Posted inଫୁରସତ

୨୦ ବର୍ଷ ଧରି ପ୍ରକୃତ ପିତାଙ୍କୁ ଖୋଜୁ ଖୋଜୁ ପୂରା ପରିବାର ପାଇଗଲେ ମହିଳା, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଦୁନିଆ ଭିଡ଼ ଭିତରେ କେହି ହଜିଗଲେ ଖୋଜି ପାଇବା କଷ୍ଟକର। ମାତ୍ର ୨୦ ବର୍ଷ ଧରି ଜଣେ ମହିଳା ତାଙ୍କ ପିତାଙ୍କୁ ଖୋଜି ଚାଲିଥିଲେ। ଏବେ ତାଙ୍କୁ ପୂରା ପରିବାର ମିଳିଯାଇଛନ୍ତି। ଖୁସିରେ ତାଙ୍କ ଗୋଡ଼ ତଳେ ଲାଗୁନି।

ଏକ ଟିଭି ଶୋ’ ମାଧ୍ୟମରେ ଯୁବତୀ ଜଣକ ତାଙ୍କ ପରିବାର ବିଷୟରେ ସମ୍ପୂର୍ଣ୍ଣ କାହାଣୀ ଶୁଣାଇଛନ୍ତି। ୟୁକେରେ ରହୁଥିବା ଲୁଇସ୍‌ ଷ୍ଟପାନି କହିଛନ୍ତି, ସେ ତାଙ୍କ ମା’ଙ୍କ ସହ ବହୁତ ଖୁସିରେ ଜୀବନ ବିତାଉଥିଲେ। ଯେତେବେଳେ ତାଙ୍କୁ ୭ ବର୍ଷ ହୋଇଥିଲା। ତାଙ୍କ ମା’ ଦିନେ ତାଙ୍କୁ କହିଲେ ଯାହାକୁ ତୁ ନିଜ ପିତା ବୋଲି ଭାବୁଛୁ ସେ ତୋ ପ୍ରକୃତ ପିତା ନୁହନ୍ତି। ମା’ଙ୍କ ଏହି କଥା ଶୁଣି ଲୁଇସ୍‌ଙ୍କୁ ବହୁତ କଷ୍ଟ ହୋଇଥିଲା। କିନ୍ତୁ ସେ ଏ ବିଷୟରେ ଜାଣିବାକୁ ବେଶ୍‌ ଉତ୍ସୁକ ଥିଲେ କି ପ୍ରକୃତରେ ତାଙ୍କ ପିତା କିଏ।

ଲୁଇସ୍‌ଙ୍କ ମା’ କହିଛନ୍ତି, ୧୬ ବର୍ଷ ବୟସରେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ହୋଇଗଲା। ଏହା ପରେ ଲୁଇସ୍‌ଙ୍କ ଜନ୍ମ ହୋଇଥିଲା। ତାଙ୍କର ପ୍ରକୃତ ପିତାଙ୍କ ନାମ ପଲ୍‌। କିନ୍ତୁ ଏବେ ସେ ପଲ୍‌ଙ୍କ ସହ ରହୁନାହାନ୍ତି। ପରେ ଲୁଇସଙ୍କ ମା’ ଜନ୍‌ଙ୍କୁ ବିବାହ କରିଥିଲେ। ମା’ଙ୍କ ଦ୍ୱିତୀୟ ବିବାହ ପରେ ଲୁଇସଙ୍କର ଆଉ ଜଣେ ଭଉଣୀ ଜନ୍ମ ହେଲେ। କିନ୍ତୁ ଲୁଇସଙ୍କୁ ତାଙ୍କ ସାବତ ପିତା ବହୁତ ଭଲ ପାଆନ୍ତି। ଯେତେବେଳେ ମା’ଙ୍କଠାରୁ ଶୁଣିଲେ ଜନ୍‌ ତାଙ୍କ ପ୍ରକୃତ ପିତା ନୁହନ୍ତି, ସେତେବେଳେ ସେ ତାଙ୍କ ପ୍ରକୃତ ପିତାଙ୍କୁ ଖୋଜିବାକୁ ଲାଗିଲେ।

ଏକ ଟିଭି ଶୋ’ ମାଧ୍ୟମରେ ସେ ପିତା ପଲ୍‌ଙ୍କ ବିଷୟରେ ଜାଣିବା ପାଇଁ ସହାୟତା ଲୋଡ଼ିଥିଲେ। ଏହି ଟିମ୍‌ ପକ୍ଷରୁ ପଲଙ୍କୁ ବିଷୟରେ ସୂଚନା ମିଳିଥିଲା। ଶୋ’ର ହୋଷ୍ଟ ଡେଭିନା ମାଇକେଲ କହିଛନ୍ତି, ୨୮ ବର୍ଷ ବୟସରେ ପଲ୍‌ଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଅଛନ୍ତି। ଲୁଇସ୍‌ ପିତାଙ୍କ ମୃତ୍ୟୁ ଖବର ପାଇବା ପରେ ଦୁଃଖିତ ହୋଇଥିଲେ। ଏକ ଫଟୋ ଶେୟାର କରି କହିଥିଲେ ପିତାଙ୍କୁ ସିନା ପାଇ ପାରିଲିନି କିନ୍ତୁ ପୂରା ପରିବାରକୁ ପାଇଲି। ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?