ହିଣ୍ଡେନ୍‌ବର୍ଗ ଖୋଲିଲା ଆଦାନୀ ପେଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୮।୧:  ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଦେଶର ଏହି ଅଗ୍ରଣୀ କମ୍ପାନୀ ନିଜ ଷ୍ଟକ୍ସ ଓ ଆକାଉଣ୍ଟରେ ଦଶନ୍ଧି ଧରି ବ୍ୟାପକ ହେରଫେର କରିଥିବା ନେଇ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଅଭିଯୋଗ ଅଣାଯାଇଛି। ଗତ ମଙ୍ଗଳବାର ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏସମ୍ପର୍କିତ ବିସ୍ତୃତ ତଥ୍ୟ ପ୍ରଘଟ କରିବା ପରେ ଭାରତୀୟ ପୁଞ୍ଜିବଜାର ଦୋହଲିଯାଇଛି। ଏହାର ପ୍ରଭାବରେ ଲଗାତର ଭାବେ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଫଳରେ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ମାନ୍ୟତା ପାଇଥିବା ଆଦାନୀ ଏବେ ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଅନ୍ୟପକ୍ଷେ ଆଦାନୀ ସମୂହ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ହିଣ୍ଡେନ୍‌ବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଏହାର ଜବାବରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ କହିଛି, ଆମ ଗବେଷଣାମୂଳକ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ତଥ୍ୟ ଆଧାରିତ। ତେଣୁ ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନାହିଁ। ଅନ୍ୟପକ୍ଷେ ଆଦାନୀ ଗ୍ରୁପ୍‌ ଅଧୀନରେ ଥିବା ବ୍ୟବସାୟିକ ସଂସ୍ଥାଗୁଡ଼ିକର ଶେୟାର ମୂଲ୍ୟ ବୁଧବାର ଓ ଶୁକ୍ରବାର ରେକର୍ଡ ପରିମାଣରେ ହ୍ରାସ ପାଇଥିବାରୁ ନିବେଶକମାନେ ବହୁ କୋଟି ଟଙ୍କା ହରାଇ ଚିନ୍ତାରେ ପଡ଼ିଛନ୍ତି। ଇତିମଧ୍ୟରେ ଆଦାନୀଙ୍କ କମ୍ପାନୀ ବିରୋଧରେ ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି) ତନାଘନା ଆରମ୍ଭ କରିଛି।
ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର୍‌ ହିଣ୍ଡେନ୍‌ବର୍ଗ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ କରିଥିଲା। ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି। ଏହି କମ୍ପାନୀ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ଅନେକ ଦଶନ୍ଧି ଧରି ଏହି କାରସାଦି କରିଥିବା ନେଇ ୨ ବର୍ଷର ଯାଞ୍ଚ ଓ ଖୋଳତାଡ଼ ପରେ ପ୍ରମାଣ ମିଳିଛି। ଆଦାନୀ ଗ୍ରୁପ୍‌ ପ୍ରତିଷ୍ଠାତା ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଛନ୍ତି। ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଉକ୍ତ ସମୂହର ୭ ମୁଖ୍ୟ କମ୍ପାନୀ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛି। ଗବେଷଣା ବେଳେ ଆଦାନୀ ଗ୍ରୁପ୍‌ର ସିନିୟର ଏକ୍‌ଜିକ୍ୟୁଟିଭମାନଙ୍କ ମତାମତ ନେଇ ଅନେକ ହଜାର ଦସ୍ତାବିଜର ସମୀକ୍ଷା ସହ ପ୍ରାୟ ଅଧ ଡଜନ ଦେଶରେ ଅନୁଧ୍ୟାନ କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ଗବେଷଣାକୁ ଅଣଦେଖା କରି ଆଦାନୀ ଗ୍ରୁପ୍‌ ଅଧୀନ ୭ କମ୍ପାନୀର ଶେୟାର କିଣୁଥିବା ନିବେଶକମାନଙ୍କ ଉଦ୍ଦେଶ୍ୟରେ ଆହୁରି କୁହାଯାଇଛି ଯେ, ଏହାର ଫେସ୍‌ ଭାଲ୍ୟୁ ୮୫% ପର୍ଯ୍ୟନ୍ତ ତଳକୁ ଖସିବ। ତେଣୁ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀଙ୍କ କମ୍ପାନୀଗୁଡ଼ିକର ଶେୟାରଗୁଡ଼ିକୁ ଶର୍ଟ ସେଲ୍‌ କରିଥିବା ଉକ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।
କେବଳ ଏତିକି ନୁହେଁ, ଆଦାନୀଙ୍କ ପରିବାର ସଦସ୍ୟମାନେ ଟିକସ ଫାଙ୍କିବା ପାଇଁ ବିଦେଶରେ ଜାଲ୍‌ କମ୍ପାନୀ ଖୋଲିଛନ୍ତି। ସେମାନେ ଜାଲ୍‌ ଦସ୍ତାବିଜ ପ୍ରସ୍ତୁତ କରି ମରିସସ୍‌, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ କାରିବିଆନ୍‌ ଆଇଲାଣ୍ଡ ଭଳି ଦେଶ ସହ ଆମଦାନୀ/ରପ୍ତାନି କରିଥିବା ଏଥିରେ ଅଭିଯୋଗ ଅଣାଯାଇଛି। ୨୦୦୪-୨୦୦୫ରେ ହୋଇଥିବା ହୀରା କାରବାରରେ ଗୌତମ ଆଦାନୀଙ୍କ ସାନଭାଇ ରାଜେଶ ଆଦାନୀ ମୁଖ୍ୟ ଭୂମିକା ନେଇଥିବା ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ପକ୍ଷରୁ ଅଭିଯୋଗ ଅଣାଯାଇଥିଲା। ଏହି ଯୋଜନାରେ ତାଙ୍କ ଜାଲ୍‌ କମ୍ପାନୀଗୁଡ଼ିକର ସମ୍ପୃକ୍ତି ରହିଥିଲା। ଜାଲିଆତି ଓ ଟିକସ ଠକେଇ ମାମଲାରେ ରାଜେଶ ୨ ଥର ଗିରଫ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜେଶ ଆଦାନୀ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ। ଗୌତମ ଆଦାନୀଙ୍କ ଶାଳକ ସମୀର ଭୋରା ମଧ୍ୟ ଏହି ମାମଲାର ଅଭିଯୁକ୍ତ। କିନ୍ତୁ ସେ ରେଗୁଲେଟର୍ସଙ୍କୁ ବାରମ୍ବାର ମିଥ୍ୟା ବୟାନ ଦେଇ ଚାଲିଥିଲେ। ଗୌତମ ଆଦାନୀ ତାଙ୍କୁ ଆଦାନୀ ଅଷ୍ଟ୍ରେଲିଆ ଡିଭିଜନ୍‌ର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଭାବେ ପଦୋନ୍ନତି ଦେଇଥିଲେ ବୋଲି ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଏଥିରେ ଉଲ୍ଲେଖ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri