ ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର ନାହାନ୍ତି, ସେହି ବିଷୟଗୁଡ଼ିକୁ ପ୍ରତ୍ୟାହାର କରିନିଆଯିବ। ଏଣୁ ସର୍ବାଧିକ ଓଡ଼ିଆ ଭାଷା ଉପରେ ମାଡ଼ ପଡ଼ିବ ବୋଲି ଏହି ସ୍ତମ୍ଭରେ ଦର୍ଶାଇଥିଲୁ। ସେତେବେଳେ ଶିକ୍ଷା ବିଭାଗର ନିଷ୍ପତ୍ତି ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜ, ମଧୁସୂଦନ ଦାସ ଓ ଫକୀର ମୋହନ ସେନାପତିଙ୍କ ଭଳି ଓଡ଼ିଶା ଏବଂ ଓଡ଼ିଆ ଭାଷାର ଟେକ ରଖିଥିବା ମନୀଷୀମାନଙ୍କ ପ୍ରତି ଅପମାନ ବୋଲି କହିଥିଲୁ। ପୂର୍ବସୂରୀମାନେ ଯାହା କରିଯାଇଛନ୍ତି, ତାକୁ ସୁରକ୍ଷିତ ରଖିବାରେ ମଧ୍ୟ ଆମେ ଅପାରଗ ବୋଲି ପ୍ରମାଣିତ କରିଚାଲିଥିବା ବିଷୟ ଏହି ସ୍ତମ୍ଭରେ ଉଲ୍ଲେଖ କରିଥିଲୁ। ଆଜି ଯଦି ଓଡ଼ିଆ ସ୍କୁଲ ଓ ଓଡ଼ିଆ ଭାଷାକୁ ବଞ୍ଚାଇବାକୁ ହେବ, ତାହାହେଲେ ସରକାରଙ୍କୁ ଚିନ୍ତାଧାରା ବଦଳାଇବାକୁ ହେବ। ନ ହେଲେ ଅଣଓଡ଼ିଆ ଅଧିକାରୀ ଓ ଓଡ଼ିଆ ଭାଷା ପ୍ରତି ସମ୍ମାନ ନ ଥିବା ବ୍ୟକ୍ତିମାନେ ଆମକୁ ଖୁବ୍‌ଶୀଘ୍ର ପଙ୍ଗୁ କରିଦେବେ।
ନ୍ୟାୟ ବ୍ୟବସ୍ଥାରେ କୁହାଯାଏ ‘ହଜାରେ ଦୋଷୀ ଖସିଯାଆନ୍ତୁ ପଛେ, ଜଣେ ନିର୍ଦ୍ଦୋଷ ଦଣ୍ଡ ନ ପାଉ’। ସେହିଭଳି ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ଦେଖିବାକୁ ହେବ। ଏଠାରେ ଏହା ମଧ୍ୟ ମନେରଖିବାକୁ ହେବ ଯେ, ମାତ୍ର ଗୋଟିଏ ପିଲା ସରକାରୀ ସ୍କୁଲରେ ପାଠପଢ଼ି ଯଦି ଭବିଷ୍ୟତରେ ନିଜ ମାତୃଭାଷା ଜାଣିଥିବା ଭଲ ନାଗରିକ ହୋଇପାରିଲା, ତେବେ ଏହିସବୁ ଖର୍ଚ୍ଚ ଯଥାର୍ଥ ବୋଲି ବିବେଚିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri