Posted inଫୁରସତ

୨୦ ବର୍ଷ ଧରି ପ୍ରକୃତ ପିତାଙ୍କୁ ଖୋଜୁ ଖୋଜୁ ପୂରା ପରିବାର ପାଇଗଲେ ମହିଳା, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ଦୁନିଆ ଭିଡ଼ ଭିତରେ କେହି ହଜିଗଲେ ଖୋଜି ପାଇବା କଷ୍ଟକର। ମାତ୍ର ୨୦ ବର୍ଷ ଧରି ଜଣେ ମହିଳା ତାଙ୍କ ପିତାଙ୍କୁ ଖୋଜି ଚାଲିଥିଲେ। ଏବେ ତାଙ୍କୁ ପୂରା ପରିବାର ମିଳିଯାଇଛନ୍ତି। ଖୁସିରେ ତାଙ୍କ ଗୋଡ଼ ତଳେ ଲାଗୁନି।

ଏକ ଟିଭି ଶୋ’ ମାଧ୍ୟମରେ ଯୁବତୀ ଜଣକ ତାଙ୍କ ପରିବାର ବିଷୟରେ ସମ୍ପୂର୍ଣ୍ଣ କାହାଣୀ ଶୁଣାଇଛନ୍ତି। ୟୁକେରେ ରହୁଥିବା ଲୁଇସ୍‌ ଷ୍ଟପାନି କହିଛନ୍ତି, ସେ ତାଙ୍କ ମା’ଙ୍କ ସହ ବହୁତ ଖୁସିରେ ଜୀବନ ବିତାଉଥିଲେ। ଯେତେବେଳେ ତାଙ୍କୁ ୭ ବର୍ଷ ହୋଇଥିଲା। ତାଙ୍କ ମା’ ଦିନେ ତାଙ୍କୁ କହିଲେ ଯାହାକୁ ତୁ ନିଜ ପିତା ବୋଲି ଭାବୁଛୁ ସେ ତୋ ପ୍ରକୃତ ପିତା ନୁହନ୍ତି। ମା’ଙ୍କ ଏହି କଥା ଶୁଣି ଲୁଇସ୍‌ଙ୍କୁ ବହୁତ କଷ୍ଟ ହୋଇଥିଲା। କିନ୍ତୁ ସେ ଏ ବିଷୟରେ ଜାଣିବାକୁ ବେଶ୍‌ ଉତ୍ସୁକ ଥିଲେ କି ପ୍ରକୃତରେ ତାଙ୍କ ପିତା କିଏ।

ଲୁଇସ୍‌ଙ୍କ ମା’ କହିଛନ୍ତି, ୧୬ ବର୍ଷ ବୟସରେ ତାଙ୍କର ଜଣେ ବ୍ୟକ୍ତିଙ୍କ ସହ ପ୍ରେମ ହୋଇଗଲା। ଏହା ପରେ ଲୁଇସ୍‌ଙ୍କ ଜନ୍ମ ହୋଇଥିଲା। ତାଙ୍କର ପ୍ରକୃତ ପିତାଙ୍କ ନାମ ପଲ୍‌। କିନ୍ତୁ ଏବେ ସେ ପଲ୍‌ଙ୍କ ସହ ରହୁନାହାନ୍ତି। ପରେ ଲୁଇସଙ୍କ ମା’ ଜନ୍‌ଙ୍କୁ ବିବାହ କରିଥିଲେ। ମା’ଙ୍କ ଦ୍ୱିତୀୟ ବିବାହ ପରେ ଲୁଇସଙ୍କର ଆଉ ଜଣେ ଭଉଣୀ ଜନ୍ମ ହେଲେ। କିନ୍ତୁ ଲୁଇସଙ୍କୁ ତାଙ୍କ ସାବତ ପିତା ବହୁତ ଭଲ ପାଆନ୍ତି। ଯେତେବେଳେ ମା’ଙ୍କଠାରୁ ଶୁଣିଲେ ଜନ୍‌ ତାଙ୍କ ପ୍ରକୃତ ପିତା ନୁହନ୍ତି, ସେତେବେଳେ ସେ ତାଙ୍କ ପ୍ରକୃତ ପିତାଙ୍କୁ ଖୋଜିବାକୁ ଲାଗିଲେ।

ଏକ ଟିଭି ଶୋ’ ମାଧ୍ୟମରେ ସେ ପିତା ପଲ୍‌ଙ୍କ ବିଷୟରେ ଜାଣିବା ପାଇଁ ସହାୟତା ଲୋଡ଼ିଥିଲେ। ଏହି ଟିମ୍‌ ପକ୍ଷରୁ ପଲଙ୍କୁ ବିଷୟରେ ସୂଚନା ମିଳିଥିଲା। ଶୋ’ର ହୋଷ୍ଟ ଡେଭିନା ମାଇକେଲ କହିଛନ୍ତି, ୨୮ ବର୍ଷ ବୟସରେ ପଲ୍‌ଙ୍କ ମୃତ୍ୟୁ ଘଟିଥିଲା। ମାତ୍ର ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଅଛନ୍ତି। ଲୁଇସ୍‌ ପିତାଙ୍କ ମୃତ୍ୟୁ ଖବର ପାଇବା ପରେ ଦୁଃଖିତ ହୋଇଥିଲେ। ଏକ ଫଟୋ ଶେୟାର କରି କହିଥିଲେ ପିତାଙ୍କୁ ସିନା ପାଇ ପାରିଲିନି କିନ୍ତୁ ପୂରା ପରିବାରକୁ ପାଇଲି। ମୁଁ ବହୁତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ମୁହଁପରି ଦେଖାଯାଉଥିବା ପର୍ସ

ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ସବୁବେଳେ ନୂଆ ଜିନିଷ ବିକଷିତ ହେଉଛି। ବଜାରକୁ ଆସୁଥିବା କିଛି ନୂଆ ଜିନିଷ ଭଲ ଆଗୁଥିବା ବେଳେ ଆଉ କିଛି ଅଜବ...

ରୋନାଲଡୋଙ୍କ ପେପର ଷ୍ଟାଚ୍ୟୁ, ଚାରି ମହଲା କୋଠା ସହ ସମାନ

କ୍ରିଷ୍ଟିୟାନୋ ରୋନାଲଡୋ ଫୁଟବଲ୍‌ ଜଗତର ଏକ ଏମିତି ନାଁ, ଯାହାଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ନିକଟରେ ଇଟାଲୀରେ ଆୟୋଜିତ ଏକ କାର୍ନିଭାଲ ଅବସରରେ ରୋନାଲଡୋଙ୍କ...

୨୪ ଘଣ୍ଟାରେ ୭୬୫ଥର ପାଣିକୁ ଡେଇଁ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ଅନେକ ସାହସୀ ଲୋକ ଅଛନ୍ତି, ଯେଉଁମାନେ ଏପରି କିଛି କାର୍ଯ୍ୟ କରନ୍ତି, ଯାହା ଆମେ ଚିନ୍ତା କରିବା ମଧ୍ୟ କଷ୍ଟକର। ଏମିତି ଅସମ୍ଭବ କାର୍ଯ୍ୟ...

ବିମାନରେ ସ୍ଲିପିଂ ପ୍ୟାଡ୍‌: ଆରାମରେ ଶୋଇ ଯାତ୍ରା କରିପାରିବେ ଯାତ୍ରୀ

ଅକଲ୍ୟାଣ୍ଡ୍‌: ବିମାନ ଯାତ୍ରା ସମୟରେ ଯାତ୍ରୀମାନେ ଶୋଇବା ପାଇଁ ଏୟାର ନ୍ୟୁଜିଲାଣ୍ଡ ଇକୋନୋମି କ୍ଲାସରେ ସ୍ଲିପିଂ ପ୍ୟାଡ୍‌ ତିଆରି କରାଯାଇଛି। ଏହାର ନାମ ‘ସ୍କାଇନେଷ୍ଟ’ ଦିଆଯାଇଛି।...

ଖୋଲିଲା ସ୍କୁଲ: ପ୍ଲାଷ୍ଟିକ ଟେଣ୍ଟରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ। କରୋନା ପାଇଁ ଏବେ ସବୁକିଛି ବଦଳିଯାଇଛି। ସ୍କୁଲ, କଲେଜ, ମଲ, ପବ୍ଲିକ ଟ୍ରାନ୍ସପୋର୍ଟ, ପବ୍‌ ଆଦି। ଲୋକମାନେ ଧୀରେ...

ଟ୍ରାଫିକ୍‌ରେ ଅଟକିଲା କାର୍‌, ଛାତ ଉପରେ ଚଢ଼ି ଡ୍ୟାନ୍ସ କଲେ ଯୁବତୀ, ଆଉ ତା’ ପରେ…

ଏକ କାର୍‌ ଛାତ ଉପରେ ଚଢ଼ି ଜଣେ ଯୁବତୀ ଡ୍ୟାନ୍ସ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ଯୁବତୀଙ୍କ ଏପରି ଅଜବ କାଣ୍ଡ ଦେଖି ଡ୍ରାଇଭର...

ଲୁଙ୍ଗି ପିନ୍ଧି ଫୁଟ୍‌ବଲ ଖେଳିଲେ ବୃଦ୍ଧ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏମିତି ଗଲା କଇଁଛ , ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

Advertisement
Archives

Model This Week